ଆପଣ ଅଧିକ ସମୟ ଅଫିସରେ ବସି ରହି କାମ କରୁଛନ୍ତି କି? ଯଦି ଏହାର ଉତ୍ତର ହଁ...ତେବେ ତୁରନ୍ତୁ ବଦଳାନ୍ତୁ ଆପଣଙ୍କ ଅଭ୍ୟାସ। କାରଣ ଘଣ୍ଟା ଘଣ୍ଟା ଧରି ବସି ରହିଲେ, ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।
୧- ଅଧିକ ସମୟ ବସିବା ଦ୍ୱାରା ମସ୍ତିଷ୍କ ଧିମା ହୋଇଯାଇଥାଏ। କିଛି କାମ କରି ନ ଥାଏ। ରକ୍ତ ସଞ୍ଚାରଣ ଠିକ୍ ଭାବରେ ହୋଇ ନ ଥାଏ।
୨- ଯଦି ଗୋଟିଏ ଦିନ ବସି ରହୁଛନ୍ତି ତାହାହେଲେ ଅଧିକ ଇନସ୍ୟୁଲିନ୍ କ୍ଷରିତ ହୋଇଥାଏ। ମଧୁମେହ ରୋଗ ହେବାର ଆଶଙ୍କା ଥାଏ।
୩- ଯଦି ଜଣେ ବ୍ୟକ୍ତି ସପ୍ତାହରେ ୨୩ ଘଣ୍ଟା ବସୁଥାଏ। ତାହାହେଲେ ହାର୍ଟ ଡିଜିଜ୍ ହେବାର ଆଶଙ୍କା ଅଧିକ ଥାଏ।
୪- ଜଣେ ବ୍ୟକ୍ତି ଦିନରେ ୨ଘଣ୍ଟା ବସିଲେ, ଶରୀରର ୨୦ପ୍ରତିଶତ ଭଲ କୋଲେଷ୍ଟରଲ ନଷ୍ଟ ହୋଇଯାଇଥାଏ।
୫- ଯଦି ଆପଣ ଦିନ ତମାମ ବସି ରହୁଛନ୍ତି ତାହାହେଲେ ଏକ ଘଣ୍ଟା ବ୍ୟାୟମ କରୁଥିଲେ ତାହା ଯଥେଷ୍ଟ ନୁହଁ।