ସ୍ୱାସ୍ଥ୍ୟ ଠାରୁ ସୌନ୍ଦର୍ଯ୍ୟ ଯାଏଁ ସପୁରୀର ଉପକାରିତା

ଭୁବନେଶ୍ୱର: ସପୁରୀ ପାଟିକୁ ଯେତିକି ସୁଆଦିଆ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ କିଭଳି କାମ କରେ ସପୁରୀ ଜାଣନ୍ତୁ ସେ ସଂପର୍କିତ ଖାସ୍‌ କଥା। ହଜମ କରେ: ସପୁରୀ ମଧ୍ୟରେ ବ୍ରୋମେଲେନ୍‌ (bromelain) ନାମକ ଏନଜାଇମ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି। ତେବେ ହଜମ ପାଇଁ ଖାଦ୍ୟ […]

pineapple_fruit_plate

Rakesh Mallick
  • Published: Wednesday, 14 December 2016
  • , Updated: 27 April 2017, 05:07 PM IST

ଭୁବନେଶ୍ୱର: ସପୁରୀ ପାଟିକୁ ଯେତିକି ସୁଆଦିଆ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ କିଭଳି କାମ କରେ ସପୁରୀ ଜାଣନ୍ତୁ ସେ ସଂପର୍କିତ ଖାସ୍‌ କଥା।

ହଜମ କରେ: ସପୁରୀ ମଧ୍ୟରେ ବ୍ରୋମେଲେନ୍‌ (bromelain) ନାମକ ଏନଜାଇମ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି। ତେବେ ହଜମ ପାଇଁ ଖାଦ୍ୟ ଖାଇବା ପରେ   ଅଳ୍ପ ସପୁରୀରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଖାଇପାରିବେ।

ଶ୍ୱାସ କିମ୍ବା କଫ ସମସ୍ୟା ଥିଲେ: ଯଦି ଆପଣଙ୍କୁ ଶ୍ୱାସ ରୋଗ କିମ୍ବା କଫ ସମସ୍ୟା ଥାଏ, ତେବେ ପ୍ରତିଦିନ ଦୁଇ ରୁ ତିନି ଖଣ୍ଡ ସପୁରୀ ଖାଇଲେ ଫୁସ୍‌ଫୁସ୍‌ ସଫା ରୁହେ ଏବଂ କଫ ଓ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ।

ସକାଳ ଜଳଖିଆରେ ସପୁରୀ: ଅନେକ ଲୋକ ସକାଳର ଜଳଖିଆ ଖୁବ୍‌ କମ୍‌ ମାତ୍ରାର କରିଥାନ୍ତି। ତେବେ ଉପଯୁକ୍ତ ପରିମାଣର ଜଳଖିଆ ପାଇଁ ସପୁରୀ ସହ କଦଳୀ, ସେଓର ଏକ ଫ୍ରୁଟ୍‌ ସାଲାଡ ଖାଇପାରିବେ। ଯାହା ପେଟ ବି ପୁରିବ ଓ ସ୍ୱାସ୍ଥ୍ୟ ବି ଭଲ ରହିବ।

କିଡନୀରେ ଷ୍ଟୋନ୍‌: କଡନୀରେ ଷ୍ଟୋନ୍‌ ପାଇଁ ଯନ୍ତ୍ରଣା ହେଉଥିଲେ ପ୍ରତିଦିନ ଏକ ଗ୍ଲାସ୍‌ ସପୁରୀ ରସ ପିଅନ୍ତୁ ଯନ୍ତ୍ରଣାରୁ ଉପଶମ ମିଳିବ।

ପେଟରେ କୃମି: ଛୋଟ ପିଲାଙ୍କ ପେଟରେ କୃମି ସମସ୍ୟା ଏକ ସାଧାରଣ କଥା ହେଲେ ମଧ୍ୟ ଯନ୍ତ୍ରଣା ଦାୟକ। ପ୍ରତିଦିନ କିଛି ସପୁରୀ ଖଣ୍ଡ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଯନ୍ତ୍ରଣା କମିବା ସହ କୃମି ମଧ୍ୟ ମରିଯିବେ।

ମୁଖ ସମସ୍ୟା: ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ। ଏହା ଦାନ୍ତର ମାଢ଼ିକୁ ଶକ୍ତ ରଖେ ଫଳରେ ଦାନ୍ତ ମୂଳ ଢ଼ିଲା ହେବା ଆଶଙ୍କା ରୁହେ ନାହିଁ। ଦାନ୍ତ କ୍ଷୟ ସମସ୍ୟା ମଧ୍ୟ ଦୂରାଏ।

ସୌନ୍ଦର୍ଯ୍ୟ ପାଇଁ ସପୁରୀ: ଏଥିରେ ଥିବା ଆଷ୍ଟ୍ରିଜେଣ୍ଟ କେଶ ଝଡ଼ିବା ସମସ୍ୟା କମ୍‌ କରେ। ଚର୍ମ ଢ଼ିଲା ହେବାକୁ ଦିଏ ନାହିଁ। ମାଂସପେଶୀ ମଧ୍ୟ ଶକ୍ତ ରଖେ।

Related story