Advertisment

ରାତିରେ ନିଦ ହେଉ ନ ଥିଲେ ପିଅନ୍ତୁ ଗାଈ କ୍ଷୀର

ଭୁବନେଶ୍ୱର: ଅନେକ ଲୋକ ସବୁବେଳେ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ। ମଝିରେ ମଝିରେ ସେମାନଙ୍କ ନିଦ ଭାଙ୍ଗି ଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ସେମାନେ ନିଦ ବଟିକାର ସାହାଯ୍ୟ ନିଅନ୍ତି। ତେବେ ଆପଣମାନେ ଜାଣନ୍ତି କି ବିନା ଔଷଧରେ ବି ଏହି ସମସ୍ୟାକୁ ଦୂର କରାଯାଇପାରିବ। ଗାଈ କ୍ଷୀର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ଓ ଆପଣ ରାତିରେ ଭଲରେ ଶୋଇ ପାରିବେ। ଏକ ଗବେଷଣାରୁ ଏହା […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାତିରେ ନିଦ ହେଉ ନ ଥିଲେ ପିଅନ୍ତୁ ଗାଈ କ୍ଷୀର

sleping

ଭୁବନେଶ୍ୱର: ଅନେକ ଲୋକ ସବୁବେଳେ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ। ମଝିରେ ମଝିରେ ସେମାନଙ୍କ ନିଦ ଭାଙ୍ଗି ଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ସେମାନେ ନିଦ ବଟିକାର ସାହାଯ୍ୟ ନିଅନ୍ତି। ତେବେ ଆପଣମାନେ ଜାଣନ୍ତି କି ବିନା ଔଷଧରେ ବି ଏହି ସମସ୍ୟାକୁ ଦୂର କରାଯାଇପାରିବ। ଗାଈ କ୍ଷୀର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ଓ ଆପଣ ରାତିରେ ଭଲରେ ଶୋଇ ପାରିବେ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ କହିବା ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ଗାଈ କ୍ଷୀର ପିଇଲେ ଏହି ସମସ୍ୟା ସହଜରେ ଛୁ ମାରିବ। ନିଦ ହେବା ପାଇଁ ଆଉ କୌଣସି ଔଷଧ ଖାଇବାକୁ ପଡ଼ିବନି।

Advertisment

ଦକ୍ଷିଣ କୋରିଆ ୟୁମୟାଙ୍ଗ୍ ରିସର୍ଚ୍ଚ ଇନଷ୍ଟ୍ୟୁଟର ଗବେଷକମାନେ କରିଥିବା ଗବେଷଣାରୁ ଏହି ନିର୍ଷ୍କର୍ସରେ ପହଞ୍ଚିଛନ୍ତି। ସେମାନେ କହିଛନ୍ତି ଯେ ବିଶେଷ କରି ରାତିରେ ଗାଈ କ୍ଷୀରରେ ଟ୍ରିପ୍ଟୋଫେନ୍ ଓ ମେଲାଟୋନିନର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ। ମେଲାଟୋନିନ ଏକ ପ୍ରକାର ସ୍ୱାଭାବିକ ହର୍ମନ। ଏହା ଶୋଇବା ଓ ଉଠିବା ଚକ୍ରକୁ ନିୟନ୍ତ୍ରିତ କରିଥାଏ। ସେହିଭଳି ଟ୍ରିପ୍ଟୋଫେନ୍ ସେରୋଟୋନିନ୍ ଓ ମେଲାଟୋନିନରେ ପରିଣତ ହୋଇଯାଏ।