ବିଶ୍ୱାସ ଘାତକ ରାଶି: ସମ୍ପର୍କକୁ ଦିଏ ନାହିଁ ସମ୍ମାନ

ଭଲ ପାଇବା ଓ ବିଶ୍ୱାସରେ ସଂପର୍କ ତିଷ୍ଠି ଥାଏ। ଭଲ ପାଇବା ଓ ବିଶ୍ୱାସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। କୌଣସି ସଂପର୍କରେ ବିଶ୍ୱାସ ନ ଥିଲେ ସେ ସଂପର୍କ ଅଧିକ ଲମ୍ବା ସମୟ ତିଷ୍ଠିବା କଷ୍ଟକର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ବ୍ୟବହାର ଉପରେ ରାଶିର ପ୍ରଭାବ ରହିଛି। ଏହି କାରଣରୁ କିଛି ଲୋକ ବିଶ୍ୱାସ ଘାତକ ସ୍ୱଭାବର ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ବିଶ୍ୱାସ ଘାତକ ହୋଇଥାନ୍ତି। […]

zodiac-s

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 10:54 AM IST

ଭଲ ପାଇବା ଓ ବିଶ୍ୱାସରେ ସଂପର୍କ ତିଷ୍ଠି ଥାଏ। ଭଲ ପାଇବା ଓ ବିଶ୍ୱାସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। କୌଣସି ସଂପର୍କରେ ବିଶ୍ୱାସ ନ ଥିଲେ ସେ ସଂପର୍କ ଅଧିକ ଲମ୍ବା ସମୟ ତିଷ୍ଠିବା କଷ୍ଟକର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବ ଓ ବ୍ୟବହାର ଉପରେ ରାଶିର ପ୍ରଭାବ ରହିଛି। ଏହି କାରଣରୁ କିଛି ଲୋକ ବିଶ୍ୱାସ ଘାତକ ସ୍ୱଭାବର ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ବିଶ୍ୱାସ ଘାତକ ହୋଇଥାନ୍ତି।

ମେଷ: ଏହି ରାଶିର ବ୍ୟକ୍ତି ଅନ୍ୟକୁ ଧୋକା ଦେବାରେ ଧୁରନ୍ଦର ହୋଇଥାନ୍ତି। ଏମାନଙ୍କ ଦୃହୟ ଶୀଘ୍ର ଭାଙ୍ଗି ଯାଇଥାଏ। ଜୀବନ ସାଥୀଙ୍କୁ ବହୁତ କଥା ଲୁଚାଇ ଥାନ୍ତି। ଏଥିପାଇଁ ଗୋଟେ ପରେ ଗୋଟେ ମିଛ କହି ଚାଲିଥାନ୍ତି। ଏହାସହ ଏହି ରାଶିର ଲୋକେ ଏକାଧିକ ସମ୍ପର୍କ ରହିବାର ଆଶଙ୍କା ଥାଏ।

ମିଥୁନ: ପ୍ରେମ ବ୍ୟାପାରରେ ଏହି ରାଶିର ବ୍ୟକ୍ତି ଅନ୍ୟମାନଙ୍କଠାରୁ ଆଗରେ। ଏକାସଙ୍ଗରେ ଏମାନେ ଏକରୁ ଅଧିକ ସମ୍ପର୍କ ରହିବାକୁ ସକ୍ଷମ ଓ ରଖନ୍ତି ମଧ୍ୟ। ଏମାନେ ବହୁତ ଶୀଘ୍ର ପ୍ରେମରେ ପଡିଯାଆନ୍ତି। ସେହିପରି ସମ୍ପର୍କ ଭାଙ୍ଗିବାକୁ ମଧ୍ୟ ଏମାନଙ୍କୁ ବେଶି ସମୟ ଲାଗି ନ ଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ନିଜ ପ୍ରେମ ଓ ସଂପର୍କକୁ ନେଇ ବହୁତ ସଚ୍ଚୋଟ ହୋଇଥାନ୍ତି। ହେଲେ କେହି ତାଙ୍କୁ ସମସ୍ୟାରେ ପକାଇଲେ କିମ୍ବା କଷ୍ଟ ଦେଲେ ଏମାନେ ସମ୍ପର୍କ ତୁଟାଇବାରେ ଡେରି କରି ନ ଥାନ୍ତି। ଏମାନେ କାହା ସହ ବିଶ୍ୱାସ ଘାତକତା କରି ନ ଥାନ୍ତି। କେହି ତାଙ୍କ ସହ ବିଶ୍ୱାସ ଘାତକତା କରୁଥିଲେ ତାଙ୍କୁ ପସନ୍ଦ କରି ନ ଥାନ୍ତି।

ଧନୁ: ଏହି ରାଶିର ବ୍ୟକ୍ତିମାନେ ନିଜ ଇଚ୍ଛାରେ ସମୟ ବିତାଇବାକୁ ଭଲ ପାଇଥାନ୍ତି। ଏମାନଙ୍କୁ ନିଜ ଜୀବନ ସାଥୀଙ୍କ ସହ ସମୟ ବିତାଇବା ଅପେକ୍ଷା ଆଜାଦ୍‌ ଜୀବନ ଭଲ ଲାଗିଥାଏ। ଏପରି କରିବାରରେ ତାଙ୍କୁ ଅଟକା ଗଲେ ସେମାନେ ବ୍ରେକ୍‌ଅପ୍‌ କରି ନେଇଥାନ୍ତି। ଏମାନଙ୍କ ବିଶ୍ୱାସ ଘାତକ ସ୍ୱଭାବର ହୋଇ ନ ଥାନ୍ତି। ହେଲେ ସେମାନଙ୍କ ସ୍ୱାଧୀନତାରେ ଆଞ୍ଚ ଆସିଲେ ପାର୍ଟନର ପାଖରୁ ଦୂରେଇବାକୁ ଏମିତି କରିଥାନ୍ତି।

ମୀନ: ଏହି ରାଶିର ବ୍ୟକ୍ତି ବହୁତ ସ୍ୱାର୍ଥପର ହୋଇଥାନ୍ତି। ଏମାନେ ନିଜ ପାର୍ଟନର ପାଖରୁ ବହୁତ କିଛି ଆଶା କରିଥାନ୍ତି। ଆଶା ପୂରଣ ନ ହେଲେ ଏମାନେ ଦୂରେଇ ଯାଇଥାନ୍ତି।

Related story