Advertisment

ସେକ୍ସ କଲେ ଅଫିସ କାମରେ ମନଲାଗିବ

ଦିନସାରା ପରିଶ୍ରମ କରି ଥକି ଯାଉଛନ୍ତି । ପୁଣି ପରଦିନ ପାଇଁ ଟେନ୍‌ସନ୍‌ । ଅଫିସ ଯିବାକୁ ଇଚ୍ଛା ହେଉ ନ ଥିବ। ଯଦି ଅଫିସ ଯିବା ପୂର୍ବଦିନ ନିଜ ପାର୍ଟନରଙ୍କ ସହ ଭଲ କରି ରାତି ବିତେଇବେ ତେବେ ଆପଣ ପୁଣାପୁରି ଫିଟ୍ ରହିବେ। ଦୁଶ୍ଚିନ୍ତା ଦୂର ହେବ। ମାନସିକ ଶାନ୍ତି ମିଳିବ। ଆଉ ପରଦିନ ଅଫିସରେ ଦିନଟି ଭଲରେ କଟିବ। ସେକ୍ସ ହିଁ ଅଫିସ କାମରେ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଏ। […]

ଅଦ୍ୟତନ ହୋଇଛି
ସେକ୍ସ କଲେ ଅଫିସ କାମରେ ମନଲାଗିବ

sex

Advertisment

ଦିନସାରା ପରିଶ୍ରମ କରି ଥକି ଯାଉଛନ୍ତି । ପୁଣି ପରଦିନ ପାଇଁ ଟେନ୍‌ସନ୍‌ । ଅଫିସ ଯିବାକୁ ଇଚ୍ଛା ହେଉ ନ ଥିବ। ଯଦି ଅଫିସ ଯିବା ପୂର୍ବଦିନ ନିଜ ପାର୍ଟନରଙ୍କ ସହ ଭଲ କରି ରାତି ବିତେଇବେ ତେବେ ଆପଣ ପୁଣାପୁରି ଫିଟ୍ ରହିବେ। ଦୁଶ୍ଚିନ୍ତା ଦୂର ହେବ। ମାନସିକ ଶାନ୍ତି ମିଳିବ। ଆଉ ପରଦିନ ଅଫିସରେ ଦିନଟି ଭଲରେ କଟିବ। ସେକ୍ସ ହିଁ ଅଫିସ କାମରେ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଏ।

Advertisment

ଏହା କୌଣସି ଗୋଲି ଗପ ନୁହେଁ।  ଏକ ଗବେଷଣାରୁ ଏହା ଜଣାପଡ଼ିଛି।  ୱାସିଂଟନ ବିଶ୍ୱବିଦ୍ୟାଳୟ ଏବଂ ଓରେଗାଁଉ ଷ୍ଟେଟ  ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ସର୍ଭେରେ ଏହା  ଜଣାପଡ଼ିଛି।

ଗବେଷଣା ବେଳେ ୧୫୯ ଜଣ ବିବାହିତ କର୍ମଚାରୀଙ୍କୁ ନେଇ ଏକ୍ସେପରିମେଣ୍ଟ କରାଯାଇଥିଲା। କୌଣସି ଏକ ବିଷୟକୁ ନେଇ ସର୍ଭେ କରିବାକୁ ଏହି କର୍ମଚାରୀଙ୍କୁ ଟାସ୍କ ଦିଆଯାଇଥିଲା। ଧାର୍ଯ୍ୟ ସମୟ ଥିଲା ଦୁଇ ସପ୍ତାହ।  ହେଲେ ଦେଖାଗଲା ଯେ, ସେକ୍ସରେ ସନ୍ତୁଷ୍ଟ ରହୁଥିବା କର୍ମଚାରୀଙ୍କ ପ୍ରଦର୍ଶନ ଉନ୍ନତମାନର ରହିଲା। ଏକ ସୁସ୍ଥ ଯୌନଜୀବନ କର୍ମମୟ ଜୀବନକୁ ଖୁସି ରଖିବାରେ ସହାୟକ ହୋଇଥାଏ।  ଏହା କହିଛନ୍ତି  କିଥ୍‌  ଲେଭିଟ୍। ଲେଭିଟ୍  ହେଉଛନ୍ତି ଆମେରିକାର ଜଣେ ଜଣାସୁଣା ଲେଖକ।

Advertisment

ମଣିଷର ମନକୁ ପରଖି ଯୌନଚର୍ଯ୍ୟାକୁ ନେଇ ସେ ଅନେକ ବହି ଲେଖିଛନ୍ତି। ବୈବାହିକ  ଜୀବନର ଖୁସି ସବୁ କାମ ପାଇଁ ଉତ୍ସାହ ଯୋଗାଇଥାଏ ବୋଲି ସେ କହିଛନ୍ତି। ହେଲେ ଟିକେ ସତର୍କ। ଅଫିସ ସମୟରେ ସେକ୍ସ ଅବାଞ୍ଛନୀୟ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe