Advertisment

ପ୍ରତିଦିନ ଗୋଟିଏ ନାସପାତି ଖାଆନ୍ତୁ, ଓଜନ କମାନ୍ତୁ

ଭୁବନେଶ୍ୱର: ପ୍ରତିଦିନ ଗୋଟିଏ ନାସପାତି ଖାଇଲେ ଓଜନ କମିଥାଏ। ଏହାକୁ ନିୟମିତ ବ୍ୟବହାର କଲେ ଶରୀରରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ମେଦ ହ୍ରାସ ପାଇଥାଏ। ଲୁସିୟାନା ଷ୍ଟେଟ୍ ୟୁନିଭର୍ସିଟି ଗବେଷକମାନେ ୨୦୦୧ରୁ ୨୦୧୦ ମସିହା ମଧ୍ୟରେ କରିଥିବା ଗବେଷଣାରୁ ଏହି ସିଦ୍ଧାନ୍ତରେ ଉପନିତ ହୋଇଛନ୍ତି। ବିଶେଷ କରି ବୟସ୍କ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ପ୍ରତିଦିନ ନାସପାତି ଖାଉଥିବା ବୟସ୍କ ଲୋକେ ଖାଦ୍ୟ, ପଚନ, ପୋଷକ ତତ୍ତ୍ୱର ଗୁଣ ଓ ହୃଦ୍ ସମ୍ପର୍କିତ ରୋଗର ବିଶ୍ଲେଷଣ […]

ଅଦ୍ୟତନ ହୋଇଛି
ପ୍ରତିଦିନ ଗୋଟିଏ ନାସପାତି ଖାଆନ୍ତୁ, ଓଜନ କମାନ୍ତୁ

pears

Advertisment

ଭୁବନେଶ୍ୱର: ପ୍ରତିଦିନ ଗୋଟିଏ ନାସପାତି ଖାଇଲେ ଓଜନ କମିଥାଏ। ଏହାକୁ ନିୟମିତ ବ୍ୟବହାର କଲେ ଶରୀରରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ମେଦ ହ୍ରାସ ପାଇଥାଏ। ଲୁସିୟାନା ଷ୍ଟେଟ୍ ୟୁନିଭର୍ସିଟି ଗବେଷକମାନେ ୨୦୦୧ରୁ ୨୦୧୦ ମସିହା ମଧ୍ୟରେ କରିଥିବା ଗବେଷଣାରୁ ଏହି ସିଦ୍ଧାନ୍ତରେ ଉପନିତ ହୋଇଛନ୍ତି। ବିଶେଷ କରି ବୟସ୍କ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ପ୍ରତିଦିନ ନାସପାତି ଖାଉଥିବା ବୟସ୍କ ଲୋକେ ଖାଦ୍ୟ, ପଚନ, ପୋଷକ ତତ୍ତ୍ୱର ଗୁଣ ଓ ହୃଦ୍ ସମ୍ପର୍କିତ ରୋଗର ବିଶ୍ଲେଷଣ କରାଯାଇଥିଲା।

Advertisment

ଗବେଷଣା କରିଥିବା ଡାକ୍ତର କୋରଳ ଅନୀଲ କହିଛନ୍ତି, ନାସପାତିରେ ଶରୀରରେ ଓଜନ କମ୍ କରିବାର ଗୁଣ ରହିଛି। ନାସପାତି ଫ୍ୟାଟ୍ , କୋଲେଷ୍ଟରଲ୍ ଓ ସୋଡ଼ିୟମ୍ ଫ୍ରି ତତ୍ତ୍ୱ ରହିଛି। ଏହାସହିତ ଏଥିରେ ଭିଟାମିନ୍ ସି, ମ୍ୟାଗ୍ନନେସିୟମ୍, କପୋର୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ରହିଛି।
ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ପୂର୍ବରୁ ଜଣାଥିଲା। ଏବେ ନାସପାତି ଖାଇବା ଦ୍ୱାରା ଓଜନ କମିବା ଜଣାପଡିଛି। ନାସପାତି ଖାଇବା ଅଧିକ ଓଜନ ଲାଗି ଚିନ୍ତାରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ବେଶ୍ ଲାଭ ଦାୟକ ହେବ। ନିଜ ମୋଟାପଣ ଲାଗି ଦୁଃଚିନ୍ତାରେ ଥିବା ଲୋକମାନେ ପ୍ରତିଦିନ ନାସପାତି ଖାଇ ସେମାନଙ୍କ ଓଜନକୁ ୩୫ ପ୍ରତିଶତ ପର୍ଯ୍ୟନ୍ତ କମ କରିପାରିବେ। ବିଭିନ୍ନ ପ୍ରକାର ଔଷଧ ଖାଇ ଓ ଡାଏଟ୍ କରି ଓଜନ କମାଇବା ଅପେକ୍ଷା ସୁବିଧା ଓ ସୁଲଭ ଦରରେ ମିଳୁଥିବା ନାସପାତି ଲାଭଦାୟକ ହେବ ବୋଲି ଏହା ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe