Advertisment

ପଣସ କଠା ସୁପ୍‌

ଆବଶ୍ୟକ ସାମଗ୍ରୀ : ପଣସ କଠା, ଗରମ ମସଲା, କଟା ଅଦାରସୁଣ, କଞ୍ଚାଲଙ୍କା, ବିଟ ଲୁଣ, ସୋୟା ସସ୍‌, ଗୋଲମରିଚ, ଅନାସି ଫୁଲ, ଚାଉଳ ବଟା। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପଣସ କଠାକୁ କାଟି ଭଲ ଭାବରେ ସଫା କରି ରଖନ୍ତୁ। ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଦେଇ ସେଥିରେ କଟା ପଣସ କଠା, ଡାଲଚିନି, ଗୁଜୁରାତି, ଅନାସି ଫୁଲ ଓ କଟା ରସୁଣ ପକାନ୍ତୁ। ଏହାପରେ କଟା ଅଦା, କଟା କଞ୍ଚାଲଙ୍କା, ଲୁଣ, […]

ପଣସ କଠା ସୁପ୍‌

panasa

Advertisment

ଆବଶ୍ୟକ ସାମଗ୍ରୀ : ପଣସ କଠା, ଗରମ ମସଲା, କଟା ଅଦାରସୁଣ, କଞ୍ଚାଲଙ୍କା, ବିଟ ଲୁଣ, ସୋୟା ସସ୍‌, ଗୋଲମରିଚ, ଅନାସି ଫୁଲ, ଚାଉଳ ବଟା।

Advertisment

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପଣସ କଠାକୁ କାଟି ଭଲ ଭାବରେ ସଫା କରି ରଖନ୍ତୁ। ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଦେଇ ସେଥିରେ କଟା ପଣସ କଠା, ଡାଲଚିନି, ଗୁଜୁରାତି, ଅନାସି ଫୁଲ ଓ କଟା ରସୁଣ ପକାନ୍ତୁ। ଏହାପରେ କଟା ଅଦା, କଟା କଞ୍ଚାଲଙ୍କା, ଲୁଣ, ସୋୟା ସସ୍‌ ଓ କଳାଲୁଣ ପକାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୨୦ରୁ ୨୫ ମିନିଟ୍‌ ପରେ ଘୋଡ଼ଣି ବାହାର କରି ପଣସ କଠାକୁ ଦଳି ଦିଅନ୍ତୁ।

ଏହାପରେ ଅରୁଣା ଚାଉଳ ବଟା ପକାଇ ଭଲ ଭାବରେ ଫୁଟାନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ସେଥିରେ ରସୁଣକୁ ଅଳ୍ପ ଭାଜି ପଣସ କଠାରେ ପକାନ୍ତୁ। ପରେ କିଛି ଗୋଲମରିଚ ଗୁଣ୍ଡ ପକାଇ ପଣସ କଠାରୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଣସ କଠା ସୁପ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe