ପାଦକୁ ନରମ, ମୁଲାୟମ ରଖିଥାଏ ମୋଜା !

ଭୁବନେଶ୍ୱର: ସବୁବେଳେ ଜୋତା ଓ ମୋଜା ପିନ୍ଧିବା ଭଲ। ଏହାଦ୍ୱାରା ପାଦ ଅପରିଷ୍କାର ହୋଇନଥାଏ। ମୋଜା କେବଳ ପାଦକୁ ଅପରିଷ୍କାର ହେବାରୁ ରକ୍ଷା କରି ନ ଥାଏ, ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ମୋଜା ପିନ୍ଧି ଶୋଇବା ଦ୍ୱାରା ଗୋଇଠି ଫାଟି ନ ଥାଏ ଓ ନରମ ରହେ। ସାଧାରତଃ ବିଛଣାରୁ ଉଠିବା ପରେ ଗୋଇଠି ଶୁଷ୍କ ହୋଇଯାଇଥାଏ। ତେଣୁ ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଦ୍ୱାରା ଗୋଇଠି ଶୁଷ୍କ ହୋଇନଥାଏ। ଶୋଇବା […]

hollywood_mirror_rainbow_socks5

hollywood_mirror_rainbow_socks5

Rakesh Mallick
  • Published: Monday, 04 July 2016
  • Updated: 27 April 2017, 05:12 PM IST

Sports

Latest News

ଭୁବନେଶ୍ୱର: ସବୁବେଳେ ଜୋତା ଓ ମୋଜା ପିନ୍ଧିବା ଭଲ। ଏହାଦ୍ୱାରା ପାଦ ଅପରିଷ୍କାର ହୋଇନଥାଏ। ମୋଜା କେବଳ ପାଦକୁ ଅପରିଷ୍କାର ହେବାରୁ ରକ୍ଷା କରି ନ ଥାଏ, ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ମୋଜା ପିନ୍ଧି ଶୋଇବା ଦ୍ୱାରା ଗୋଇଠି ଫାଟି ନ ଥାଏ ଓ ନରମ ରହେ। ସାଧାରତଃ ବିଛଣାରୁ ଉଠିବା ପରେ ଗୋଇଠି ଶୁଷ୍କ ହୋଇଯାଇଥାଏ। ତେଣୁ ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଦ୍ୱାରା ଗୋଇଠି ଶୁଷ୍କ ହୋଇନଥାଏ। ଶୋଇବା ପରେ ଅନେକ ଲୋକଙ୍କ ପାଦ ଥଣ୍ଡା ପଡ଼ିଯାଇଥାଏ। ତେଣୁ ମୋଜା ପିନ୍ଧ ଶୋଇବା ଫଳରେ ପାଦ ଉଷୁମ ରହିଥାଏ।

କେତେକ ଲୋକଙ୍କ ପାଦରୁ ଝାଳ ବୋହିଥାଏ,ଯାହାକୁ ଆମେ ହାଇପ୍ରହାଇଡ୍ରୋସିସ୍ କହିଥାଉ। ପାଦରୁ ଅଧିକ ଝାଳ ବାହାରୁଥିଲେ ମୋଜା ପିନ୍ଧି ଶୋଇବା ପାରିବେ। ମୋଜା ପିନ୍ଧି ଶୋଇବା ଦ୍ୱାରା ଦୁର୍ଗନ୍ଧ ଓ ବ୍ୟାକ୍‌ଟେରିଆରୁ ଦୂରେଇ ରହିବା ସହ ସଂକ୍ରାମକ ରୋଗରୁ ଆମକୁ ରକ୍ଷା କରିଥାଏ।

ପାଦ ଶରୀରର ଏପରି ଏକ ଅଂଶ ଯାହା ଶରୀରର ଓଜନକୁ ସନ୍ତୁଳିତ ରଖିଥାଏ। ଏହି କାରଣରୁ  ବେଳେ ବେଳେ ପାଦରେ ଯନ୍ତ୍ରଣା ହୋଇଥାଏ।  ପାଦର ଏହିସବୁ ସମସ୍ୟାରୁ ଆମକୁ ମୋଜା ରକ୍ଷା କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos