ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଚିକେନ୍କୁ ନେଇ ଏକ ନିଆରା ଖାଦ୍ୟ ସାମଗ୍ରୀ 'କୁକୁଡ଼ା ମାଂସ ସିଝା ମସଲା'ର ପ୍ରସ୍ତୁତି ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ଚିକେନ୍, କଟା ପିଆଜ, କଟା ଟମାଟୋ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇଦେଇ ଏକ ପାତ୍ରରେ ରଖନ୍ତୁ। ଏବେ ଚୁଲିରେ କଡ଼େଇ ବସାଇ କିଛି ପାଣି ଦିଅନ୍ତୁ। ପାଣି ଫୁଟିଗଲା ପରେ ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାନ୍ତୁ। ତା’ପରେ ସେଥିରେ ଚିକେନ୍ ପକାନ୍ତୁ।
କିଛି ସମୟ ପରେ ସେଥିରେ ହଳଦୀ, ତେଲ, କଟା ପିଆଜ ଓ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ ଏବଂ ଚିକେନ୍କୁ ସିଝିବା ପାଇଁ ସେଥିରେ ଏକ ଡାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ।
ମଝିରେ ମଝିରେ ଡାଙ୍କୁଣୀ ଉଠାଇ ମାଂସକୁ ଅଳ୍ପ ଗୋଳାଇ ଦେଉଥିବେ। ମାଂସ ସିଝି ପାଣି ସବୁ ମରିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'କୁକୁଡ଼ା ମାଂସ ସିଝା ମସଲା'। ଏହି ଭିନ୍ନ ଧରଣର ଆଇଟମ୍ ନିଜେ ଖାଆନ୍ତୁ ଏବଂ ଅନ୍ୟକୁ ଖୁଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...