/odisha-reporter/media/post_attachments/uploads/2020/11/sinus.jpg)
sinus
ସାଇନସ ହେଉଛି ନାକ ସହ ଜଡ଼ିତ ସମସ୍ୟା, ଯାହା ଆଲାର୍ଜୀ, ଭୂତାଣୁ ଜନିତ ସଂକ୍ରମଣ କିମ୍ବା ଥଣ୍ଡା ସର୍ଦ୍ଦି କାରଣରୁ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ସାଇନସ୍ ଅଛି, ଶୀତଦିନେ ତାଙ୍କର ସମସ୍ୟା ଆହୁରି ବଢ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଇନସ କାରଣରୁ ଶରୀରରରେ କଫ ଜମିଯାଇଥାଏ। ଫଳରେ ନିଃଶ୍ୱାସ ନେବାରେ ସମସ୍ୟା ଏବଂ ଭୀଷଣ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ।
![]()
ତେବେ ଏ ସାଇନସ ସମସ୍ୟା 4 ସପ୍ତାହ କିମ୍ବା ତା'ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ସବୁଠାରୁ ଆଶ୍ୱସ୍ତିର କଥା ହେଲା କେତେକ ଘରୋଇ ଉପଚାର ଦ୍ୱାରା ମଧ୍ୟ ଏଥିରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଏ ବିଷୟରେ ଆଧିକ ଜାଣିବା...
/odisha-reporter/media/post_attachments/aajtak/images/assets/202011/drink.jpg)
ହାଇଡ୍ରେଟେଡ୍ ରୁହନ୍ତୁ-
ଶରୀରରେ ତରଳ ପଦାର୍ଥର ଅଭାବ ହେଲେ ସାଇନସ୍ ସମସ୍ୟା ଆହୁରି ବଢ଼ିଯାଇଥାଏ। ଯଦି ଆପଣଙ୍କର ସାଇନସ୍ ସମସ୍ୟା ଅଛି, ତେବେ ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ। ଏଥିପାଇଁ ଯଥେଷ୍ଟା ମାତ୍ରାରେ ପାଣି ପିଅନ୍ତୁ। ବିନା ଚିନିରେ ତିଆରି ଚା' ବା ଜୁସ୍ ପିଅନ୍ତୁ। ଏହି ତରଳ ପଦାର୍ଥ ଶରୀରରୁ କଫକୁ ବାହାର କରିବାରେ ସାହାଯ୍ୟ କରିବ। ସାଇନସ୍ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ମଦ୍ୟପାନ, ଧୁମ୍ରପାନ ଏବଂ କ୍ୟାଫିନ ଜାତୀୟ ପଦାର୍ଥଠାରୁ ନିଜକୁ ଦୂରରେ ରଖିବା ଉଚିତ୍।
/odisha-reporter/media/post_attachments/aajtak/images/assets/202011/masala_0.jpg)
ରାଗ ମସଲା-
ଗୁଣ୍ଡ, କୁଟା ମସଲା ଭଳି ରାଗ ମସଲାରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ। ଏହା ଶରୀରରେ ଥିବା କଫକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଆପ୍ପଲ୍ ସାଇଡର ଭିନେଗାର ଏବଂ ଲେମ୍ବୁ ରସରେ ହର୍ଷରେଡିସ୍ ମିଶାଇ ଖାଇଲେ ମଧ୍ୟ ସାଇନସ ସମସ୍ୟାରୁ ମୁକ୍ତି ମିଳିଥାଏ।
/odisha-reporter/media/post_attachments/aajtak/images/photo_gallery/202011/cold_2.jpg)
ବାମ୍ପ ନେବା-
ସାଇନସକୁ କମାଇବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ଉପାୟ ହେଲା ବାମ୍ପ ନେବା। ଏକ ପାତ୍ରରେ ପାଣି ଗରମ କରି ସେଥିରେ 3 ବୁନ୍ଦା ପେପରମିଣ୍ଟ ତେଲ, 3 ବୁନ୍ଦା ରୋଜମେରୀ ତେଲ ଏବଂ 2 ବୁନ୍ଦା ନୀଳଗିରି ତେଲ ପକାନ୍ତୁ। ଗୋଟିଏ ବଡ଼ ଟାଓ୍ୱେଲ ଘୋଡ଼ାଇ ଏହି ଗରମ ପାଣିରୁ ବାମ୍ପ ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ବନ୍ଦ ଥିବା ନାକ ଖୋଲିଯିବା ସହ ଆପଣଙ୍କୁ ନିଃଶ୍ୱାସ ନେବାରେ ସହଜ ଅନୁଭବ ହେବ।
/odisha-reporter/media/post_attachments/aajtak/images/photo_gallery/202011/adrak-haldi.jpg)
ହଳଦୀ ଏବଂ ଅଦା ଚା'-
ହଳଦିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି। ହଳଦୀ ଏବଂ ଅଦା ଚା' କଫକୁ ଢିଲା କରିବାରେ ସାହାଯ୍ୟ କରେ, ଫଳରେ ବନ୍ଦ ନାକ ସମସ୍ୟାରୁ ମୁକ୍ତି ମିଳିଥାଏ। ସାଇନସ ସମସ୍ୟା ଥିଲେ ହଳଦୀ ଏବଂ ଅଦା ଚା'କୁ ସବୁଠାରୁ ଉପକାରୀ ଆୟୁର୍ବେଦ ଉପଚାର ଭାବରେ ଗଣାଯାଏ। ଏହା ବ୍ୟତୀତ 1 ଚାମଚ ମହୁ ସହ ତାଜା ଅଦା ରସ ମିଶାଇ ଦିନରେ 2-3 ଥର ପିଇଲେ ଉପଶମ ମିଳିବ।
/odisha-reporter/media/post_attachments/aajtak/images/photo_gallery/202011/apple-side-venegar.jpg)
ଆପ୍ପଲ ସାଇଡର ଭିନେଗାର-
ଆପ୍ପଲ ସାଇଡର୍ ଭିନେଗାରକୁ ମଧ୍ୟ ସାଇନସର ଏକ ପ୍ରାକୃତିକ ଉପଚାର ଭାବେ ଗଣାଯାଏ। ଗୋଟିଏ କପ୍ ଗରମ ପାଣିରେ 3 ଚାମଚ ଆପ୍ପଲ ସାଇଡର୍ ଭିନେଗାର ମିଶାଇ ପିଇଲେ ସାଇନସର ପ୍ରଭାବ ନିଶ୍ଚିତ ଭାବେ କମିଯିବ। ସ୍ୱାଦକୁ ରୁଚିକର କରିବାକୁ ଏଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇପାରିବେ। ଦିନରେ ତିନିଥର କେବଳ ଆପ୍ପଲ ସାଇଡର୍ ଭିନେଗାରରୁ ଗୋଟିଏ ଚାମଚ ଖାଇଲେ ମଧ୍ୟ ଉପଶମ ମିଳିଥାଏ।
/odisha-reporter/media/post_attachments/aajtak/images/photo_gallery/202011/soup.jpg)
ସୁପ୍-
ଶୀତଦିନେ ସୁପ୍ ପିଇବା ବହୁତ ଲାଭକାରୀ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗରମ ଗରମ ସୁପ୍ ଶରୀରରେ କଫକୁ ବାହାର କରିବାରେ ସାହାଯ୍ୟ କରିଥାଏ। ତାଜା ଓ ତଟକା ପନିପରିବା ପକାଇ କିମ୍ବା ଚିକେନ୍ ସୁପ୍ ମଧ୍ୟ ଆପଣ ପିଇପାରିବେ।
/odisha-reporter/media/post_attachments/aajtak/images/photo_gallery/202011/thali-2_0.jpg)
ଅତ୍ୟଧିକ ତେଲ, ମସଲା ଖାଦ୍ୟକୁ କୁହନ୍ତୁ ନା-
କେତେକ ଖାଦ୍ୟ-ପେୟ ମଧ୍ୟ ସାଇନସର ସମସ୍ୟା ବଢା଼ଇଥାଏ। ଏଣୁ ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ସାଇନସ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଭିଟାମିନ୍-ଏ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। କାରଣ ଏହା ସାଇନସ୍ ସଂକ୍ରମଣକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଅତ୍ୟଧିକ ଥଣ୍ଡା ଖାଦ୍ୟ ପଦାର୍ଥ, ଆଇସକ୍ରିମ୍, ଚିଜ୍, ଦହୀ, ଥଣ୍ଡା ପାନୀୟ ଆଦି ମଧ୍ୟ ଖାଆନ୍ତୁ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
