Advertisment

ହସ୍ତରେଖାରୁ ଜାଣନ୍ତୁ, କେଉଁ ଚାକିରି କଲେ ଆପଣଙ୍କୁ ମିଳିବ ସଫଳତା

ହସ୍ତରେଖା ଦେଖି ଭାଗ୍ୟ ଭବିଷ୍ୟତ ଜାଣି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତୃତ ବିବରଣୀ ରହିଛି। ପ୍ରତ୍ୟେକ ରେଖାର ଭିନ୍ନ ଭିନ୍ନ ମହତ୍ୱ ରହିଛି। ଯାହା ଆପଣ କେଉଁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ସୂଚାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ରେଖା ସମ୍ପର୍କରେ ଯାହା ଆପଣ କେଉଁ କ୍ଷେତ୍ରରେ ଗଲେ ଶୁଭ ହେବ ସୂଚାଉଛି। ଗୁରୁ ପର୍ବତ: ଯେଉଁମାନଙ୍କ ହସ୍ତରେଖାରେ  ଗୁରୁ ପର୍ବତ ସ୍ଥାନ ଉଜ୍ଜ୍ୱଳ ହୋଇଥାଏ, ସେମାନେ ଶିକ୍ଷାକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି। ମ୍ୟାନେଜମେଣ୍ଟ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ହସ୍ତରେଖାରୁ ଜାଣନ୍ତୁ, କେଉଁ ଚାକିରି କଲେ ଆପଣଙ୍କୁ ମିଳିବ ସଫଳତା

mm

ହସ୍ତରେଖା ଦେଖି ଭାଗ୍ୟ ଭବିଷ୍ୟତ ଜାଣି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତୃତ ବିବରଣୀ ରହିଛି। ପ୍ରତ୍ୟେକ ରେଖାର ଭିନ୍ନ ଭିନ୍ନ ମହତ୍ୱ ରହିଛି। ଯାହା ଆପଣ କେଉଁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ସୂଚାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ରେଖା ସମ୍ପର୍କରେ ଯାହା ଆପଣ କେଉଁ କ୍ଷେତ୍ରରେ ଗଲେ ଶୁଭ ହେବ ସୂଚାଉଛି।

Advertisment

ଗୁରୁ ପର୍ବତ: ଯେଉଁମାନଙ୍କ ହସ୍ତରେଖାରେ  ଗୁରୁ ପର୍ବତ ସ୍ଥାନ ଉଜ୍ଜ୍ୱଳ ହୋଇଥାଏ, ସେମାନେ ଶିକ୍ଷାକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି। ମ୍ୟାନେଜମେଣ୍ଟ, ଇଞ୍ଜିନିୟରିଂ, ଚିକିତ୍ସା, ରାଜନୀତି ଓ ସରକାରୀ କ୍ଷେତ୍ରରେ ବଡ଼ ଅଧିକାରୀ ହେବାର ସମ୍ଭାବନା ରହିଥାଏ। ଏହାସହ ଶିକ୍ଷା ଓ ଜ୍ୟୋତିଷ କ୍ଷେତ୍ରରେ କ୍ୟାରିୟର କଲେ ବହୁତ ଶୀଘ୍ର ସଫଳତା ମିଳି ପାରିବ।

ଶନି ପର୍ବତ: ଯାହାର ହସ୍ତରେଖାରେ ଶନି ପର୍ବତ ଅଧିକ ଉଜ୍ଜ୍ୱଳ ଦେଖାଯାଇଥାଏ, ସେମାନଙ୍କର ଶନି ପ୍ରଭାବଶାଳୀ ହୋଇଥାନ୍ତି। ସେମାନେ ଜୀବନରେ ସଫଳ ହୋଇପାରିବେ। କିନ୍ତୁ ସେଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଏମାନେ ଇଞ୍ଜିନିୟର, ଗବେଷକ, ଆଷ୍ଟୋଲୋଜି ଓ ଫୁଲ ବ୍ୟବସାୟରେ ଅଧିକ ସଫଳ ହୋଇପାରିବେ। ଠିକାଦାର କାମରେ ମଧ୍ୟ ଏମାନେ ଭଲ ଲାଭ ପାଇବେ।

Advertisment

ବୁଧ ପର୍ବତ: ହସ୍ତରେଖାରେ ବୁଧ ପର୍ବତ ସ୍ଥାନ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିବା ବ୍ୟକ୍ତି ବ୍ୟବସାୟରେ ସଫଳତା ଅର୍ଜନ କରିଥାନ୍ତି। ଏଭଳି ହସ୍ତରେଖା ଯେଉଁମାନଙ୍କର ଥାଏ, ସେମାନେ ଜମି ବ୍ୟବସାୟ ଓ ଔଷଧ ବ୍ୟବସାୟ  କଲେ ଲାଭ ପାଇବେ।

ତଳ ମଙ୍ଗଳ ଓ ଉଚ୍ଚ ମଙ୍ଗଳ: ଆଙ୍ଗୁଳିରେ ତଳେ ନିମ୍ନ ମଙ୍ଗଳ ଓ ଉଚ୍ଚ ମଙ୍ଗଳ ଥିଲେ ଏବଂ ଏହା ଉଜ୍ଜ୍ୱଳ ଦେଖାଯାଉଥିଲେ ଆପଣ ସେନା, ପୋଲିସ୍‌, ସୁରକ୍ଷା ଏଜେନ୍ସି, ଖେଳକୁଦ ଓ ଜମି ବ୍ୟବସାୟରେ ସଫଳ ହେବେ।