Advertisment

ନବରାତ୍ରୀରେ ଘରେ କରନ୍ତୁ 'ନିଶଙ୍ଖୁଡ଼ି' ପିଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପର୍ବ ପର୍ବାଣୀର ମାହୋଲ୍‌କୁ ଦ୍ୱିଗୁଣିତ କରିଥାଏ ଘରେ ବିଭିନ୍ନ ପ୍ରକାର ପିଠାପଣାର ପ୍ରସ୍ତୁତି। ଆଜି ମା’ଦୁର୍ଗାଙ୍କର ସପ୍ତମୀ ପୂଜା। ଏହି ଅବସରରେ ଜାଣନ୍ତୁ ଏକ ଭିନ୍ନ ଧରଣର ପିଠା ‘ନିଶଙ୍ଖୁଡ଼ି’, କେମିତି ଘରେ ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ଭଜା ଅରୁଆ ଚାଉଳ ଗୁଣ୍ଡ, ମୁଗ ଭଜା ଗୁଣ୍ଡ, ଚିନି ଗୁଣ୍ଡ, ଜୁଆଣୀ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କୋରା ହୋଇଥିବା ନଡ଼ିଆ, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆ କୋରାରେ […]

author-image
Sangita Sahoo
ଅଦ୍ୟତନ ହୋଇଛି
ନବରାତ୍ରୀରେ ଘରେ କରନ୍ତୁ 'ନିଶଙ୍ଖୁଡ଼ି' ପିଠା

foooood

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପର୍ବ ପର୍ବାଣୀର ମାହୋଲ୍‌କୁ ଦ୍ୱିଗୁଣିତ କରିଥାଏ ଘରେ ବିଭିନ୍ନ ପ୍ରକାର ପିଠାପଣାର ପ୍ରସ୍ତୁତି। ଆଜି ମା’ଦୁର୍ଗାଙ୍କର ସପ୍ତମୀ ପୂଜା। ଏହି ଅବସରରେ ଜାଣନ୍ତୁ ଏକ ଭିନ୍ନ ଧରଣର ପିଠା 'ନିଶଙ୍ଖୁଡ଼ି', କେମିତି ଘରେ ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ: ଭଜା ଅରୁଆ ଚାଉଳ ଗୁଣ୍ଡ, ମୁଗ ଭଜା ଗୁଣ୍ଡ, ଚିନି ଗୁଣ୍ଡ, ଜୁଆଣୀ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କୋରା ହୋଇଥିବା ନଡ଼ିଆ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆ କୋରାରେ ଚିନି, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଜୁଆଣୀ ଗୁଣ୍ଡ  ମିଶାଇ ଏକ ପୂର ପ୍ରସ୍ତୁତ କରନ୍ତୁ। ଏହା ପରେ ଭଜା ଅରୁଆ ଚାଉଳ ଗୁଣ୍ଡ, ମୁଗଭଜା ଗୁଣ୍ଡ ଓ ଚିନିକୁ ଅଲଗା ଅଲଗା ଗୁଣ୍ଡ କରି ରଖନ୍ତୁ। ଏହାପରେ  ଗୋଟିଏ ପାତ୍ରରେ ଅରୁଆ ଚାଉଳ, ମୁଗଡାଲି ଓ ଚିନିରୁ ପ୍ରସ୍ତୁତ ଗୁଣ୍ଡକୁ ସମାନ ପରିମାଣରେ ନେଇ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ଏହି ମିଶ୍ରଣରେ ଜୁଆଣୀ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଗୋଲମାରିଚ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।

Advertisment

ଏହା ପରେ ଏକ ପାତ୍ରରେ ପାଣି ଗରମ କରି ସେହି ଗରମ ପାଣିକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ମିଶାଇ ଜନ୍ତୁଣୀ ପ୍ରସ୍ତୁତ କରନ୍ତୁ। ଏବେ ଜନ୍ତୁଣୀକୁ ଗୋଲ ଗୋଲ କରି  ସେଥିରେ ପୁର ଦେଇ ପିଠା ଆକାରରେ ଗଢ଼ନ୍ତୁ। ଏହା ପରେ କଡେଇରେ ତେଲ ଗରମ କରି ଗଢ଼ା ଯାଇଥିବା ପିଠାକୁ ପକାଇ ଛାଣନ୍ତୁ ।

ପିଠା ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ, ଆଉ ପରଷନ୍ତୁ ଗରମ ଗରମ 'ନିଶଙ୍ଖୁଡ଼ି'।