Advertisment

ବଦଗୁଣକୁ ବଦଳାନ୍ତୁ ବୟଫ୍ରେଣ୍ଡ, ନ ହେଲେ ମୁହଁ ମୋଡିଦେବ ଗର୍ଲଫ୍ରେଣ୍ଡ

ପ୍ରେମରେ ପଡ଼ିଲେ ଝିଅ ଓ ପୁଅ ଭୋକଶୋଷ ଭୁଲିଯାଆନ୍ତି । ପ୍ରେମକୁ ନେଇ ସେମାନେ ଖୁବ୍ ଭାବପ୍ରବଣତା ହୋଇ ପଡ଼ନ୍ତି।  ଠିକ୍‌ଭୂଲ୍‌ କିଛି ଦେଖା ଯାଏନି। କିନ୍ତୁ ଯେତେବେଳେ ସଂପର୍କ ବଢ଼ିଥାଏ, ଉଭୟଙ୍କର ଦୁର୍ବଳତା ସାମ୍ନାକୁ ଆସିଥାଏ। ବିଶେଷ କରି ପୁଅଙ୍କର କିଛି ଖରାପ ଅଭ୍ୟାସ ଥାଏ,  ଯାହା ଝିଅକୁ ପସନ୍ଦ ଆସି ନ ଥାଏ। ଫଳରେ ପ୍ରେମିକା ନଜରରେ ଘୃଣାର ପାତ୍ର ହୋଇଥାଏ ପ୍ରେମିକ। ଆସନ୍ତୁ ଜାଣିବା ପୁଅଙ୍କର କ’ଣ ଖରାପ ଅଭ୍ୟାସ ଝିଅଙ୍କୁ ଭଲ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବଦଗୁଣକୁ ବଦଳାନ୍ତୁ ବୟଫ୍ରେଣ୍ଡ, ନ ହେଲେ ମୁହଁ ମୋଡିଦେବ ଗର୍ଲଫ୍ରେଣ୍ଡ

salman.nnn

ପ୍ରେମରେ ପଡ଼ିଲେ ଝିଅ ଓ ପୁଅ ଭୋକଶୋଷ ଭୁଲିଯାଆନ୍ତି । ପ୍ରେମକୁ ନେଇ ସେମାନେ ଖୁବ୍ ଭାବପ୍ରବଣତା ହୋଇ ପଡ଼ନ୍ତି।  ଠିକ୍‌ଭୂଲ୍‌ କିଛି ଦେଖା ଯାଏନି। କିନ୍ତୁ ଯେତେବେଳେ ସଂପର୍କ ବଢ଼ିଥାଏ, ଉଭୟଙ୍କର ଦୁର୍ବଳତା ସାମ୍ନାକୁ ଆସିଥାଏ। ବିଶେଷ କରି ପୁଅଙ୍କର କିଛି ଖରାପ ଅଭ୍ୟାସ ଥାଏ,  ଯାହା ଝିଅକୁ ପସନ୍ଦ ଆସି ନ ଥାଏ। ଫଳରେ ପ୍ରେମିକା ନଜରରେ ଘୃଣାର ପାତ୍ର ହୋଇଥାଏ ପ୍ରେମିକ। ଆସନ୍ତୁ ଜାଣିବା ପୁଅଙ୍କର କ’ଣ ଖରାପ ଅଭ୍ୟାସ ଝିଅଙ୍କୁ ଭଲ ଲାଗି ନଥାଏ।

Advertisment

ଛଳନା କରିବା

ପୁଅମାନେ ଝିଅଙ୍କୁ ଛଳନା କରିବାର ଅଭ୍ୟାସ ଥାଏ। କିଛି ପୁଅ ନିଜର ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅକୁ  ଚାହିଁବା ସହ  ତାଙ୍କ ସହ କଥାବାର୍ତ୍ତା କରନ୍ତି। ଏହି ଅଭ୍ୟାସ ଗର୍ଲଫ୍ରେଣ୍ଡକୁ ପସନ୍ଦ ଆସି ନ ଥାଏ। ଫଳରେ ଗର୍ଲଫ୍ରେଣ୍ଡ ନିଜ ପ୍ରେମିକ ଠାରୁ ଦୂରେଇ ଯାଇଥାଏ।

ଗର୍ଲଫ୍ରେଣ୍ଡ  ଉପସ୍ଥିତିରେ ଅନ୍ୟ ଝିଅଙ୍କୁ ପ୍ରଂଶସା କରିବା

ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅକୁ ପ୍ରଂଶସା କରନ୍ତୁ ନାହିଁ। କୌଣସି ଝିଅ ନିଜ ସାମ୍ନାରେ ଅନ୍ୟ ଝିଅର ପ୍ରଂଶସା ଶୁଣିପାରେ ନାହିଁ। ଫଳରେ ଆପଣଙ୍କ ପ୍ରତି ତା’ମନରେ ଘୃଣାଭାବ ସୃଷ୍ଟି ହୋଇପାରେ।

Advertisment

ବାରମ୍ବାର ଗୋଟିଏ କଥାକୁ ପଚାରିବା

ଝିଅଙ୍କୁ ବାରମ୍ବାର  ଗୋଟିଏ କଥାକୁ ପଚାରିବା ପୁଅଙ୍କର ଅଭ୍ୟାସ । କିନ୍ତୁ ଝିଅମାନେ ଏହି କଥାକୁ ଏତେ ଗୁରୁତ୍ୱ ଦେଇ ନ ଥାନ୍ତି। ଯଦି ଏହି ଅଭ୍ୟାସ ନ ଛାଡନ୍ତି,  ଝିଅମାନେ ଆପଣଙ୍କ ଉପରେ ଚିଡ଼ି ଯିବାର ସମ୍ଭାବନା ଥାଏ।

ମେସେଜ୍‌ର ଜବାବ ନ ଦେବା

ଯଦି ଆପଙ୍କୁ କୌଣସି ମେସେଜ୍‌ ଓ କଲ୍‌ ଆସୁଛି, କିନ୍ତୁ ଆପଣ ତା’ର ଜବାବ ଡେରିରେ ଦେଉଛନ୍ତି। ତାହା ହେଲେ ଏହା ଠିକ୍‌ ନୁହେଁ । ଏହା କରିବା ଦ୍ୱାରା କୌଣସି ଝିଅ ପସନ୍ଦ କରିବେ ନାହିଁ।

ଗର୍ଲଫ୍ରେଣ୍ଡକୁ ସମୟ ନ ଦେବା 

ଯଦି ଆପଣଙ୍କ ବନ୍ଧୁଙ୍କୁ ଅଧିକ ସମୟ ଦେଉଛନ୍ତି, କିନ୍ତୁ ଗର୍ଲଫ୍ରେଣ୍ଡ ପାଇଁ ସମୟ ନାହିଁ। ଆପଣଙ୍କର ଏହି ଅଭ୍ୟାସ ଗର୍ଲଫ୍ରେଣ୍ଡ ହୃଦୟରେ ଆପଣଙ୍କ ପାଇଁ ଘୃଣାଭାବ ସୃଷ୍ଟି କରିଥାଏ।