Advertisment

ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ 'ପୁରନ୍‌ ପଲି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ମହାରାଷ୍ଟ୍ରର ଏକ ପାରମ୍ପରିକ ମିଠା ସାମଗ୍ରୀ ହେଉଛି ‘ପୁରନ୍‌ ପଲି’। ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅସବରରେ ଆପଣ ବି ଏହି ପାରମ୍ପରିକ ମରାଠୀ ଖାଦ୍ୟ ନିଜ ଘରେ ପ୍ରସ୍ତୁତ କରିପାରିବେ। ଏବେ ଆସନ୍ତୁ ଜାଣିବା, କେମିତି ପ୍ରସ୍ତୁତ କରାଯାଏ ଏହି ‘ପୁରନ୍ ପଲି’। ଆବଶ୍ୟକ ସାମଗ୍ରୀ: ଅଟା, ବୁଟଡାଲି, ତେଲ, ଗୁଜୁରାତି ଗୁଣ୍ଡ ଏବଂ ଗୁଡ଼। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟଡାଲିକୁ କିଛି ସମୟ ପାଇଁ ପାଣିରେ ବତୁରାଇ ଦିଅନ୍ତୁ। କିଛି ସମୟ ବତୁରିବା ପରେ ଏହି […]

ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ 'ପୁରନ୍‌ ପଲି'

food

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ମହାରାଷ୍ଟ୍ରର ଏକ ପାରମ୍ପରିକ ମିଠା ସାମଗ୍ରୀ ହେଉଛି ‘ପୁରନ୍‌ ପଲି’। ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅସବରରେ ଆପଣ ବି ଏହି ପାରମ୍ପରିକ ମରାଠୀ ଖାଦ୍ୟ ନିଜ ଘରେ ପ୍ରସ୍ତୁତ କରିପାରିବେ। ଏବେ ଆସନ୍ତୁ ଜାଣିବା, କେମିତି ପ୍ରସ୍ତୁତ କରାଯାଏ ଏହି 'ପୁରନ୍ ପଲି'।

Advertisment

ଆବଶ୍ୟକ ସାମଗ୍ରୀ: ଅଟା, ବୁଟଡାଲି, ତେଲ, ଗୁଜୁରାତି ଗୁଣ୍ଡ ଏବଂ ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟଡାଲିକୁ କିଛି ସମୟ ପାଇଁ ପାଣିରେ ବତୁରାଇ ଦିଅନ୍ତୁ। କିଛି ସମୟ ବତୁରିବା ପରେ ଏହି ବୁଟଡାଲିକୁ ସିଝାଇ ଦିଅନ୍ତୁ। ଏହାପରେ ଅଟାକୁ ଚକଟି କିଛି ସମୟ ରଖନ୍ତୁ। ପରେ ଚୂଲିରେ କଡ଼େଇ ବସାଇ ସେଥିରେ ଅଳ୍ପ ତେଲ କିମ୍ବା ଘିଅ ପକାନ୍ତୁ। ଏହାପରେ ସେଥିରେ ସିଝା ବୁଟଡାଲି, ଆବଶ୍ୟକ ମୁତାବକ ଗୁଡ଼ ଓ ଗୁଜୁରାତି ଗୁଣ୍ଡ ପକାଇ ଖଳି ପ୍ରସ୍ତୁତ କରନ୍ତୁ। ଏହି ଖଳି ପ୍ରସ୍ତୁତ ହେବାପରେ ସେଥିରେ ଅଟା ଚକଟା ମିଶାନ୍ତୁ। ଏବେ ଏହି ଅଟା ମିଶ୍ରିତ ଖଳିକୁ ଗୋଲ୍‌ ଗୋଲ୍‌ ପୁରି ଆକାର ଭଳି ବେଲନ୍ତୁ।

ଏବେ ଚୂଲିରେ ଏକ ପ୍ୟାନ୍‌ ବସାନ୍ତୁ। ସେଥିରେ ତେଲ ଦେଇ ବେଲା ହୋଇଥିବା ପୁରନ୍‌ ପଲିକୁ ପରଟା ଭଳି ସେକନ୍ତୁ।

Advertisment

ଏହାକୁ ଭଲଭାବେ ସେକିବା ପରେ ପ୍ୟାନ୍‌ରେ କିଛି ସମୟ ରଖି ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ପୁରନ୍‌ ପଲି'।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe