ଡାଇବେଟିସ୍‌ ନିୟନ୍ତ୍ରଣ କରେ କଖାରୁ ମଞ୍ଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡ଼ି ଦେଇଥା’ନ୍ତି। କିନ୍ତୁ ଆପଣଙ୍କୁ ହୁଏତ ଜଣା ନଥିବ, କଖାରୁ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟି-ଆକ୍ସିଡ୍ୟାଣ୍ଟ୍‌, ଆମିନୋ ଏସିଡ୍‌, ଆଇରନ୍‌ ଓ ପୋଟାସିୟମ୍‌ ପରି ଅନେକ ପୋଷକ ତତ୍ତ୍ୱ ରହିଛି। କଖାରୁ ମଞ୍ଜି ଶରୀରକୁ ଇନ୍‌ଫେକ୍‌ସନ୍‌ରୁ ଦୂରେଇ ରଖିବା ସହିତ ଆହୁରି ଅନେକ ରୋଗରୁ ରକ୍ଷା କରିଥାଏ। ତା’ହେଲେ ଆସନ୍ତୁ ଜାଣିବା, କଖାରୁ ମଞ୍ଜି ଖାଇଲେ କେଉଁ ସବୁ ଲାଭ ମିଳିଥାଏ। ବ୍ଲଡ୍‌ରେ […]

p1

Puspanjali Panda
  • Published: Friday, 02 August 2019
  • , Updated: 02 August 2019, 03:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡ଼ି ଦେଇଥା’ନ୍ତି। କିନ୍ତୁ ଆପଣଙ୍କୁ ହୁଏତ ଜଣା ନଥିବ, କଖାରୁ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟି-ଆକ୍ସିଡ୍ୟାଣ୍ଟ୍‌, ଆମିନୋ ଏସିଡ୍‌, ଆଇରନ୍‌ ଓ ପୋଟାସିୟମ୍‌ ପରି ଅନେକ ପୋଷକ ତତ୍ତ୍ୱ ରହିଛି। କଖାରୁ ମଞ୍ଜି ଶରୀରକୁ ଇନ୍‌ଫେକ୍‌ସନ୍‌ରୁ ଦୂରେଇ ରଖିବା ସହିତ ଆହୁରି ଅନେକ ରୋଗରୁ ରକ୍ଷା କରିଥାଏ। ତା’ହେଲେ ଆସନ୍ତୁ ଜାଣିବା, କଖାରୁ ମଞ୍ଜି ଖାଇଲେ କେଉଁ ସବୁ ଲାଭ ମିଳିଥାଏ।

ବ୍ଲଡ୍‌ରେ ସୁଗାର୍‌ ସ୍ତରକୁ ନିୟନ୍ତ୍ରଣ କରେ

କଖାରୁ ମଞ୍ଜି ରକ୍ତରେ ସୁଗାର୍‌ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର୍‌ ଓ ପ୍ରୋଟିନ୍‌ ରହିଛି। ଫାଇବର୍‌ ରକ୍ତରେ ମିଶି ଅଧିକ ସୁଗାର୍‌କୁ ଶୋଷଣ କରିଥାଏ। ଫଳରେ ରକ୍ତରେ ସୁଗାରର ସ୍ତର ନିୟନ୍ତ୍ରଣରେ ରହିଥାଏ। ସେଥିପାଇଁ ଡାଇବେଟିସ୍‌ ରୋଗୀମାନେ ଏହାକୁ ଖାଇବା ଉଚିତ୍‌। ତେବେ ସେମାନେ ଏହା ପୂର୍ବରୁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ।

କ୍ୟାନସର୍‌ ସେଲ୍‌ର ବୃଦ୍ଧିକୁ ବନ୍ଦ କରିଥାଏ
କଖାରୁ ମଞ୍ଜିରେ ଥିବା ଆଣ୍ଟି- ଅକ୍ସିଡ୍ୟାଣ୍ଟ୍ ଶରୀରରେ ବିକାଶିତ ହେଉଥିବା କ୍ୟାନସର୍‌ ସେଲ୍‌ ସହିତ ଲଢ଼େଇ କରିଥାଏ ଓ ସେଗୁଡ଼ିକୁ ବଢ଼ିବାକୁ ଦେଇ ନଥାଏ। କଖାରୁ ମଞ୍ଜିରେ ଥିବା ଆଣ୍ଟି-କ୍ୟାନସର୍‌ ଗୁଣ ବ୍ରେଷ୍ଟ୍‌ କ୍ୟାନସର୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ବ୍ଲାଡରକୁ ଠିକ୍‌ ଢଙ୍ଗରେ କାର୍ଯ୍ୟକ୍ଷମ କରାଏ
ମୂତ୍ରାଶୟରେ ପ୍ରୋଷ୍ଟେଟ୍‌ ଗ୍ଲାଣ୍ଡର ବୃଦ୍ଧି ହେଲେ ପୁରୁଷଙ୍କ କ୍ଷେତ୍ରରେ ପରିସ୍ରା ସମସ୍ୟା ଦେଖାଯାଇଥାଏ। କଖାରୁ ମଞ୍ଜି ଖାଇଲେ ଏହି କଷ୍ଟରୁ ମୁକ୍ତି ମିଳେ। ଏହି ମଞ୍ଜିରେ ଥିବା ତୈଳ ଅଂଶ ବ୍ଲାଡରର ଫଙ୍କ୍‌ସନ୍‌କୁ ଠିକ୍‌ କାର୍ଯ୍ୟକ୍ଷମ କରାଇବା ସହିତ ପ୍ରୋଷ୍ଟେଟ୍‌ ଗ୍ଲାଣ୍ଡକୁ ବଢ଼ିବାକୁ ଦେଇ ନଥାଏ। 

ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ
କଖାରୁ ମଞ୍ଜିରେ ଥିବା ତୈଳ ଅଂଶ ହୃତ୍‌ପିଣ୍ଡ ପାଇଁ ଭାରି ଭଲ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହିତ ଏହାକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥି ସହିତ ଏହା ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ର ସ୍ତରକୁ ବଢ଼ାଇଥାଏ। ନାଇଟ୍ରିକ୍‌ ଅକ୍ସାଇଡ୍‌ର କାର୍ଯ୍ୟ ହେଉଛି, ଏହା ରକ୍ତବାହିକାକୁ ପତଳା କରିଥାଏ ଏବଂ ହୃତପିଣ୍ଡକୁ ଠିକ୍‌ ଭାବରେ ରକ୍ତ ସଞ୍ଚାଳନ କରିଥାଏ।

କିପରି ଖାଇବେ କଖାରୁ ମଞ୍ଜି ?
କଖାରୁ ମଞ୍ଜିକୁ ଆପଣ ଅଳ୍ପ ତେଲ, ହଳଦୀ ଓ ଲୁଣ ଦେଇ ଭାଜି ଖାଇ ପାରିବେ। ନ ହେଲେ ଆପଣ ଏହାକୁ ଶୁଖାଇ ଖାଇପାରିବେ।

 

Related story