/odisha-reporter/media/post_attachments/uploads/2020/06/p11.jpg)
p11
ଆବଶ୍ୟକୀୟ ସାମଗ୍ରୀ : କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍ ଲଗାଇ ପଥର ମୁଣ୍ଡି ଶୁଖୁଆ କାଟି ଭାଜି ରଖନ୍ତୁ। ଚୁଲିରେ ହାଣ୍ଡି ବସାଇ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ, ରସୁଣ ବଟା ୨ ଚାମଚ, ଅଦା ବଟା ୨ ଚାମଚ, ୨ ଚାମଚ ଲଙ୍କା ଗୁଣ୍ଡ, କିଛି କଟା କଞ୍ଚାଲଙ୍କା, କଟା ଟମାଟୋ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ।
/odisha-reporter/media/post_attachments/wp-content/uploads/2020/06/p22.jpg)
ମସଲା କଷି ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସିଝା ସାରୁ ଓ ମାଟି ଆଳୁ ପକାଇ କଷନ୍ତୁ। ଏହାପରେ ସେଥିରେ ୨ ଚାମଚ ସୋରିଷ ବଟା, ସ୍ୱାଦ ଅନୁସାରେ ଲୁଣ ପକାଇ କଷିବା ପରେ ଭଜା ହୋଇଥିବା ପୋଇ ପକାଇ ପାଣି ଦିଅନ୍ତୁ। ପାଣି ଫୁଟିଯିବା ପରେ ଶୁଖୁଆ ଭଜା ଓ ଭଜା ବଡ଼ି ପକାଇ ୧୦ ରୁ ୧୫ ମିନିଟ୍ ଭଲ ଭାବରେ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଟି ହାଣ୍ଡି ଶୁଖୁଆ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
