ପ୍ରେମ ନିବଦେନ ପୂର୍ବରୁ ଧ୍ୟାନ ଦିଅନ୍ତୁ ଏସବୁ ବିଷୟ ଉପରେ

ଝିଅଙ୍କୁ ପ୍ରେମ ନିବେଦନ କରି ବହୁ ସମୟରେ ଯୁବକମାନେ ଅପଦସ୍ତ ହୋଇଥାନ୍ତି। ପ୍ରେମ ଓ ବନ୍ଧୁତ୍ୱ ମଧ୍ୟରେ ସେମାନେ ଜାଣି ପାରନ୍ତି ନାହିଁ କେଉଁ ଝିଅକୁ ପ୍ରେମ କରିବେ ଓ କାହା ସହ ବନ୍ଧୁତ୍ୱ ରଖିବେ। ବହୁ ସମୟରେ ଏପରି ହୋଇଥାଏ ଆପଣଙ୍କୁ ନିଜର ଭଲ ବନ୍ଧୁ ବୋଲି ଭାବୁଥିବା ଝିଅକୁ ପ୍ରେମ ନିବେଦନ କରି ବସନ୍ତି। ତେବେ ଝିଅ ମନରେ ତୁମ ପାଇଁ ପ୍ରେମ ଅଛି କି ବନ୍ଧୁତ୍ୱ ଜାଣିବାର ବହୁ ଉପାୟ ରହିଛି। ପ୍ରେମ […]

love

love

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 11:22 PM IST

Sports

Latest News

ଝିଅଙ୍କୁ ପ୍ରେମ ନିବେଦନ କରି ବହୁ ସମୟରେ ଯୁବକମାନେ ଅପଦସ୍ତ ହୋଇଥାନ୍ତି। ପ୍ରେମ ଓ ବନ୍ଧୁତ୍ୱ ମଧ୍ୟରେ ସେମାନେ ଜାଣି ପାରନ୍ତି ନାହିଁ କେଉଁ ଝିଅକୁ ପ୍ରେମ କରିବେ ଓ କାହା ସହ ବନ୍ଧୁତ୍ୱ ରଖିବେ। ବହୁ ସମୟରେ ଏପରି ହୋଇଥାଏ ଆପଣଙ୍କୁ ନିଜର ଭଲ ବନ୍ଧୁ ବୋଲି ଭାବୁଥିବା ଝିଅକୁ ପ୍ରେମ ନିବେଦନ କରି ବସନ୍ତି। ତେବେ ଝିଅ ମନରେ ତୁମ ପାଇଁ ପ୍ରେମ ଅଛି କି ବନ୍ଧୁତ୍ୱ ଜାଣିବାର ବହୁ ଉପାୟ ରହିଛି।

ପ୍ରେମ ନିବେଦନ କରିବା ପୂର୍ବରୁ ଆପଣଙ୍କ ସହ ମିଶୁଥିବା ଝିଅର ହାବଭାବକୁ ଲକ୍ଷ୍ୟ କରନ୍ତୁ। ଟିକେ ଧ୍ୟାନ ଦେଲେ ଆପଣ ଜାଣି ଯିବେ ଝିଅଟି ଆପଣଙ୍କୁ ଭଲ ପାଉଛି କି ବନ୍ଧୁ ବୋଲି ଭାବୁଛି।

ପ୍ରେମ ଲକ୍ଷଣ

  • ଅପଣଙ୍କୁ ଦେଖି ଝିଅ ଆବଶ୍ୟକଠାରୁ ଅଧିକ ହସୁ ଥିଲେ।
  • ଆପଣଙ୍କ ମେସେଜକୁ ଚାତକ ପରି ଅପେକ୍ଷା କରି ରହୁଥିଲେ।
  • ଆପଣଙ୍କ ସହ କଥାବାର୍ତ୍ତା ବେଳେ ଆପଣଙ୍କ ପରିବାର ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ।
  • ଆପଣଙ୍କୁ ଫୋନ କରିବାକୁ କହୁଥିବେ ଓ ଆପଣ ଫୋନ କଲେ ସଙ୍ଗେ ସଙ୍ଗେ ରିସିଭ କରୁଥିଲେ।
  • ଆପଣଙ୍କୁ ଏକା ବାହାରକୁ ଖାଇବା ଯିବାକୁ କି ବୁଲିବାକୁ ଡାକିଲେ।
  • ଅନ୍ୟ ଝିଅଙ୍କ ସହ ଆପଣ କଥା ହେଲେ ତାଙ୍କ ହାବଭାବ ବଦଳି ଯାଉଥିଲେ।

କୌଣସି ଝିଅକୁ ପ୍ରେମ ନିବେଦନ କରିବା ପୂର୍ବରୁ ଏସବୁ ବିଷୟରେ ଧ୍ୟାନ ନିହାତି ଦିଅନ୍ତୁ। ନ ହେଲେ ଆପଣଙ୍କୁ ଭଲ ବନ୍ଧୁ ବୋଲି ଭାବୁଥିବା ଝିଅକୁ ପ୍ରେମ ନିବେଦନ କରି ପସ୍ତେଇ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos