rashmi-paneer
ଆବଶ୍ୟକ ସାମଗ୍ରୀ:ପନୀର, କ୍ରିମ୍, ରିଫାଇନ୍ ତେଲ, ଜିରା, ପିଆଜ, ଅଦା, ରସୁଣ, କ୍ୟାପ୍ସିକମ୍, ଟମାଟୋ, ଧନିଆ ପାଉଡ଼ର, ହଳଦୀ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ:ପ୍ୟାନ୍ରେ ତେଲ ଗରମ କରି ସେଥିରେ ଜିରା ପକାନ୍ତୁ। ଜିରା ଫୁଟିଲେ ସେଥିରେ କଟା ପିଆଜ, କ୍ୟାପ୍ସିକମ୍ ଓ ଟମାଟୋ ପକାଇ ହାଲକା ଫ୍ରାଏ କରନ୍ତୁ। ଏବେ ସେଥିରେ ଅଦାରୁସଣ ପେଷ୍ଟ, ଧନିଆ ପାଉଡ଼ର, ହଳଦୀ, ଟମାଟୋ ପ୍ୟୁରି, ଲୁଣ, ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ପରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ।
ପାଣି ଫୁଟିଲେ ଆଞ୍ଚକୁ ସିମ୍ କରି କ୍ୟୁବ ସାଇଜରେ କଟା ହୋଇଥିବା ପନୀରକୁ ପକାନ୍ତୁ । ଏବେ ସେଥିରେ କ୍ରିମ୍ ପକାନ୍ତୁ। ଏହାପରେ ଗରମ ମସଲା ଓ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ରେଶମୀ ପନୀର।
ଏବେ ଏହାକୁ ବାଉଲରେ ସର୍ଭ କରନ୍ତୁ। ଏହାକୁ ଗରମାଗରମ ରୁଟି କିମ୍ବା ଭାତ ସହ ଖାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/rashmi-paneer.jpg)