obesity
ଭୁବନେଶ୍ୱର: ଆଜିର ଜୀବନଶୈଳୀରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ସାଧାରଣ କଥାରେ ପରିଣତ ହୋଇଯାଇଛି। ବଡ଼ମାନଙ୍କ ପରି ପିଲାମାନେ ମଧ୍ୟ ଅନିଦ୍ରା ରହୁଛନ୍ତି। ଖାଲି ଅନିଦ୍ରା ରହୁ ନାହାନ୍ତି ବୈଦ୍ୟୁତିକ ସାମଗ୍ରୀ ସହ ସାରା ରାତି ବ୍ୟସ୍ତ ରହୁଛନ୍ତି। ଯଦି ଆପଣଙ୍କ ପିଲା ବିଳମ୍ୱିତ ରାତି ଯାଏଁ ଅନିଦ୍ରା ରହୁଛି ତେବେ ସେଥିରୁ ତାକୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କାରଣ ଏହାଦ୍ୱାରା ଆପଣଙ୍କ ପିଲା ମେଦ ବହୁଳତାର ଶିକାର ହୋଇପାରେ। ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଶୀଘ୍ର ଶୋଉଥିବା ପିଲାଙ୍କ ତୁଳନାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଥିବା ପିଲାଙ୍କ ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ।
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଶିଶୁ ବିଶେଷଜ୍ଞଙ୍କ ଅଧ୍ୟକ୍ଷତାରେ ଏହି ଗବେଷଣା କରାଯାଇଥିଲା। ପ୍ରାୟ ୫ ବର୍ଷ ଧରି କରାଯାଇଥିବା ଏହି ଗବେଷଣାରେ ୩,୩୦୦ରୁ ଅଧିକ ଟିନ୍ ଏଜ୍ ଓ ବଡ଼ ଲୋକଙ୍କୁ ସାମିଲ କରାଯାଇଥିଲା। ଏହି ସମୟରେ ପିଲାଙ୍କ ଛୋଟବେଳରୁ ବଡ଼ ହେଲା ପର୍ଯ୍ୟନ୍ତ ହେଉଥିବା ଶାରୀରିକ ପରିବର୍ତ୍ତନ ଉପରେ ଗବେଷଣା କରାଯାଇଥିଲା। ଏହି ସମୟରେ ପିଲାମାନେ କେତେ ଘଣ୍ଟା ଶୋଉଛନ୍ତି ତା’ର ହିସାବ ମଧ୍ୟ ରଖାଯାଇଥିଲା।
ଗବେଷଣାରୁ ଜଣାପଡ଼ିଛି ରାତିରେ ନିଦ୍ରା ନ ଯିବା ଫଳରେ ବଡି ମାସ ଇ-ଡିକେସ୍ (ବିଏମ୍ଆଇ) ୨.୧ ପଏଣ୍ଡ ବୃଦ୍ଧି ହୋଇଥିଲା। ଏପରି ଭାବେ ୫ ବର୍ଷ ମଧ୍ୟରେ ମୋଟାପଣ ବଢ଼ିଥିଲା। ରାତିରେ ୯ ଘଣ୍ଟା ଶୋଇବା ଟିନ୍ ଏଜ୍ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ହିତକର। ମାତ୍ର ଅଧିକାଂଶ ଟିନ୍ ଏଜ୍ ପିଲା ଏତେ ସମୟ ଶୋଇ ନ ଥାନ୍ତି। ଫଳରେ ସେମାନେ ସ୍କୁଲ୍ରେ ସମସ୍ୟା ସମ୍ମୁଖୀନ ହୋଇ ଥାଆନ୍ତି। ଠିକ୍ ସମୟରେ ଶୋଉଥିବା ଟିନ୍ ଏଜ୍ ପିଲାମାନେ ଯେତେବେଳେ ବଡ଼ ହୋଇଥାଆନ୍ତି ସେମାନଙ୍କ ଶରୀରରେ ମୋଟାପା ଦେଖା ଯାଇ ନ ଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/08/childhood.jpg)