Advertisment

ବୁଦ୍ଧିମାନ୍‌ ହେବା ପାଇଁ କରନ୍ତୁ ଏହି ମୁଦ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୋଗ ଶାସ୍ତ୍ରରେ ଏପରି ଏକ ମୁଦ୍ରା ଅଛି, ଯାହା ଖୁବ୍‌ ସହଜ ଏବଂ ସେଥିରୁ ଢେର୍‌ ଉପକାର ମିଳିଥାଏ। ଏହି ମୁଦ୍ରାକୁ ଯେକୌଣସି ସମୟରେ ଅଭ୍ୟାସ କରାଯାଇପାରିବ। ସଂସ୍କୃତରେ କୁହାଯାଇଛି, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି, ସେତେବେଳେ ଏହାର ପ୍ରଭାବ ସିଧା ମସ୍ତିଷ୍କର ସ୍ନାୟୁ ତନ୍ତ୍ର ଉପରେ ପଡ଼େ। ଆଉ ଏହାର ଅଭ୍ୟାସ ଦ୍ୱାରା […]

ଅଦ୍ୟତନ ହୋଇଛି
ବୁଦ୍ଧିମାନ୍‌ ହେବା ପାଇଁ କରନ୍ତୁ ଏହି ମୁଦ୍ରା

gg

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୋଗ ଶାସ୍ତ୍ରରେ ଏପରି ଏକ ମୁଦ୍ରା ଅଛି, ଯାହା ଖୁବ୍‌ ସହଜ ଏବଂ ସେଥିରୁ ଢେର୍‌ ଉପକାର ମିଳିଥାଏ। ଏହି ମୁଦ୍ରାକୁ ଯେକୌଣସି ସମୟରେ ଅଭ୍ୟାସ କରାଯାଇପାରିବ। ସଂସ୍କୃତରେ କୁହାଯାଇଛି, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି, ସେତେବେଳେ ଏହାର ପ୍ରଭାବ ସିଧା ମସ୍ତିଷ୍କର ସ୍ନାୟୁ ତନ୍ତ୍ର ଉପରେ ପଡ଼େ। ଆଉ ଏହାର ଅଭ୍ୟାସ ଦ୍ୱାରା ବୁଦ୍ଧି ପ୍ରଖର ହୁଏ।  ତେଣୁ ଏହି ମୁଦ୍ରାର ନାମ ହେଉଛି 'ଜ୍ଞାନ ମୁଦ୍ରା' ।

Advertisment

କିପରି କରିବେ ଜ୍ଞାନ ମୁଦ୍ରା:

ଏହି ମୁଦ୍ରା କରିବା ପାଇଁ ପ୍ରଥମେ ବଜ୍ରାସନ କିମ୍ବା ଆପଣଙ୍କୁ ସୁବିଧା ହେଉଥିବା ଯେ କୌଣସି ଆସନରେ ବସି ଦୁଇ ହାତ ଆଣ୍ଠୁ ଉପରେ ରଖନ୍ତୁ । ପରେ ହାତର ବୁଢା ଅଙ୍ଗୁଳି ସହ ତର୍ଜନୀ ଅଙ୍ଗୁଳିକୁ ମିଶାନ୍ତୁ, କିନ୍ତୁ ଚାପ ପ୍ରୟୋଗ କରନ୍ତୁ ନାହିଁ। ଆଉ ଅନ୍ୟ ତିନିଟି ଅଙ୍ଗୁଳିକୁ ସିଧା ଓ ଢିଲା ରଖନ୍ତୁ। ଏହି ମୁଦ୍ରାକୁ ଆପଣ ଯେତେ ସମୟ ଓ ଯେକୌଣସି ସମୟରେ ମଧ୍ୟ କରିପାରିବେ । ଏହାକୁ ଶୋଇଲା ବେଳେ ମଧ୍ୟ କରାଯାଇପାରେ । ଗୋଟିଏ କଥା ମନେ ରଖନ୍ତୁ, ଯାହା ଆପଣଙ୍କ ଖୁବ୍‌ଶୀଘ୍ର ଫଳ ଦେବ । ଏହି କ୍ରିୟା କଲାବେଳେ ମନେ ମନେ ଭାବନ୍ତୁ ଯେ 'ଜ୍ଞାନ ମୁଦ୍ରା' ଅଭ୍ୟାସ ଦ୍ୱାରା ଆପଣଙ୍କ ମସ୍ତିଷ୍କ ପ୍ରଭାବିତ ହେଉଛି । ଖୁବ୍ ଶୀଘ୍ର ଆପଣ  ଲକ୍ଷ୍ୟ ପଥରେ ପହଞ୍ଚିବେ । ଏହିଭଳି ଚିନ୍ତାଧାରା ଦ୍ୱାରା 'ଜ୍ଞାନ ମୁଦ୍ରା'ରୁ ତ୍ୱରିତ ଫଳ ମିଳେ ବୋଲି କୁହାଯାଏ ।

ଏହାର ଉପକାର ବିଷୟରେ ଜାଣନ୍ତୁ

୧. ଜ୍ଞାନ ବଢ଼ାଇବା ସହ ସ୍ମରଣ ଶକ୍ତି ବୃଦ୍ଧି କରେ

୨. ମସ୍ତିଷ୍କକୁ ପ୍ରଖର କରାଏ

୩. ଭଲ ନିଦ୍ରା ହୁଏ, ମାତ୍ର ନିଦ୍ରାର ଅବାଂଛିତ ପ୍ରଭାବ ଶରୀର ଉପରେ ପଡ଼େ ନାହିଁ

୪. ନକରାତ୍ମକ ଭାବନା ଦୂର କରିବା ସହ ଏକାଗ୍ରତା ବଢାଏ

୫. ଅବସାଦ ଦୂର କରେ

୬. ମାନସିକ ରୋଗ ଭଲ କରେ

୭. ଦାନ୍ତ ରୋଗ ଦୂର କରେ, ଚର୍ମ ରୋଗ ହୁଏ ନାହିଁ

୮. କର୍ମ କ୍ଷେତ୍ରରେ ସଫଳତା ପାଇବାରେ ସହାୟକ ହୁଏ

୯. ନିଶା ଭଳି ଖରାପ ଅଭ୍ୟାସ ଦୂର କରେ

୧୦. ମୁହଁରେ ଥିବା ଦାଗ ଦୂର ହେବା ସହ ତ୍ୱଚା ଉଜ୍ୱଳ କରେ

ଗବେଷଣାରୁ ଜଣାଯାଇଛି, ଛୋଟ ଛୋଟ କଥାରେ ରାଗିଯାଉଥିବା ପିଲାଙ୍କୁ ଏହି ମୁଦ୍ରାରୁ ସୁଫଳ ମିଳିଥାଏ । ପ୍ରତି ଦିନ କୌଣସି ବି ସମୟରେ ଏହା କରିବା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଯାଏ । ଏହା ଆପଣଙ୍କୁ ସର୍ବଦା ନିରୋଗ ରଖିବାରେ ସାହାଯ୍ୟ କରେ । ଆପଣ ଦୁଇରୁ ତିନି ମାସ ଏହି ମୁଦ୍ରା ଅଭ୍ୟାସ କରି ପରୀକ୍ଷା କରି ଦେଖିପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe