Advertisment

ପେଟର ଚର୍ବି କମାଇ ଥାଏ ନୌକାସନ

ଭୁବନେଶ୍ୱର: ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍‌ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଉ। ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବ, ସିକ୍ସ ପ୍ୟାକ୍‌ ଆବ୍ସ ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ। ତେବେ କିପରି ଓ କେତେ ସମୟ ଏହି ଆସନ କଲେ ସୁସ୍ଥ ଓ ସୁନ୍ଦର ଶରୀର ପାଇପାରିବେ ଜାଣନ୍ତୁ ସେ ସଂପର୍କରେ […]

ଅଦ୍ୟତନ ହୋଇଛି
ପେଟର ଚର୍ବି କମାଇ ଥାଏ ନୌକାସନ

Naukasana-Boat-Yoga-Pose-

Advertisment

ଭୁବନେଶ୍ୱର: ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍‌ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଉ। ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବ, ସିକ୍ସ ପ୍ୟାକ୍‌ ଆବ୍ସ ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ। ତେବେ କିପରି ଓ କେତେ ସମୟ ଏହି ଆସନ କଲେ ସୁସ୍ଥ ଓ ସୁନ୍ଦର ଶରୀର ପାଇପାରିବେ ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା।

Advertisment

କିପରି କରିବେ: ଆସନ ଉପରେ ଉପରକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଶରୀରର ଦୁଇ ପାଖରେ ସିଧା ରଖନ୍ତୁ। ଏହି ଆସନରେ ରିଲାକ୍ସ ରହି କିଛି ସମୟ ସ୍ୱାଭାବିକ ଶ୍ୱାସକ୍ରିୟା କରନ୍ତୁ। ଏହାପରେ ଏକ ଲମ୍ବା ଶ୍ୱାସ ନିଅନ୍ତୁ ଓ ଏହା ସହିତ ଦୁଇ ଗୋଡ଼କୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଗୋଡ଼ ଉଠାଇବା ସମୟରେ ଗୋଡ଼କୁ ସିଧା ରଖିବେ। ଗୋଡ଼ ଉଠାଇବା ସହିତ ଦୁଇ ହାତ ସହ ଶରୀରକୁ ମଧ୍ୟ ଉପରକୁ ଉଠାଇ ହାତ ଆଙ୍ଗୁଠିକୁ ପାଦକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ।

୧୦ରୁ ୧୫ ସେକେଣ୍ଡ ଏହି ଆସନରେ ରହିବା ସହ ଶ୍ୱାସକୁ ଧରି ରଖନ୍ତୁ। ଏବେ ଧୀରେ ଧୀରେ ଶ୍ୱାସ ଛାଡନ୍ତୁ ଓ ପୂର୍ବ ପରି ଆସନରେ ସିଧା ଶୋଇଯାଆନ୍ତୁ। ଏହି ପରି ଭାବେ ୩ରୁ ୪ଥର ଅଭ୍ୟାସ କଲେ ଶରୀର ସୁସ୍ଥ ରହିଥାଏ।

Advertisment

ଲାଭ: ଏହା ପେଟର ଚର୍ବି କମ୍‌ କରେ। ହଜମ ଶକ୍ତି ବଢ଼ାଏ। ଯେଉଁମାନେ ସିକ୍ସ ପ୍ୟାକ୍‌ ଆବ୍ସ ଚାହାନ୍ତି, ସେମାନଙ୍କ ପାଇଁ ଏହି ଆସନ ବେଶ ଉପଯୋଗୀ। ଏହି ଆସନ ପାନକ୍ରିଆ, ଲିଭର ଓ ଲଙ୍ଗ୍ସକୁ କାର୍ଯ୍ୟକ୍ଷମ କରାଏ। ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହୋଇଥାଏ। ଏହି ଆସନ କରିବା ଦ୍ୱାରା ନିତମ୍ବ, ଜଙ୍ଘ, ବେକ ଏବଂ କାନ୍ଧ ମାସଂପେଶୀ ଶକ୍ତ ହୁଏ। ପ୍ରୋଷ୍ଟ୍ରେଟ୍‌ ଗ୍ଲାଣ୍ଡ୍‌ ଓ କିଡନୀକୁ ଉତ୍ତମ ରୂପେ କାର୍ଯ୍ୟକ୍ଷମ କରାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe