Advertisment

ୱିକେଣ୍ଡକୁ କେମିତି କରିବେ ରୋମାଣ୍ଟିକ୍?

ମିଟିଂ, କାମ ଜନିତ ଟୁର୍, ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍- ସାଧାରଣତଃ କାର୍ଯ୍ୟ ଦିବସଗୁଡ଼ିକ ଅଧିକାଂଶଙ୍କର ଏଭଳି କଟେ। ତେଣୁ ଅନେକ ନିଜର ଲଭ୍ ଓ ସେକ୍ସ ଲାଇଫ୍‌କୁ ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ। ତେବେ ୱିକେଣ୍ଡ୍ ବା ସପ୍ତାହର ଶେଷ ଦିବସ (ସାଧାରଣତଃ ଶନିବାର ଓ ରବିବାର)କୁ ନଷ୍ଟ କରନ୍ତୁ ନାହିଁ। ୱିକେଣ୍ଡକୁ ଫୁଲ୍ ରୋମାଣ୍ଟିକ୍ କରିବା ପାଇଁ ଚାରୋଟି ଟିପ୍ସ: –  ଶୁକ୍ରବାର ଅର୍ଥାତ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଟିକେ ଶୀଘ୍ର […]

ୱିକେଣ୍ଡକୁ କେମିତି କରିବେ ରୋମାଣ୍ଟିକ୍?

weekend

Advertisment

ମିଟିଂ, କାମ ଜନିତ ଟୁର୍, ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍- ସାଧାରଣତଃ କାର୍ଯ୍ୟ ଦିବସଗୁଡ଼ିକ ଅଧିକାଂଶଙ୍କର ଏଭଳି କଟେ। ତେଣୁ ଅନେକ ନିଜର ଲଭ୍ ଓ ସେକ୍ସ ଲାଇଫ୍‌କୁ ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ। ତେବେ ୱିକେଣ୍ଡ୍ ବା ସପ୍ତାହର ଶେଷ ଦିବସ (ସାଧାରଣତଃ ଶନିବାର ଓ ରବିବାର)କୁ ନଷ୍ଟ କରନ୍ତୁ ନାହିଁ। ୱିକେଣ୍ଡକୁ ଫୁଲ୍ ରୋମାଣ୍ଟିକ୍ କରିବା ପାଇଁ ଚାରୋଟି ଟିପ୍ସ:

Advertisment

-  ଶୁକ୍ରବାର ଅର୍ଥାତ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଟିକେ ଶୀଘ୍ର ଅଫିସ୍‌ରୁ ବାହାରି ଆସନ୍ତୁ। ପାର୍ଟନରଙ୍କ ସହ ବାହାରେ ଏକ ରୋମାଣ୍ଟିକ୍ ଡିନର୍‌ର ଯୋଜନା କରନ୍ତୁ। ହୋଟେଲ୍‌ରେ ପାର୍ଟନରଙ୍କ ଡ୍ୟାନ୍ସ ପାର୍ଟିରେ ସାମିଲ ହୁଅନ୍ତୁ ଓ ହାଲ୍‌କା ଡ୍ୟାନ୍ସ କରନ୍ତୁ। ଶନିବାର ଛୁଟି ଥିବାରୁ ସକାଳୁ ଉଠିବାର ବାଧା ନଥାଏ। ଏଣୁ ବିଳମ୍ବିତ ରାତି ବା ତା’ଠୁ ଅଧିକ ସମୟ ପର୍ଯ୍ୟନ୍ତ ରୋମାନ୍ସ କରନ୍ତୁ।

-ଶନିବାର ସକାଳକୁ ଆପଣ ଦୁଇ ଜଣ ରୋଷେଇ ଘରୁ ଆରମ୍ଭ କରି ପାରିବେ କିଛି ୟମି ଖାଦ୍ୟ ପ୍ରସ୍ତୁତ କରି। ସେଠାରେ କାମ କଲା ବେଳେ ଦୁହେଁ ଦୁହିଁଙ୍କୁ ଚକଲେଟ୍ ଖୁଆଇ ପାରିବେ। ଏହା ପରିବେଶକୁ ଟିକେ ରୋମାଣ୍ଟିକ୍ କରି ଦେବ।

Advertisment

-ଲିଭିଂ ରୁମ୍‌ରେ ଟିଭିରେ ଦୁଇ ତିନୋଟି ଲଭ୍ ଟେଲ୍‌ ସାଥୀ ହୋଇ ଦେଖନ୍ତୁ। ପାଖରେ ଏକ ପପ୍‌କର୍ଣ୍ଣ ପ୍ୟାକେଟ୍ ରଖନ୍ତୁ। ବେଳେ ବେଳେ ପରସ୍ପରକୁ କିସ୍ କରନ୍ତୁ। ଅଧିକାଂଶ ସମୟ କୋଳାକୋଳି ହୋଇ ବସନ୍ତୁ ବା ଶୋଇ ଟିଭି ଦେଖନ୍ତୁ।

-ରାତିରେ ଏକ ଭଲ୍ ଡିନର ପାଇଁ ଭଲ୍ ହୋଟେଲ୍‌ରେ ବୁକିଂ କରନ୍ତୁ। କେବଳ ଆପଣ ଦୁହିଁଙ୍କ ପାଇଁ କରିବେ। ଚାହିଁଲେ ଘରେ ବି ଏକ କ୍ୟାଣ୍ଡେଲ୍ ନାଇଟ୍ ଡିନର ପାର୍ଟି ଆୟୋଜନ କରିପାରିବେ। ଘରକୁ ଟିକେ ଭିନ୍ନ ଢଙ୍ଗରେ ସଜେଇ ଦେବେ। ଡିନ୍‌ର ପରେ ରୋମାନ୍ସ କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe