/odisha-reporter/media/post_attachments/uploads/2019/07/0b40449f1efc7a2d832549c9f34.jpg)
0b40449f1efc7a2d832549c9f34
ଆବଶ୍ୟକ ସାମଗ୍ରୀ- ବର୍ଗର ବନ୍, ଅଣ୍ଡା, କ୍ଷୀର, ପିଆଜ, ଲହୁଣୀ, ମେୟୋନିଜ୍, ତେଲ, ଟମାଟୋ, କାକୁଡ଼ି, ବନ୍ଧା କୋବି ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗୋଟିଏ ବଡ଼ ପିଆଜକୁ ଗୋଲ ଗୋଲ କରି କାଟନ୍ତୁ। ଆଉ ଗୋଟିଏ ପିଆଜକୁ ଛୋଟ ଛୋଟ କରି କାଟନ୍ତୁ। ଟମାଟୋ ଓ କାକୁଡ଼ିକୁ ମଧ୍ୟ ଗୋଲ୍ ଗୋଲ୍ କରି କାଟନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟନ୍ତୁ ଓ ଏଥିରେ ଛୋଟ ଛୋଟ କରି କଟା ଯାଇଥିବା ପିଆଜ ସହିତ କ୍ଷୀର ଓ ସ୍ୱାଦାନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ଏବେ ଏକ ପ୍ୟାନ୍ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଫେଣ୍ଟା ଯାଇଥିବା ଅଣ୍ଡା ଢାଳି ଅମ୍ଲେଟ୍ ତିଆରି କରନ୍ତୁ। ଅମ୍ଲେଟ୍ର ଉଭୟ ପାର୍ଶ୍ୱ ଗୋଲ୍ଡେନ୍ ବ୍ରାଉନ୍ ଓ କ୍ରିସ୍ପି ହେବା ଯାଏ ଫ୍ରାଏ କରନ୍ତୁ। ଏବେ ଅମ୍ଲେଟ୍କୁ ପ୍ଲେଟ୍କୁ ବାହାର କରି ଉକ୍ତ ପ୍ୟାନ୍ରେ ଅଳ୍ପ ବଟର ପକାନ୍ତୁ। ବଟର ତରଳି ଗଲାପରେ ଏଥିରେ ବର୍ଗର ବନ୍ର ଉଭୟ ପାର୍ଶ୍ୱରୁ ବ୍ରାଉନ୍ ହେବା ଯାଏ ସେକନ୍ତୁ ଓ ପ୍ଲେଟ୍କୁ ବାହାର କରନ୍ତୁ।
ଏବେ ବର୍ଗରର ଗୋଟିଏ ପାର୍ଶ୍ୱରେ ମେୟୋନିଜ୍ ଲଗାନ୍ତୁ ଓ ବନ୍ଧା କୋବି ପତ୍ରକୁ ବେସ୍ ଭାବେ ବ୍ୟବହାର କରନ୍ତୁ। ଏହା ଉପରେ ଗୋଲ୍ ଗୋଲ୍ କଟା ହୋଇଥିବା ଟମାଟୋ, ପିଆଜ ଓ କାକୁଡ଼ି ରଖନ୍ତୁ। ତା’ପରେ ଅମ୍ଲେଟ୍ ରଖନ୍ତୁ। ଏବେ ବାକି ଅଧା ବନ୍ରେ ବର୍ଗରକୁ କଭର କରନ୍ତୁ ଓ ଟମାଟୋ କ୍ୟାଚ୍ଅପ୍ ସହିତ ପରଷନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
