Advertisment

ରାଖୀ ପୂର୍ଣ୍ଣିମା ଦିନ କେଉଁ ରାଶିର ଝିଅ କ’ଣ କଲେ ଭାଇମାନଙ୍କର ହେବ ଶୁଭ

ଶ୍ରାବଣ ମାସର ଶେଷ ସୋମବାର ପଡ଼ୁଛି ରକ୍ଷା ବନ୍ଧନ। ଏହି ଦିନ ମଧ୍ୟ ପୂର୍ଣ୍ଣିମା। ଶ୍ରାବଣ ମାସର ପୂର୍ଣ୍ଣିମାରେ ମହାଦେବ ଶିବ ଓ ଚନ୍ଦ୍ରଙ୍କୁ ପୂଜା କଲେ ଦୀର୍ଘାୟୁର ବରଦାନ ମିଳିଥାଏ। ଏହି କାରଣରୁ ଆସନ୍ତା ସୋମବାର ଅର୍ଥାତ ରାଖୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଶିବ ଓ ଚନ୍ଦ୍ରଙ୍କୁ ଆରାଧନା କରି ଭାଇମାନଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା ଭାଇମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ ପାଇଁ ରାଶି ଅନୁସାରେ ଭଉଣୀମାନେ କେଉଁ କେଉଁ […]

author-image
Rakesh Mallick
ରାଖୀ ପୂର୍ଣ୍ଣିମା ଦିନ କେଉଁ ରାଶିର ଝିଅ କ’ଣ କଲେ ଭାଇମାନଙ୍କର ହେବ ଶୁଭ

rakhi

ଶ୍ରାବଣ ମାସର ଶେଷ ସୋମବାର ପଡ଼ୁଛି ରକ୍ଷା ବନ୍ଧନ। ଏହି ଦିନ ମଧ୍ୟ ପୂର୍ଣ୍ଣିମା। ଶ୍ରାବଣ ମାସର ପୂର୍ଣ୍ଣିମାରେ ମହାଦେବ ଶିବ ଓ ଚନ୍ଦ୍ରଙ୍କୁ ପୂଜା କଲେ ଦୀର୍ଘାୟୁର ବରଦାନ ମିଳିଥାଏ। ଏହି କାରଣରୁ ଆସନ୍ତା ସୋମବାର ଅର୍ଥାତ ରାଖୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଶିବ ଓ ଚନ୍ଦ୍ରଙ୍କୁ ଆରାଧନା କରି ଭାଇମାନଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିପାରିବେ। ତା’ହେଲେ ଆସନ୍ତୁ ଜାଣିବା ଭାଇମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ ପାଇଁ ରାଶି ଅନୁସାରେ ଭଉଣୀମାନେ କେଉଁ କେଉଁ ଉପାୟ ଅବଲମ୍ୱନ କରିପାରିବେ।

Advertisment

ମେଷ- ଏହି ରାଶିର ଭଉଣୀମାନେ ଅଗ୍ରପୂଜ୍ୟ ଗଣେଶଙ୍କୁ ଦୁବ ଓ ରାଖୀ ଅର୍ପଣ କରନ୍ତୁ। ଏହାଦ୍ୱାରା ଭାଇମାନଙ୍କ କ୍ରୋଧ ଦୂରେଇ ଯିବ ଏବଂ ସ୍ୱଭାବ ଠିକ୍ ରହିବ।

ବୃଷ- ମହାଦେବଙ୍କୁ ଜଳ ଓ ରାଖୀ ଅର୍ପଣ କରନ୍ତୁ। ଏହାସହିତ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।

Advertisment

ମିଥୁନ- ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାସହିତ ଦେବୀ ମା’ଙ୍କୁ ସିନ୍ଦୁର ଓ ରାଖୀ ଅର୍ପଣ କରନ୍ତୁ।  ଏଭଳି କରିବା ଦ୍ୱାରା ବିଭିନ୍ନ ଦୁର୍ଘଟଣାରୁ ଭାଇ ରକ୍ଷା ପାଇଥାଏ।

କର୍କଟ- ଭଗବାନ ଗଣେଶଙ୍କୁ ବେଲ ପତ୍ର ଓ ରାଖୀ ଚଢ଼ାନ୍ତୁ। ଫଳରେ ଆପଣଙ୍କ ଭାଇଙ୍କ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟା ଦୂରେଇ ଯିବ।

ସିଂହ- ଶିବଙ୍କୁ ପ୍ରଥମେ ଚନ୍ଦନ ଓ ଏହା ପରେ ରାଖୀ ଅର୍ପଣ କରନ୍ତୁ। ଫଳରେ ଆପଣଙ୍କ ଭାଇଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା- ହନୁମାନଙ୍କୁ ଲାଲ୍ ଫୁଲ ଓ ରାଖୀ ଅର୍ପଣ କରନ୍ତୁ। ଭାଇଙ୍କୁ ମନ ପସନ୍ଦର ସଫଳତା ମିଳିବ।

ତୁଳା- ଭଗବାନ କୃଷ୍ଣଙ୍କୁ ଲହୁଣି ଓ ମିଶ୍ରି ଭୋଗ ଲଗାନ୍ତୁ। ପରେ ରାଖୀ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଭାଇର ବୈବାହିକ ଓ ପାରିବାରିକ ଜୀବନରେ ଖୁସି ମିଳିବ।

ବିଛା- ବଟ ବୃକ୍ଷରେ ଜଳ ଢାଳି ଦୀପ ଲଗାନ୍ତୁ। ପରେ ଡାଳରେ ରାଖୀ ବାନ୍ଧନ୍ତୁ। ଫଳରେ ଆପଣଙ୍କ ଭାଇଙ୍କ ସନ୍ତାନ ପ୍ରାପ୍ତି ସମସ୍ୟା ଦୂରେଇ ଯିବ।

ଧନୁ- ମହାଦେବ ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ରାଖୀ ଅର୍ପଣ କରନ୍ତୁ। ଏହାଦ୍ୱାରା ଦୁର୍ଘଟଣାରୁ ଭାଇଙ୍କୁ ରକ୍ଷା ମିଳିବ।

ମକର- ଭଗବାନ କୃଷ୍ଣଙ୍କୁ ହଳଦୀର ତିଳକ ଲଗାଇ ରାଖୀ ଅର୍ପଣ କରନ୍ତୁ। ଭାଇର ଜୀବନରେ ଆର୍ଥିକ ସମସ୍ୟା ଆସିବ ନାହିଁ।

କୁମ୍ଭ- ହନୁମାନଙ୍କୁ ଲାଲ୍ ରଙ୍ଗର ଫୁଲ ଓ ରାଖୀ ଅର୍ପଣ କରନ୍ତୁ। ଭାଇର ସ୍ୱାସ୍ଥ୍ୟ ଓ ରୋଜଗାର ଭଲ ରହିବ।

ମୀନ- ଭଗବାନ ଶିବଙ୍କୁ ଦହି ଓ ଜଳ ଅର୍ପଣ କରନ୍ତୁ। ଏହାପରେ ରାଖୀ ଅର୍ପଣ କରନ୍ତୁ। ଫଳରେ ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ରହିବ।