Advertisment

ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ପଟାଟୋ ଲଲିପପ୍‌

ଆବଶ୍ୟକ ସାମଗ୍ରୀ ସିଝା ଆଳୁ, ପିଆଜ, ଧନିଆ ପତ୍ର, ବ୍ରେଡ୍‌ କ୍ରମ୍ବସ୍‌, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଆମ୍‌ଚୁର୍‌ ପାଉଡର୍‌, ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳି ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଛୋଟ ଛୋଟ କରି କଟା ଯାଇଥିବା ପିଆଜ, ଧନିଆ ପତ୍ର, ବ୍ରେଡ୍‌ କ୍ରମ୍ବସ୍‌, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ରସୁଣ ପେଷ୍ଟ, ଆମ୍‌ଚୁର୍‌ ପାଉଡର୍‌ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। […]

author-image
Rosalin Rath
ଅଦ୍ୟତନ ହୋଇଛି
ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ପଟାଟୋ ଲଲିପପ୍‌

p11

ଆବଶ୍ୟକ ସାମଗ୍ରୀ

ସିଝା ଆଳୁ, ପିଆଜ, ଧନିଆ ପତ୍ର, ବ୍ରେଡ୍‌ କ୍ରମ୍ବସ୍‌, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଆମ୍‌ଚୁର୍‌ ପାଉଡର୍‌, ତେଲ ଏବଂ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳି

publive-image

ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଛୋଟ ଛୋଟ କରି କଟା ଯାଇଥିବା ପିଆଜ, ଧନିଆ ପତ୍ର, ବ୍ରେଡ୍‌ କ୍ରମ୍ବସ୍‌, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ରସୁଣ ପେଷ୍ଟ, ଆମ୍‌ଚୁର୍‌ ପାଉଡର୍‌ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ପରେ ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋର୍‌ରେ ପାଣି ଦେଇ ଏହାକୁ ଗୋଳାଇ ଦିଅନ୍ତୁ। ଧ୍ୟାନ ଦେବେ ଏହି ମିଶ୍ରଣ ଅଧିକ ବହଳିଆ ହେବ ନି କି ପୂରା ପାଣିଆ ବି ହେବନି। ଏହା ମଧ୍ୟମ ଧରଣର ହେବ। ଏବେ ଆଉ ଏକ ପାତ୍ରରେ ବ୍ରେଡ୍‌ କ୍ରମ୍ବସ୍‌ରେ ଲଙ୍କା ଗୁଣ୍ଡ ମିଶାଇ ରଖନ୍ତୁ।

ଏବେ ଗ୍ୟାସ୍‌ ଲଗାଇ ତେଲ ଗରମ କରନ୍ତୁ। ଏହା ସହିତ ଚକଟା ଆଳୁକୁ ହାତରେ ଗୋଲ୍‌ ଗୋଲ୍‌ ବଲ୍‌ କରି କର୍ଣ୍ଣଫ୍ଲୋର୍‌ରେ ବୁଡ଼ାନ୍ତୁ ଓ ଏହା ପରେ ଏଥିରେ ଲଙ୍କାଗୁଣ୍ଡ ମିଶା ବ୍ରେଡ୍‌କ୍ରମ୍ବସ୍‌କୁ ଲଗାଇ ଦିଅନ୍ତୁ। ଏହା ପରେ ଏଗୁଡ଼ିକୁ ତେଲରେ ଛାଣି ଦିଅନ୍ତୁ।

Advertisment

publive-image

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପଟାଟୋ ବଲ୍‌। ଏଥିରେ ଆପଣ ଷ୍ଟିକ୍‌ ଲଗାଇ ପରସି ପାରିବେ।

ମନେ ରଖନ୍ତୁ:

ଛୋଟ ପିଲା ଖାଉଥିଲେ, ଆପଣ ଲଙ୍କା ଗୁଣ୍ଡ ନ ଦେଲେ ଚଳିବ। ତା’ ସହିତ ଆପଣଙ୍କ ପସନ୍ଦ ଅନୁସାରେ ଏହାକୁ ଆକାର ବି ଦେଇ ପାରିବେ।