Advertisment

ଫ୍ୟାଶନରେ ପିଙ୍କ୍ ଆଇ ଲାଇନର୍

ଭୁବନେଶ୍ୱର: କୁହାଯାଏ ହୃଦୟକୁ ପହଞ୍ଚିବାର ମାଧ୍ୟମ ହେଉଛି ଆଖି। ଏଣୁ ମେକ୍ଅପ ଦୁନିଆରେ ଆଖିକୁ ବା ଆଇ ମେକ୍ଅପକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଠିକ୍ ଭାବେ କରାଯାଇଥିବା ଆଇ ମେକ୍ଅପ୍ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ବଦଳାଇଦେଇ ପାରେ। ଯଦି ଆପଣ ମଧ୍ୟ ଆଖିକୁ ସଜେଇବାକୁ ଭଲ ପାଆନ୍ତି ଆଉ ନିଜ ମେକ୍ଅପରେ କିଛି ଡ୍ରାମା ଭରିଦେବାକୁ ଚାହାନ୍ତି, ଏଇ ଆର୍ଟିକଲଟି ଆପଣଙ୍କ କାମରେ ଲାଗିପାରେ। ଯେପରି କି ମେକ୍ଅପ ପ୍ରେମୀମାନେ ଜାଣନ୍ତି ଯେ, ଠିକ୍ ଆଏ ମେକ୍ଅପ୍ ଆପଣଙ୍କ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଫ୍ୟାଶନରେ ପିଙ୍କ୍ ଆଇ ଲାଇନର୍

fashion

ଭୁବନେଶ୍ୱର: କୁହାଯାଏ ହୃଦୟକୁ ପହଞ୍ଚିବାର ମାଧ୍ୟମ ହେଉଛି ଆଖି। ଏଣୁ ମେକ୍ଅପ ଦୁନିଆରେ ଆଖିକୁ ବା ଆଇ ମେକ୍ଅପକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଠିକ୍ ଭାବେ କରାଯାଇଥିବା ଆଇ ମେକ୍ଅପ୍ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ବଦଳାଇଦେଇ ପାରେ। ଯଦି ଆପଣ ମଧ୍ୟ ଆଖିକୁ ସଜେଇବାକୁ ଭଲ ପାଆନ୍ତି ଆଉ ନିଜ ମେକ୍ଅପରେ କିଛି ଡ୍ରାମା ଭରିଦେବାକୁ ଚାହାନ୍ତି, ଏଇ ଆର୍ଟିକଲଟି ଆପଣଙ୍କ କାମରେ ଲାଗିପାରେ।

Advertisment

pink in fashion

ଯେପରି କି ମେକ୍ଅପ ପ୍ରେମୀମାନେ ଜାଣନ୍ତି ଯେ, ଠିକ୍ ଆଏ ମେକ୍ଅପ୍ ଆପଣଙ୍କ ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିଥାଏ। କିନ୍ତୁ ଯେତେବେଳ ଡେଲି ମେକ୍ଅପ କଥା ଆସେ, ଆମେ ସେହି ରେଡ୍ ସେଡ୍ ଲିପଷ୍ଟିକ୍, ବ୍ଲାକ୍ ଲାଇନର୍, କାଜଲ୍, ଓ ମସ୍କାରା ଲଗାଇ ନିଅନ୍ତି। ଯଦି ଆପଣ ବି ଏଭଳି ନିତି ଦିନିଆ ମେକ୍ଅପରେ ବୋର୍ ହୋଇଗଲେଣି ତେବେ ଆଜି ପ୍ରସ୍ତୁତ ହୋଇଯାନ୍ତୁ ନିଜ ଆଖିରେ କିଛି ରଙ୍ଗ ମିଶାଇବାକୁ। ଲାଇଟ୍ ପିଙ୍କ୍ ବା ଡାର୍କ ପିଙ୍କ୍ ଆଏଲାଇନର୍ ସହ ନିଜ ମେକ୍ଅପ ଏକ୍ସପେରିମେଣ୍ଟ କରନ୍ତୁ।

pink eye liner in trend

କେବଳ ବ୍ଲାକ୍ କାହିଁକି ବିଭିନ୍ନ କଲର୍ ସହ ଆପଣ ନିଜର ଆଇ ମେକ୍ଅପ୍ ଏକ୍ସପେରିମେଣ୍ଟ କରିପାରିବେ। ହେଲେ ଆଜିକାଲି ଫ୍ୟାଶନ ଟ୍ରେଣ୍ଡରେ ଚାଲିଛି ଫିଙ୍କ୍ ସେଡ୍। ବ୍ଲାକ୍ ଡ୍ରାମା ଆଇ ଲାଇନର ସହ ପିଙ୍କ୍ ଲାଇନର୍ ମିଶାଇ ନିଜ ଆଇ ମେକ୍ଅପରେ ଟିକେ ଅଧିକା ଡ୍ରାମା ଭରିଦେଇପାରିବେ। ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ ଏଭଳି ଆଇ ମେକ୍ଅପ ଆଣଙ୍କୁ ଏକ ଗ୍ଲାମର୍ସ ଲୁକ୍ ଦେଇପାରିବ। ଟ୍ରାଏ କରନ୍ତୁ...

Advertisment

pink black eye liner

ଚଳିତବର୍ଷ ପିଙ୍କ ସେଡ୍ ଆଏଲାଇନର୍ ଫ୍ୟାଶନରେ ଟ୍ରେଣ୍ଡ ହେଉଛି। ଆପଣ ନିଜ ତ୍ୱଚାର ସେଡ୍ ଅନୁସାରେ ପିଙ୍କ୍ ଆଇ ଲାଇନର୍ ସେଡ୍ ଚୟନ କରିପାରିବେ। ତେବେ ଫ୍ୟାଶନ୍ ଟ୍ରେଣ୍ଡରେ ଚାଲିଥିବାରୁ ଭିନ୍ନ ଭିନ୍ନ ବ୍ରାଣ୍ଡର ପିଙ୍କ୍ ଆଇ ଲାଇନର୍ ଅନଲାଇନ୍ ଓ ଅଫଲାଇନ୍ ମାର୍କେଟରେ ଆପଣ ପାଇପାରିବେ। ଯଦି ଆପଣଙ୍କୁ ଡାର୍କ ପିଙ୍କ୍ ସେଡ୍ ପସନ୍ଦ କିନ୍ତୁ ଆପଣ ଡବଲ କୋଟ୍ କରିବାକୁ ଚାହାନ୍ତି ନାହିଁ। ତା’ହେଲେ ସିଙ୍ଗଲ୍ କୋଟ୍ କରି ବ୍ଲୁ ସେଡ୍ କିମ୍ୱା ବ୍ଲାକ୍ ସେଡ୍ ଜେଲ୍ ଆଇ ଲାଇନର୍ ସହ ମିଶାଇ ଆପଣ ନିଜ ଆଖିକୁ ଆକର୍ଷଣୀୟ ଲୁକ୍ ଦେଇପାରିବେ।

pink eye liner in trend

ପିଙ୍କ୍ ଏକ ସଫ୍ଟ କଲର୍ ହୋଇଥିବାରୁ ସମସ୍ତଙ୍କୁ ଭଲ ଲାଗିଥାଏ। ଏଣୁ ପିଙ୍କ୍ ଆଇ ଲାଇନର୍ ବ୍ୟବହାର କଲେ ଆପଣ ଗ୍ଲିଟରି ଆଏ ସେଡୋ ବ୍ୟବହାର କରିପାରିବେ କିମ୍ବା ନ୍ୟୁଡ୍ ସେଡ୍ ଆଏ ସେଡୋ ଲଗାଇ ଟିକେ ହାଇଲାଇଟର୍ ମିଶାଇଦେଲେ ଆପଣଙ୍କ ଲୁକ୍ ଟିକେ ହଟକେ ଦେଖାଯିବ। ତେବେ ଧ୍ୟାନ ରଖିବେ, ଏଭଳି ଆଇ ମେକ୍ଅପ କରୁଥିଲେ, ସବୁବେଳେ କନଟ୍ରାଷ୍ଟ୍ କଲର୍ ଲିପଷ୍ଟିକ୍ ହିଁ ମାନିଥାଏ।