Advertisment

ଏକ ଫଟୋ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି...

ଆପଣ କେବେ ଭାବିଛନ୍ତି କି କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଆପଣଙ୍କ ପାଇଁ ସୁଖ, ସମୃଦ୍ଧି ଆଣିପାରେ। ବାସ୍ତୁଶାସ୍ତ୍ର ଅନୁସାରେ କାନ୍ଥରେ ଫଟୋ ଝୁଲାଇଲେ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଆସନ୍ତୁ ଜାଣିବା କେମିତି… ଭାଗ୍ୟ ବଦଳେଇବ ଫଟୋ – ସକାରାତ୍ମକ ଚିନ୍ତା ପାଇଁ ଘରେ କାନ୍ଥରେ ହସୁଥିବା ଛୁଆର ଫଟୋ ଲଗାନ୍ତୁ। -ବେଡ୍‌ରୁମ୍‌ରେ ଫୁଲର ଫଟୋ ଲଗାନ୍ତୁ। ଏହା ଦ୍ୱାରା ମନ ସତେଜ ଓ ସୁସ୍ଥ ରହିବ। – ଘରେ କେବେ ବି ହ୍ରିଂସ ଜୀବଜନ୍ତୁଙ୍କ […]

ଅଦ୍ୟତନ ହୋଇଛି
ଏକ ଫଟୋ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି...

ph

Advertisment

ଆପଣ କେବେ ଭାବିଛନ୍ତି କି କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଆପଣଙ୍କ ପାଇଁ ସୁଖ, ସମୃଦ୍ଧି ଆଣିପାରେ। ବାସ୍ତୁଶାସ୍ତ୍ର ଅନୁସାରେ କାନ୍ଥରେ ଫଟୋ ଝୁଲାଇଲେ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଆସନ୍ତୁ ଜାଣିବା କେମିତି...

Advertisment

ଭାଗ୍ୟ ବଦଳେଇବ ଫଟୋ

- ସକାରାତ୍ମକ ଚିନ୍ତା ପାଇଁ ଘରେ କାନ୍ଥରେ ହସୁଥିବା ଛୁଆର ଫଟୋ ଲଗାନ୍ତୁ।

-ବେଡ୍‌ରୁମ୍‌ରେ ଫୁଲର ଫଟୋ ଲଗାନ୍ତୁ। ଏହା ଦ୍ୱାରା ମନ ସତେଜ ଓ ସୁସ୍ଥ ରହିବ।

- ଘରେ କେବେ ବି ହ୍ରିଂସ ଜୀବଜନ୍ତୁଙ୍କ ଫଟୋ ଲଗାନ୍ତୁ ନାହିଁ। ଏଭଳି ଫଟୋ ଆମ ମନରେ କ୍ରୋଧ ଜାତ କରାଏ।

-ଘରେ ଘୋଡ଼ା, କୁକୁରର ଫଟୋ ଲଗାଇପାରିବେ। ଏହା ଆପଣଙ୍କୁ ଶକ୍ତି ଓ ସମୃଦ୍ଧି ପ୍ରଦାନ କରିବ।

Advertisment

କେଉଁ ଫଟୋ ଲଗାଇବେ ନାହିଁ

- ଝରଣା ଓ ପାଣି ଫଟୋ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଟଙ୍କା ଖର୍ଚ୍ଚ ହେବ।

-ଘରର କୌଣସି କଠୋରୀରେ ଯୁଦ୍ଧ ଅବା ମହାଭାରତ ଫଟୋ ଲଗାନ୍ତୁ ନାହିଁ

- କୌଣସି ରାକ୍ଷସ ଓ ଯାଦୁଗରଙ୍କ ଫଟୋ ଘରେ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ ଝଗଡ଼ା ଲାଗି ରହିବ।

-ଘରେ କଳା ଫଟୋ ଲଗାନ୍ତୁ ନାହିଁ। ଏହା ଦ୍ୱାରା ମନରେ ନକାରାତ୍ମକ ଚିନ୍ତା ଜାତ ହୁଏ।

ପୂଜା ପାଇଁ ଲଗାନ୍ତୁ ଏଭଳି ଫଟୋ

- ପୂଜା ପାଇଁ ଘରେ ଦେବାଦେବୀ ଅବା ନିଜ ଗୁରୁଙ୍କ ଫଟୋ ଲଗାନ୍ତୁ।ଏହି ଫଟୋଗୁଡ଼ିକ ଯେତିକି ସ୍ପଷ୍ଟ ହେବ ସେତିକି ଭଲ।

-ଏହି ଫଟୋଗୁଡ଼ିକୁ ପୂଜା ସ୍ଥାନରେ ଲଗାଇବା ଉଚିତ। ଏହା ଏତିକି ଉଚ୍ଚରେ ରହିବା ଉଚିତ ଯେମିତି ଆପଣଙ୍କ ଆଖି ସମ୍ମୁଖରେ ରହୁଥିବ।

-ପୂଜା ପାଇଁ ଏକା ଥରକେ ବହୁତ ଫଟୋ ଲଗା ଯିବା ଉଚିତ ନୁହେଁ। ଚିତ୍ରର ରଙ୍ଗ ଓ ଆକାର ଖରାପ ହୋଇଗଲେ ସେଗୁଡ଼ିକୁ ବଦଳାଇ ଦେବା ଉଚିତ।

ଏମିତି ବଢ଼ିବ ଭାଗ୍ୟ:

-ପ୍ରେମ ବଢିବା ନିମନ୍ତେ ଡାଇନିଙ୍ଗ୍ ରୁମ କିମ୍ବା ମୁଖ୍ୟ ଦ୍ୱାର ପାଖରେ ଫୁଲ ଚିତ୍ର ଲଗାନ୍ତୁ।

- ପୂଜା ସ୍ଥାନରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୁଏ।

-ପଦ୍ମ ଫୁଲ ଅବା ଗାଈର ଫଟୋ ବେଡ୍‌ରୁମ୍‌ରେ ଲଗାନ୍ତୁ। ଏହା ଦ୍ୱାରା ସନ୍ତାନପ୍ରାପ୍ତ ହୋଇଥାଏ।

-ଉତ୍ତମ ସ୍ୱାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦିତ ସୂର୍ଯ୍ୟର ଫଟୋ ଲଗାନ୍ତୁ।

- କଷ୍ଟ ନିବାରଣ ପାଇଁ ପୂଜାସ୍ଥାନରେ ଆଶୀର୍ବାଦ ମୁଦ୍ରାରେ ଥିବା ଭଗବାନ ଶିବ ଅବା କୃଷ୍ଣଙ୍କ ଫଟୋ ଲଗାନ୍ତୁ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe