pack
ଭୁବନେଶ୍ୱର: ସମୟର ଅଭାବ, ଶୀଘ୍ର କାମ ସାରିବା ଏବଂ ଅଳସୁଆମୀ ପାଇଁ ଆଜିକାଲି ସମସ୍ତେ ପ୍ୟାକ୍ ଫୁଡ୍କୁ ଅଧିକ ଆପଣାଇବାରେ ଦେଖାଯାଉଛି। କିନ୍ତୁ ମାଂସ କ୍ଷେତ୍ରରେ ଏହି ପ୍ୟାକ୍ ଫୁଡ୍ ଖାଦ୍ୟକୁ ଖାଇବା ଶ୍ୱାସ ରୋଗ ସମସ୍ୟାକୁ ନିମନ୍ତ୍ରଣ କରିବା ପରି ହେବ। ଏକ ଅଧ୍ୟୟନରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଧୂଆ ହୋଇ ପ୍ୟାକ୍ କରି ବିକ୍ରି କରାଯାଉଥିବା କଞ୍ଚା ମାଂସକୁ କିଛି ସମୟ ମଧ୍ୟରେ ରାନ୍ଧି ଖାଇବା ପାଟି ପାଇଁ ସୁଆଦିଆ ଲାଗିବା ସହ ସମୟ ବଞ୍ଚିଯାଉଥାଇ ପାରେ କିନ୍ତୁ ଏହା କୁପ୍ରଭାବ ସିଧା ସଳଖ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାସ୍ କରି ଶ୍ୱାସ ରୋଗ ସମସ୍ୟା ଦେଖାଯାଏ।
ଏହି ଅଧ୍ୟୟନ ମୁତାବକ ଏହି ଏହି ମାଂସରେ ଅଧିକ ମାତ୍ରାରେ ନାଇଟ୍ରାଇଟ୍ ରହିଥାଏ ଯାହାକୁ ଖାଇବା ଦ୍ୱାରା ଶ୍ୱାସ ନଳୀ ଫୁଲେ। ଏହା ଶ୍ୱାସ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟ। ଯେଉଁ ବ୍ୟକ୍ତି ସପ୍ତାହରେ ଚାରି ଥର କିମ୍ବା ତା ଠାରୁ ଅଧିକ ଥର ଏପରି ମାଂସ ଖାଇଥାନ୍ତି ସେମାନଙ୍କ ଠାରେ ଶ୍ୱାସ ରୋଗ ହେବାର ଅଧିକ ସମ୍ଭାବନା ରହିଛି। ଏହାବ୍ୟତୀତ ଶ୍ୱାସ କ୍ରିୟାରେ ବାଧା, ଛାତିରେ ଚାପ ଏବଂ ଅନ୍ୟ ସ୍ୱାସ୍ଥ୍ୟଗତ ଅସୁବିଧା ମଧ୍ୟ ଦେଖାଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/12/pack.jpg)