r55
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଟ୍ପଟା ଜିନିଷ ଖାଇବାକୁ ଆମେ ସମସ୍ତେ ପସନ୍ଦ କରିଥାଉ। ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ଚଟ୍ପଟା ଜିନିଷ ଆମର ସବୁଠୁ ପ୍ରିୟ ହୋଇଥାଏ। ସେସବୁ ଭିତରୁ ରାଜ୍ କଚୋରୀ ଅଲଗା ସ୍ୱାଦ ଦେଇଥାଏ। ଏହା ଉପର ଭାଗରେ ଥିବା ପୂରି ଏବଂ ଭିତରେ ଦିଆଯାଇଥିବା ବିଭିନ୍ନ ପ୍ରକାର ମସଲା ପାଟିକୁ କୁର୍କୁରି ଲାଗିବା ସହ ଚଟ୍ପଟା ଲାଗିଥାଏ। ତେଣୁ ଏହି ସ୍ୱାଦିଷ୍ଟ ଚଟ୍ପଟା ରାଜ୍ କଚୋରୀ କିପରି ପ୍ରସ୍ତୁତ କରିବେ ପଢ଼ନ୍ତୁ।
ଆବଶ୍ୟକ ସାମଗ୍ରୀ
/odisha-reporter/media/post_attachments/wp-content/uploads/2019/06/r44-300x172.jpg)
ଗୋଟିଏ କପ୍ ମଇଦା, ଗୋଟିଏ କପ୍ ସୁଜି, ଲଙ୍କା ଗୁଣ୍ଡ, ଲୁଣ, ପାଣି, ତେଲ, ସିଝା ଆଳୁ, ସିଝା ଚଣା, ପାମ୍ପଡ଼ି, ଦହି ବରା, ଜିରା ଗୁଣ୍ଡ, କଳା ଲୁଣ, ଲଙ୍କା ଗୁଣ୍ଡ, ମିଠା ଚଟଣୀ( ଚଟଣୀ ଆପଣ ତେନ୍ତୁଳି ଏବଂ ଗୁଡ଼ ମିଶାଇ କରିପାରିବେ) ପୁଦିନା ଚଟଣୀ, ସେଓ ଚୁନା ଏବଂ କଟା ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ
/odisha-reporter/media/post_attachments/wp-content/uploads/2019/06/r33-300x172.jpg)
ପ୍ରଥମେ କଚୋରୀ ତିଆରି କରିବା ପାଇଁ ଏକ ପାତ୍ରରେ ମଇଦା, ସୁଜି, ଲଙ୍କା ଗୁଣ୍ଡ, ଲୁଣ ଏବଂ ପାଣି ଦେଇ ଅଟା ଚକଟିଲା ଭଳି ଚକଟି ଦିଅନ୍ତୁ। ଏହା ପରେ ସେହି ଅଟାରେ ପୁରୀ ଭଳି କରି ତେଲରେ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ରାଜ୍ କଚୋରୀ ପାଇଁ ବେସ୍।
/odisha-reporter/media/post_attachments/wp-content/uploads/2019/06/r11-300x172.jpg)
ଏବେ କଚୋରୀ ଭିତରେ ମସଲା ଦିଅନ୍ତୁ। ପ୍ରଥମେ ସିଝା ଆଳୁକୁ ଆପଣ ହାତରେ ଭାଙ୍ଗି କଚୋରୀ ଭିତରେ ଦିଅନ୍ତୁ। ଏହା ପରେ ସିଝା ମୁଗ, ସିଝା ଚଣା, ପାମ୍ପଡ଼ି, ଭଙ୍ଗା ହୋଇଥିବା ଦହି ବରା, ଜିରା ଗୁଣ୍ଡ, କଳା ଲୁଣ, ଲଙ୍କା ଗୁଣ୍ଡ, ମିଠା ଚଟଣୀ, ଦହି, ପୁଦିନା ଚଟଣୀ, ସେଓ ଚୁନା ପକାନ୍ତୁ । କଟା ଧନିଆ ପତ୍ରକୁ ପୂରା ଶେଷରେ ଦିଅନ୍ତୁ।
ଏହା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚଟ୍ପଟା ରାଜ୍ କଚୋରୀ। ଏବେ ଏହାକୁ ଘର ଘର ଲୋକଙ୍କୁ ଖୁଆଇବା ସହ ଅନ୍ୟମାନଙ୍କୁ ମଧ୍ୟ ଖୁଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/r55.jpg)