Advertisment

Odia food Recipe: ଆଜି ହିଁ ତିଆରି କରନ୍ତୁ ମୁର୍ଗ ଜାଫରାନୀ- Murg Zafrani

ଆବଶ୍ୟକ ସାମଗ୍ରୀ:  ଚିକେନ୍ ପିଆଜ ଅଦା ରସୁଣ ନଡ଼ିଆ କୋରା ଶୁଖଲା ଲଙ୍କା ପାନମଧୁରୀ ପୋସ୍ତ ମେଥି ଗୋଟା ଧନିଆ ଜାଇଫଳ ଗୋଲମରିଚ ଅଳେଇଚ ଡାଲଚିନି ତେନ୍ତୁଳି ରସ ଧନିଆ ପତ୍ର କଟା ହଳଦି ଗୁଣ୍ଡ ତେଲ ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲକରି ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ରଖନ୍ତୁ। ଏବେ ପିଆଜକୁ ଚୁନା ଚୁନା କାଟନ୍ତୁ। କଡ଼େଇରେ ପୋସ୍ତ, ଶୁଖଲା ଲଙ୍କା, ପାନମଧୁରୀ, ପୋସ୍ତ, ମେଥି, ଗୋଟା ଧନିଆ, ଜାଇଫଳ, […]

author-image
Chinmayee Roy
ଅଦ୍ୟତନ ହୋଇଛି
Odia food Recipe: ଆଜି ହିଁ ତିଆରି କରନ୍ତୁ ମୁର୍ଗ ଜାଫରାନୀ- Murg  Zafrani

jafrani

ଆବଶ୍ୟକ ସାମଗ୍ରୀ: 

  • ଚିକେନ୍
  • ପିଆଜ
  • ଅଦା
  • ରସୁଣ
  • ନଡ଼ିଆ କୋରା
  • ଶୁଖଲା ଲଙ୍କା
  • ପାନମଧୁରୀ
  • ପୋସ୍ତ
  • ମେଥି
  • ଗୋଟା ଧନିଆ
  • ଜାଇଫଳ
  • ଗୋଲମରିଚ
  • ଅଳେଇଚ
  • ଡାଲଚିନି
  • ତେନ୍ତୁଳି ରସ
  • ଧନିଆ ପତ୍ର କଟା
  • ହଳଦି ଗୁଣ୍ଡ
  • ତେଲ ଓ ଲୁଣ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନ୍‌କୁ ଭଲକରି ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ରଖନ୍ତୁ। ଏବେ ପିଆଜକୁ ଚୁନା ଚୁନା କାଟନ୍ତୁ। କଡ଼େଇରେ ପୋସ୍ତ, ଶୁଖଲା ଲଙ୍କା, ପାନମଧୁରୀ, ପୋସ୍ତ, ମେଥି, ଗୋଟା ଧନିଆ, ଜାଇଫଳ, ଗୋଲମରିଚ, ଅଳେଇଚ ଓ ଡାଲଚିନିକୁ ହାଲକା ଭାଜି ଗୁଣ୍ଡ କରି ରଖି ଦିଅନ୍ତୁ। ସେହିପରି ଅଦା, ରସୁଣ ଓ ନଡ଼ିଆକୁ ଗ୍ରାଇଣ୍ଡିଂ କରି ରଖନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ପିଆଜ ପକାଇ ଲାଲ୍ କରି ଭାଜନ୍ତୁ। ପିଆଜ ଲାଲ୍ ହୋଇଗଲେ ସେଥିରେ ଅଦା-ରସୁଣ-ନଡ଼ିଆ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ କଷନ୍ତୁ। ଏହା ପରେ ଚିକେନ ଓ ଗୁଣ୍ଡ କରିଥିବା ମସଲା ପକାଇ କମ୍ ଆଞ୍ଚରେ ସିଝିବା ଯାଏ ରାନ୍ଧନ୍ତୁ।

Advertisment

ମାଂସ ସିଝିଗଲା ପରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଶେଷରେ ତେନ୍ତୁଳି ରସ ପକାଇ ଝୋଳ ମରିବା ଯାଏ ଛାଡ଼ିଦିଅନ୍ତୁ। ଏହାପରେ ପ୍ଲେଟକୁ କାଢ଼ି ଉପରେ କଟା ଧନିଆପତ୍ର ଦେଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ 'ମୁର୍ଗ ଜାଫରାନୀ'।

Odia Food Recipe Orissa Food