ମାଟି ହାଣ୍ଡି ଶୁଖୁଆ

ଆବଶ୍ୟକୀୟ ସାମଗ୍ରୀ : କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ପଥର ମୁଣ୍ଡି ଶୁଖୁଆ କାଟି ଭାଜି ରଖନ୍ତୁ। ଚୁଲିରେ ହାଣ୍ଡି ବସାଇ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ […]

p11

Puspanjali Panda
  • Published: Monday, 08 June 2020
  • , Updated: 08 June 2020, 05:09 PM IST

ଆବଶ୍ୟକୀୟ ସାମଗ୍ରୀ : କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ପଥର ମୁଣ୍ଡି ଶୁଖୁଆ କାଟି ଭାଜି ରଖନ୍ତୁ। ଚୁଲିରେ ହାଣ୍ଡି ବସାଇ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ, ରସୁଣ ବଟା ୨ ଚାମଚ, ଅଦା ବଟା ୨ ଚାମଚ, ୨ ଚାମଚ ଲଙ୍କା ଗୁଣ୍ଡ, କିଛି କଟା କଞ୍ଚାଲଙ୍କା, କଟା ଟମାଟୋ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ।

ମସଲା କଷି ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସିଝା ସାରୁ ଓ ମାଟି ଆଳୁ ପକାଇ କଷନ୍ତୁ। ଏହାପରେ ସେଥିରେ ୨ ଚାମଚ ସୋରିଷ ବଟା, ସ୍ୱାଦ ଅନୁସାରେ ଲୁଣ ପକାଇ କଷିବା ପରେ ଭଜା ହୋଇଥିବା ପୋଇ ପକାଇ ପାଣି ଦିଅନ୍ତୁ। ପାଣି ଫୁଟିଯିବା ପରେ ଶୁଖୁଆ ଭଜା ଓ ଭଜା ବଡ଼ି ପକାଇ ୧୦ ରୁ ୧୫ ମିନିଟ୍‌ ଭଲ ଭାବରେ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଟି ହାଣ୍ଡି ଶୁଖୁଆ।

Related story