ଘରେ ପ୍ରସ୍ତୁତ କରନ୍ତୁ 'ମୁଗୁରୀ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ ଏକ ନିଆରା ତଥା ସ୍ୱାଦିଷ୍ଟ ଦେଶୀ ମିଠା ‘ମୁଗୁରୀ’ର ପ୍ରସ୍ତୁତି ଶୈଳୀ ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ଦେଶୀ ମୁଗ, ବିଲ ଚଣା, ଧଳା ରାଶି, ଗୁଜୁରାତି ଗୁଣ୍ଡ, ଗୁଡ଼, ଜୁଆଣି ମସଲା, ଗୋଲମରିଚ ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦେଶୀ ମୁଗ ଓ ବିଲ ଚଣାକୁ ଭଲ ଭାବରେ ବାଟି ରଖନ୍ତୁ। ମୁଗ ଓ ଚଣା ବଟାରେ ସ୍ୱାଦ ଅନୁସାରେ ଲୁଣ, ଧଳା […]

muguri

Premananda Dash
  • Published: Thursday, 24 January 2019
  • , Updated: 24 January 2019, 08:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ ଏକ ନିଆରା ତଥା ସ୍ୱାଦିଷ୍ଟ ଦେଶୀ ମିଠା 'ମୁଗୁରୀ'ର ପ୍ରସ୍ତୁତି ଶୈଳୀ ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଦେଶୀ ମୁଗ, ବିଲ ଚଣା, ଧଳା ରାଶି, ଗୁଜୁରାତି ଗୁଣ୍ଡ, ଗୁଡ଼, ଜୁଆଣି ମସଲା, ଗୋଲମରିଚ ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦେଶୀ ମୁଗ ଓ ବିଲ ଚଣାକୁ ଭଲ ଭାବରେ ବାଟି ରଖନ୍ତୁ। ମୁଗ ଓ ଚଣା ବଟାରେ ସ୍ୱାଦ ଅନୁସାରେ ଲୁଣ, ଧଳା ରାଶି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ମୁଗ ଓ ଚଣା ବଟାକୁ ଛୋଟ ଛୋଟ ବଡ଼ି ଆକାର କରି ଛାଣି ଦିଅନ୍ତୁ। ତା'ପରେ ଆଉ ଏକ କଡ଼େଇରେ ଗୁଡ଼କୁ ପକାଇ ଫୁଟାନ୍ତୁ। ଗୁଡ଼ ଫୁଟିଯିବା ପରେ ସେଥିରେ ଜୁଆଣି ମସଲା ଓ ଗୋଲମରିଚ ଗୁଣ୍ଡ ପକାଇ ଭଲଭାବରେ ମିଶାନ୍ତୁ। ଗୁଡ଼ ପାଗ ହୋଇଯିବା ପରେ ପୂର୍ବରୁ ବଡ଼ି ଆକାରରେ ଛଣା ହୋଇ ରହିଥିବା ମୁଗ ଓ ଚଣାର ମିଶ୍ରଣକୁ ପକାଇ ଭଲଭାବେ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ଦେଶୀ ମିଠା 'ମୁଗୁରୀ'।

Related story