Advertisment

ଘରେ ପ୍ରସ୍ତୁତ କରନ୍ତୁ ତେନ୍ତୁଳି ଅଣ୍ଡା ଚଟ୍‌ପଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପାଗ ଥଣ୍ଡା ରହିଲେ, ଘରେ କିଛି ହାତ ତିଆରି ଚଟ୍‌ପଟା ଖାଦ୍ୟ ଖାଇବାକୁ ଖୁବ୍‌ ଆଗ୍ରହ ହୋଇଥାଏ। ତେନ୍ତୁଳି ପାଣି ସହ ଅଣ୍ଡାକୁ ନେଇ ସେହିଭଳି ଏକ ଚଟ୍‌ପଟା ଖାଦ୍ୟର ପ୍ରସ୍ତୁତି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ଆବଶ୍ୟକ ସାମଗ୍ରୀ: ଅଣ୍ଡା, ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା ରସୁଣ ପେଷ୍ଟ୍‌, ବଟା ଟମାଟୋ, କଞ୍ଚା ଲଙ୍କା, କଟା ପିଆଜ, ଧନିଆ ପତ୍ର, ତେନ୍ତୁଳି ରସ, ପୁଦିନା ଓ […]

author-image
Sangita Sahoo
ଘରେ ପ୍ରସ୍ତୁତ କରନ୍ତୁ ତେନ୍ତୁଳି ଅଣ୍ଡା ଚଟ୍‌ପଟା

food1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପାଗ ଥଣ୍ଡା ରହିଲେ, ଘରେ କିଛି ହାତ ତିଆରି ଚଟ୍‌ପଟା ଖାଦ୍ୟ ଖାଇବାକୁ ଖୁବ୍‌ ଆଗ୍ରହ ହୋଇଥାଏ। ତେନ୍ତୁଳି ପାଣି ସହ ଅଣ୍ଡାକୁ ନେଇ ସେହିଭଳି ଏକ ଚଟ୍‌ପଟା ଖାଦ୍ୟର ପ୍ରସ୍ତୁତି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

Advertisment

ଆବଶ୍ୟକ ସାମଗ୍ରୀ: ଅଣ୍ଡା, ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା ରସୁଣ ପେଷ୍ଟ୍‌, ବଟା ଟମାଟୋ, କଞ୍ଚା ଲଙ୍କା, କଟା ପିଆଜ, ଧନିଆ ପତ୍ର, ତେନ୍ତୁଳି ରସ, ପୁଦିନା ଓ ଧନିଆପତ୍ର ରସ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ଫଟାଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଲୁଣ ଓ ଗରମ ମସଲା ପକାଇ ଭଲରେ ଗୋଳାଇ ଦିଅନ୍ତୁ।

Advertisment

ଏହାପରେ ଚୁଲିରେ ଏକ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଅଣ୍ଡାକୁ ସେଥିରେ ପକାଇ ଆମ୍‌ଲେଟ୍‌ ପ୍ରସ୍ତୁତ କରନ୍ତୁ।

ଆମଲେଟ୍‌ ହେବା ପୂର୍ବରୁ ତାକୁ ନ ଓଲଟାଇ ରୋଲ ପରି କରି ଦିଅନ୍ତୁ। ଏହା ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ପିସ୍‌ ପିସ୍‌ କରି କାଟି ଦିଅନ୍ତୁ।

ଏହା ପରେ ଚୁଲିରେ ଆଉ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବାପରେ ସେଥିରେ କଟା ପିଆଜ ଓ ଟମାଟୋ ବଟା ପକାନ୍ତୁ।

ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ଅଦା ରସୁଣ ପେଷ୍ଟ୍‌, ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମ ମସଲା ପକାନ୍ତୁ। ତା’ପରେ ସେଥିରେ ତେନ୍ତୁଳି ରସ ଓ, ପୁଦିନା ଓ ଧନିଆ ପତ୍ର ରସ ପକାନ୍ତୁ।

ଏହା ଫୁଟି ଆସିଲେ, ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମ୍‌ଲେଟ୍‌କୁ ପକାନ୍ତୁ। ମାତ୍ର କିଛି ସମୟ ପରେ ଏହାକୁ  ଚୁଲିରୁ ଓହ୍ଲାଇ ଦେଇ, ଖାଆନ୍ତୁ ଏବଂ ଖୁଆନ୍ତୁ ଏକ ଭିନ୍ନ ଧରଣର ଚଟ୍‌ପଟା ଆଇଟମ୍‌।