Advertisment

ପେନ୍‌କିଲର ଭାରି ବିପଦ; ବଢ଼ାଇ ଦିଏ ହୃଦ୍‌ରୋଗ ଆଶଙ୍କା

ପେନ୍‌କିଲରର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି। ଏହା ଜାଣି ମଧ୍ୟ ଅନେକ ଯନ୍ତ୍ରଣାରୁ ସାମୟିକ ଉପଶମ ପାଇବା ପାଇଁ ପେନ୍‌କିଲର ଖାଇ ଥାଆନ୍ତି। ତେବେ ଏହା ଶରୀର ପାଇଁ କ୍ଷତିକାରକ। ଏକ ଗବେଷଣାରୁ  ଜଣାପଡ଼ିଛି, ପେନ୍‌କିଲର ଖାଇବା ଦ୍ୱାରା ହୃଦ୍‌ରୋଗ ହେବାର ଆଶଙ୍କା ୫୦ ପ୍ରତିଶତ ବଢ଼ିଯାଏ। ଅଧିକ ମାତ୍ରାରେ ପେନ୍‌କିଲର ଖାଇଲେ ଏହା ଗୋଟିଏ ସପ୍ତାହ ମଧ୍ୟରେ ହୃତ୍‌ପିଣ୍ଡକୁ ଦୁର୍ବଳ କରି ଦେଇଥାଏ। କାନାଡ଼ା ୟୁନିଭର୍ସିଟି ଅଫ୍‌ ମୋନଟେରିୟଲର ଗବେଷକମାନେ ୪,୫୦,୦୦୦ ରୋଗୀଙ୍କୁ ନେଇ ଗବେଷଣା […]

ଅଦ୍ୟତନ ହୋଇଛି
ପେନ୍‌କିଲର ଭାରି ବିପଦ; ବଢ଼ାଇ ଦିଏ ହୃଦ୍‌ରୋଗ ଆଶଙ୍କା

painkillers

Advertisment

ପେନ୍‌କିଲରର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି। ଏହା ଜାଣି ମଧ୍ୟ ଅନେକ ଯନ୍ତ୍ରଣାରୁ ସାମୟିକ ଉପଶମ ପାଇବା ପାଇଁ ପେନ୍‌କିଲର ଖାଇ ଥାଆନ୍ତି। ତେବେ ଏହା ଶରୀର ପାଇଁ କ୍ଷତିକାରକ।

Advertisment

ଏକ ଗବେଷଣାରୁ  ଜଣାପଡ଼ିଛି, ପେନ୍‌କିଲର ଖାଇବା ଦ୍ୱାରା ହୃଦ୍‌ରୋଗ ହେବାର ଆଶଙ୍କା ୫୦ ପ୍ରତିଶତ ବଢ଼ିଯାଏ। ଅଧିକ ମାତ୍ରାରେ ପେନ୍‌କିଲର ଖାଇଲେ ଏହା ଗୋଟିଏ ସପ୍ତାହ ମଧ୍ୟରେ ହୃତ୍‌ପିଣ୍ଡକୁ ଦୁର୍ବଳ କରି ଦେଇଥାଏ।

କାନାଡ଼ା ୟୁନିଭର୍ସିଟି ଅଫ୍‌ ମୋନଟେରିୟଲର ଗବେଷକମାନେ ୪,୫୦,୦୦୦ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏହି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପେନ୍‌କିଲର ଖାଇବା ଦ୍ୱାରା ହୃଦ୍‌ରୋଗ ହେବାର ଆଶଙ୍କା ୨୪ରୁ ୪୮ ପ୍ରତିଶତ ବଢ଼ିଯାଏ।  ଯେଉଁମାନେ ପେନ୍‌କିଲର ଖାଆନ୍ତିନି ସେମାନଙ୍କ କ୍ଷେତ୍ରରେ ହୃଦରୋଗ ହେବାର ଆଶଙ୍କା ମାତ୍ର ୧ରୁ ୫  ପ୍ରତିଶତ ହୋଇଥାଏ।

Advertisment

ବ୍ରିଟିଶ ହାର୍ଟ ଫାଉଣ୍ଡେସନ୍‌ର  ଅସୋସିଏଟ୍ ମେଡିକାଲ୍‌ ନିର୍ଦ୍ଦେଶକ ଡକ୍ଟର ମାଇକ୍‌ କୈନାପଟନ୍‌ କହିଛନ୍ତି,“ପେନ୍‌କିଲର ଖାଇବା ଦ୍ୱାରା ରକ୍ତରେ ବିଶୃଙ୍ଖଳା ଦେଖାଯାଏ। ଏଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ। ରକ୍ତ ଜମାଟ ବାନ୍ଧି ଯାଏ। ପ୍ଲେଟ୍‌ଲେଟ୍‌ର ମାତ୍ରା ପ୍ରଭାବିତ ହୁଏ। ଏହା ଦ୍ୱାରା ହୃତ୍‌ପିଣ୍ଡ ଉପରେ ଚାପ ପଡ଼େ ଓ ଏହା ଠିକ୍ ଭାବେ କାମ କରେ ନାହିଁ।”

ସୌଜନ୍ୟ: ଆଜ୍‌ତକ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe