Advertisment

ରାଶି କହେ ଜୀବନସାଥୀର କଥା: କେମିତି ଜାଣିବେ ଝିଅଙ୍କ ସ୍ୱଭାବ

ଝିଅମାନଙ୍କ ସ୍ୱଭାବ ଓ ଭଲପାଇବା ବୈବାହିକ ଜୀବନକୁ ସୁନ୍ଦର କରିଥାଏ।  ପ୍ରଥମ ଥର ପାଇଁ କାହା ପ୍ରେମରେ ପଡିଲେ ସାରା ଦୁନିଆ ଜିତିଗଲା ଭଳି ଅନୁଭବ ହୋଇଥାଏ।  ଆଉ ଯେତେବେଳେ ସେ ବାହା ହୋଇଯାଏ, ଜୀବନର ସବୁଠୁ ବଡ଼ ଖାଲି ସ୍ଥାନ ପୂରଣ ହୋଇ ଯାଇଥାଏ। ତେବେ ଆପଣ ଜାଣନ୍ତି ରାଶି ଅନୁସାରେ ଝିଅମାନଙ୍କ ସ୍ୱଭାବ ଜାଣି ହୋଇଥାଏ । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତାହାହେଲେ ଆପଣ ନିଶ୍ଚୟ ଜାଣିବା ଦରକାର ଆପଣ ଜୀବନସାଥୀ […]

ଅଦ୍ୟତନ ହୋଇଛି
ରାଶି କହେ ଜୀବନସାଥୀର କଥା: କେମିତି ଜାଣିବେ ଝିଅଙ୍କ ସ୍ୱଭାବ 

rashi

Advertisment

ଝିଅମାନଙ୍କ ସ୍ୱଭାବ ଓ ଭଲପାଇବା ବୈବାହିକ ଜୀବନକୁ ସୁନ୍ଦର କରିଥାଏ।  ପ୍ରଥମ ଥର ପାଇଁ କାହା ପ୍ରେମରେ ପଡିଲେ ସାରା ଦୁନିଆ ଜିତିଗଲା ଭଳି ଅନୁଭବ ହୋଇଥାଏ।  ଆଉ ଯେତେବେଳେ ସେ ବାହା ହୋଇଯାଏ, ଜୀବନର ସବୁଠୁ ବଡ଼ ଖାଲି ସ୍ଥାନ ପୂରଣ ହୋଇ ଯାଇଥାଏ।

Advertisment

ତେବେ ଆପଣ ଜାଣନ୍ତି ରାଶି ଅନୁସାରେ ଝିଅମାନଙ୍କ ସ୍ୱଭାବ ଜାଣି ହୋଇଥାଏ । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତାହାହେଲେ ଆପଣ ନିଶ୍ଚୟ ଜାଣିବା ଦରକାର ଆପଣ ଜୀବନସାଥୀ କିପରି ହୋଇଥିବେ। ଆସନ୍ତୁ ଜାଣିବା ରାଶିକୁ ନେଇ ଝିଅଙ୍କ ସ୍ୱଭାବ।

ମେଷ ରାଶିର ଝିଅମାନେ ଭଲ ଜୀବନସାଥୀ ଭାବେ ସ୍ୟାବସ୍ତ ହୋଇଥାନ୍ତି।  ଏମାନେ ବହୁତ ମିଶାଣିଆ । ସବୁବେଳେ ଭଲ ଜୀବନସାଥୀ ସନ୍ଧାନରେ ଥାନ୍ତି।  ଯେବେ ମେଷ ରାଶି ଝିଅ ଯାହା ସହ ସଂପର୍କ ରଖିଥାନ୍ତି ସେ ଚାହିଁଥାନ୍ତି ତାଙ୍କ ଜୀବନସାଥୀ ତାଙ୍କ ଉପରେ ଭରସା କରନ୍ତୁ ଓ ତାଙ୍କୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ।

Advertisment

ବୃଷ ରାଶିର ଝିଅମାନେ ଯାହାକୁ ପ୍ରେମ କରିଥାନ୍ତି ସଚ୍ଚା ପ୍ରେମ କରିଥାନ୍ତି। ତାଙ୍କ ପାଇଁ ଭଲପାଇବା ସବୁ କିଛି ହୋଇଥାଏ। ଏହା ସହ ନିଜ ପାର୍ଟନର ଠାରୁ ମଧ୍ୟ ଠିକ୍‌ ସେହିପରି ଭଲ ପାଇବା ପାଇଁ ଆଶା ରଖିଥାନ୍ତି। ଏହି ରାଶିର ଝିଅ ଅଧିକ ଦେଖେଇ ହେବାକୁ ପସନ୍ଦ କରି ନଥାନ୍ତି। କିନ୍ତୁ ବହୁତ ରାଗି ହୋଇଥାନ୍ତି।

ମିଥୁନ ରାଶିର ଝିଅମାନେ ବହୁତ ଚଞ୍ଚଳ ଓ ରୋମାଣ୍ଟିକ୍‌ ହୋଇଥାନ୍ତି। ପ୍ରେମକୁ ନେଇ କାଳ୍ପନିକ ଦୁନିଆରେ ନିଜକୁ ହଜାଇ ଦିଅନ୍ତି। ଏହି କଥା ସତ, ଆପଣ ମିଥୁନ ରାଣିର ଝିଅକୁ ଭଲ ପାଉଛନ୍ତି ତାହାହେଲେ ଆପଣ ମୁହଁରେ ହସ ଦେଖିବାକୁ ମିଳିବ। ମିଥୁନ ରାଶିର ଝିଅମାନେ ଖୁସିର ମାହୋଲ ଭିତରେ ରହିବାକୁ ଭଲ ପାଇଥାନ୍ତି।

କର୍କଟ ରାଶିର ଝିଅମାନେ ନିଜର ପ୍ରଂଶସା ଶୁଣିବାକୁ ଭଲ ପାଇଥାନ୍ତି। ଏହି ରାଶିର ଝିଅମାନେ ଭଲପାଇବା କ୍ଷେତ୍ରରେ ଟିକେ ମାନ୍ଦା । କଥାକୁ  ଶୀଘ୍ର ବଢ଼ାଇବାକୁ ଦିଅନ୍ତି ନାହିଁ। ଧୀରେ ଧୀରେ କଥାକୁ ବଢ଼ାଇବାକୁ ଦେଇଥାନ୍ତି। ଏହି ରାଶି ଝିଅମାନେ ସମ୍ବେଦନଶୀଳ। କୌଣସି କଥା କହିଲେ ତାଙ୍କୁ ଶୀଘ୍ର ବାଧି ଥାଏ।

ସିଂହ ରାଶିର ଝିଅ ସମସ୍ତଙ୍କର ଆଦର୍ଶ ହୋଇଥାନ୍ତି। ଜୀବନସାଥୀଙ୍କ ସହ ବିଶ୍ୱସ୍ତ ହୋଇ ରହିଥାନ୍ତି।  ଜୀବନ ଥିଲା ପର୍ଯ୍ୟନ୍ତ ଜୀବନସାଥୀଙ୍କ ହାତ ଛାଡ଼ି ନଥାନ୍ତି। ଏହି ରାଶିରେ ଝିଅମାନେ ପ୍ରେମରେ ଶୀଘ୍ର ପଡ଼ି ନିଜକୁ ସମର୍ପିତ କରି ଦିଅନ୍ତି।

girl1

କନ୍ୟା ରାଶିର ଝିଅ ବହୁତ ଭାବୁକ ହୋଇଥାନ୍ତି  ଓ ନିଜର ଭଲ ପାଇବାକୁ ସମ୍ମାନ ଦେବାକୁ ଚାହିଁଥାନ୍ତି। ଏହି ରାଶିର ଝିଅଙ୍କ ହୃଦୟ ସଫା ହୋଇଥାଏ।

ତୁଳା ରାଶିର ଝିଅମାନେ ଭଲ ଜୀବନସାଥୀ ଭାବେ ସ୍ୟାବସ୍ତ ହୋଇଥାନ୍ତି। ଏହି ରାଶିର ଝିଅମାନେ ଭଲପାଇବାକୁ ଗଭୀର ଭାବରେ ନେଇଥାନ୍ତି ଓ ଏକାକୀ ରହିବାକୁ ପସନ୍ଦ କରି ନଥାନ୍ତି। ଏହି ରାଶିର ଝିଅଙ୍କ ପାଖରେ ଅଲଗା ଆକର୍ଷଣ ରହିଥାଏ। ଶୀଘ୍ର ନିଜର ସ୍ୱାମୀକୁ ନିଜର କରି ନେଇଥାନ୍ତି।

ବୃଷ ରାଶିର ଝିଅମାନେ ନିଜର ଭଲ ପାଇବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି। ଦରକାର ପଡ଼ିଲେ ସବୁ କିଛି ଛାଡ଼ିବା ପାଇଁ ପ୍ରସ୍ତୁତ ଥାନ୍ତି।

ଧନୁ ରାଶିର ଝିଅମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି। ସେମାନେ ଭାବିଥାନ୍ତି ଭଲପାଇବା ବନ୍ଧୁତ୍ୱରୁ ଆରମ୍ଭ ହୋଇଥାଏ। ଯଦି ଆପଣ କୌଣସି ଧନୁ ରାଶିର ଝିଅକୁ  ପ୍ରେମ କରିବା ପାଇଁ ଚାହୁଁଛନ୍ତି, ପ୍ରଥମେ ତାଙ୍କ ସହିତ ବନ୍ଧୁତ୍ୱ କରନ୍ତୁ, ପରେ ହୃଦୟର କଥା କୁହନ୍ତୁ।

ମକର ରାଶି ଝିଅମାନେ ଶୀଘ୍ର କାହା ପ୍ରେମ ଜାଲରେ ପଡ଼ି ନଥାନ୍ତି। ଟାଇମ ପାସ୍‌ କରିବାକୁ ଭଲ ପାଇଥାନ୍ତି। ମକର ରାଶିର ଝିଅକୁ ଭଲ ପାଇଲେ ଭାବି ଚିନ୍ତି ପ୍ରେମ କରନ୍ତୁ।

କୁମ୍ଭ ରାଶି ଝିଅମାନେ ଭଲପାଇବା ପାଇଁ  ସବୁ ସୀମା ପାର କରିପାରନ୍ତି। ଏହି ରାଶିର ଝିଅ ନିଜର ଜୀବନସାଥୀକୁ ଆଖିବୁଜି ଭଲ ପାଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe