/odisha-reporter/media/post_attachments/uploads/2019/01/muguri.jpg)
muguri
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ଏକ ନିଆରା ତଥା ସ୍ୱାଦିଷ୍ଟ ଦେଶୀ ମିଠା 'ମୁଗୁରୀ'ର ପ୍ରସ୍ତୁତି ଶୈଳୀ ସମ୍ପର୍କରେ କହିବୁ।
Advertisment
ଆବଶ୍ୟକ ସାମଗ୍ରୀ: ଦେଶୀ ମୁଗ, ବିଲ ଚଣା, ଧଳା ରାଶି, ଗୁଜୁରାତି ଗୁଣ୍ଡ, ଗୁଡ଼, ଜୁଆଣି ମସଲା, ଗୋଲମରିଚ ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦେଶୀ ମୁଗ ଓ ବିଲ ଚଣାକୁ ଭଲ ଭାବରେ ବାଟି ରଖନ୍ତୁ। ମୁଗ ଓ ଚଣା ବଟାରେ ସ୍ୱାଦ ଅନୁସାରେ ଲୁଣ, ଧଳା ରାଶି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ମୁଗ ଓ ଚଣା ବଟାକୁ ଛୋଟ ଛୋଟ ବଡ଼ି ଆକାର କରି ଛାଣି ଦିଅନ୍ତୁ। ତା'ପରେ ଆଉ ଏକ କଡ଼େଇରେ ଗୁଡ଼କୁ ପକାଇ ଫୁଟାନ୍ତୁ। ଗୁଡ଼ ଫୁଟିଯିବା ପରେ ସେଥିରେ ଜୁଆଣି ମସଲା ଓ ଗୋଲମରିଚ ଗୁଣ୍ଡ ପକାଇ ଭଲଭାବରେ ମିଶାନ୍ତୁ। ଗୁଡ଼ ପାଗ ହୋଇଯିବା ପରେ ପୂର୍ବରୁ ବଡ଼ି ଆକାରରେ ଛଣା ହୋଇ ରହିଥିବା ମୁଗ ଓ ଚଣାର ମିଶ୍ରଣକୁ ପକାଇ ଭଲଭାବେ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ଦେଶୀ ମିଠା 'ମୁଗୁରୀ'।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
