/odisha-reporter/media/post_attachments/uploads/2020/03/c222.jpg)
c222
ନୂଆଦିଲ୍ଲୀ : ଚୀନରୁ ଆସିଥିବା କରୋନା ଭାଇରସ୍ ଏବେ ଦିଲ୍ଲୀରେ ଆତଙ୍କ ଖେଳାଇଛି। କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଏପରି ଭାୟର ବାତାବରଣ ସୃଷ୍ଟି ହୋଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ଲକ୍ଷଣ ନେଇ ଆଡଭାଇଜରୀ ଜାରି କରାଯାଇଛି। ସାମାନ୍ୟ ଥଣ୍ଡା, ଜ୍ୱର ଓ କାଶ ହେଲେ କିଛି ବିଶେଷ ଲକ୍ଷଣ ଉପରେ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା କରୋନା ଭାଇରସ୍ରୁ ରକ୍ଷା ପାଇବା ପାଇଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍।
୧. ସର୍ବଦା ହାଇଜିନ୍ ବା ସଫାସୁତୁରା ଖାଦ୍ୟ ଖାଆନ୍ତୁ। କାଶିବା ସମୟରେ ମୁହଁରେ କପଡ଼ା ଦିଅନ୍ତୁ। ସମୟ ସମୟରେ ସାବୁନରେ ହାତ ଧୁଅନ୍ତୁ।
୨. ହାତ ଧୋଇବା ପାଇଁ ହ୍ୟାଣ୍ଡ ୱାଶ୍ କିମ୍ୱା ସାନିଟାଇଜର୍ ବ୍ୟବହାର କରନ୍ତୁ। ୨୦ ମିନିଟ୍ ପର୍ଯ୍ୟନ୍ତ ହାତକୁ ସ୍କ୍ରବ୍ କରନ୍ତୁ। ହାତ ଧୋଇବା ପରେ ସଫା କପଡ଼ାରେ ହାଟ ପୋଛନ୍ତୁ କିମ୍ୱା ଡ୍ରାୟର୍ରେ ଶୁଖାନ୍ତୁ।
୩. ଘରୁ ବାହାରକୁ ଯିବା ସମୟରେ ମୁହେଁରେ ମାସ୍କ ଭଲ ଭାବରେ ଲଗାନ୍ତୁ।
୪. ବଜାରରେ ଖାଦ୍ୟପଦାର୍ଥ ସାମଗ୍ରୀ କିଣିବା ସମୟରେ କଞ୍ଚା ଖାଆନ୍ତୁ ନାହିଁ। ମାଂସ କିମ୍ୱା ସବୁଜ ପରିବା ପୂର୍ବରୁ ଭଲ ଭାବରେ ଧୋଇ ରୋଷେଇ କରନ୍ତୁ।
୫. ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅଧିକ ଆସନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କ ସହିତ ହାତ ମିଶାଇବା ପରେ ଭଲ ଭାବରେ ହାତ ଧୁଅନ୍ତୁ।
୬. ଆଖି, ନାକ ଓ କାନରେ ବାରମ୍ୱାର ହାତ ମାରନ୍ତୁ ନାହିଁ। ଯଦି ଏପରି କରୁଛନ୍ତି ତେବେ ତୁରନ୍ତ ହାତ ଧୋଇ ନିଅନ୍ତୁ।
୭. ଯଦି ଆପଣଙ୍କୁ ଜ୍ୱର, ଥଣ୍ଡା, କାଶ କିମ୍ୱା ନିଃଶ୍ୱାସ ନେବାରେ ଅସୁବିଧା ହେଉଛି ବିଳମ୍ୱ ନକରି ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।
୮. ଡାକ୍ତର ଦେଇଥିବା ପରାମର୍ଶକୁ ନିୟମିତ ପାଳନ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
