ସ୍ତନ ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜ ଜୀବନରେ ମହିଳାମାନେ ଏଭଳି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ହେଲେ ଲଜ୍ଜାବୋଧ କରି ଖୋଲାଖୋଲି ଭାବେ ଆଲୋଚନା କରିବାକୁ କୁଣ୍ଠାବୋଧ କରିଥାନ୍ତି । ଏଭଳି ସମସ୍ୟା ଭିତରୁ ସ୍ତନ ଯନ୍ତ୍ରଣା ବା ସ୍ତନ ପୀଡ଼ା ଅନ୍ୟତମ । ସାଧାରଣରେ କୌଣସି ମହିଳା ଏ ବାବଦରେ ଆଲୋଚନା କରି ନ ଥାନ୍ତି । ହେଲେ ନିଜ ଟିନ୍-ଏଜ ସମୟରୁ ହିଁ ଏହି ସମସ୍ୟାର ପ୍ରାୟ ସମସ୍ତେ ସମ୍ମୁଖୀନ ହୋଇଥାନ୍ତି । ଟିନ୍-ଏଜ୍ ବେଳେ […]

breast pain

Pragnya Choudhury
  • Published: Thursday, 10 September 2020
  • , Updated: 23 September 2020, 07:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜ ଜୀବନରେ ମହିଳାମାନେ ଏଭଳି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ହେଲେ ଲଜ୍ଜାବୋଧ କରି ଖୋଲାଖୋଲି ଭାବେ ଆଲୋଚନା କରିବାକୁ କୁଣ୍ଠାବୋଧ କରିଥାନ୍ତି । ଏଭଳି ସମସ୍ୟା ଭିତରୁ ସ୍ତନ ଯନ୍ତ୍ରଣା ବା ସ୍ତନ ପୀଡ଼ା ଅନ୍ୟତମ । ସାଧାରଣରେ କୌଣସି ମହିଳା ଏ ବାବଦରେ ଆଲୋଚନା କରି ନ ଥାନ୍ତି । ହେଲେ ନିଜ ଟିନ୍-ଏଜ ସମୟରୁ ହିଁ ଏହି ସମସ୍ୟାର ପ୍ରାୟ ସମସ୍ତେ ସମ୍ମୁଖୀନ ହୋଇଥାନ୍ତି ।

ଟିନ୍-ଏଜ୍ ବେଳେ ନାରୀ ଶରୀରରେ ହର୍ମୋନାଲ୍ ପରିବର୍ତ୍ତନ ଦ୍ରୁତ ଗତିରେ ହୋଇଥାଏ । ଏହି ସମୟରେ ଶରୀରରେ ବିକାଶ ହେଉଥାଏ । ଏହି ସମୟରେ ଭିନ୍ନ ଭିନ୍ନ କାରଣରୁ ନାରୀକୁ ସ୍ତନ ଯନ୍ତ୍ରଣା ସହିବାକୁ ପଡ଼ିଥାଏ । ଅଧିକାଂଶ କ୍ଷେତ୍ରରେ ଏହି ପୀଡ଼ା ସାମାନ୍ୟ ହୋଇଥାଏ ଏବଂ ଟିକେ ଯତ୍ନ ନେଲେ ଉପଶମ ମିଳିଥାଏ । ହେଲେ କେତେକ କ୍ଷେତ୍ରରେ ବ୍ରେଷ୍ଟ ପେନ୍ ବା ସ୍ତନ ପୀଡ଼ା ଅସହ୍ୟ ହୋଇପଡ଼େ, ଯାହାକୁ ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ …

ଜୀବନର ଭିନ୍ନ ଭିନ୍ନ ସ୍ତରରେ ସ୍ତନ ଯନ୍ତ୍ରଣାର କାରଣ ଭିନ୍ନ ଭିନ୍ନ ହୋଇପାରେ । ଯେପରି ଟିନ୍-ଏଜ୍ ବେଳେ ଶାରୀରିକ ଅଭିବୃଦ୍ଧି କାରଣରୁ ସ୍ତନରେ ଯନ୍ତ୍ରଣା ହୋଇଥାଏ । ହେଲେ ଋତୁସ୍ରାବ ଆରମ୍ଭ ହେବା ପରେ ପ୍ରତି ମାସ ଶରୀରରେ ହର୍ମୋନାଲ ପରିବର୍ତ୍ତନ ଯୋଗୁ ମଧ୍ୟ ସ୍ତନରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ ଋତୁସ୍ରାବ ସମୟରେ ସବୁ ମହିଳା କିନ୍ତୁ ଏହି ସମସ୍ୟାର ସମ୍ମୁଖୀନ ହୋଇ ନ ଥାନ୍ତି । ଯେଉଁ ମହିଳାମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ରହିଥାଏ, ଠିକ୍ ସମୟରେ ଋତୁସ୍ରାବ ନ ହେବା, ଅଧିକ ସ୍ରାବ ହେବା ବା କମ୍ ହେବା ଭଳି ସମସ୍ୟା ଥିଲେ ସ୍ତନରେ ଭୀଷଣ ପୀଡ଼ା ଅନୁଭବ ହୋଇଥାଏ ।

  • ଟିନ୍-ଏଜ୍ ଝିଅମାନଙ୍କ ଋତୁସ୍ରାବ ସମୟରେ ମଧ୍ୟ ବ୍ରେଷ୍ଟ ପେନ୍ ହୋଇଥାଏ । ଏହି ସମୟରେ ଆପଣମାନେ ଏହି ଯନ୍ତ୍ରଣାର ଉପଶମ ପାଇଁ ପ୍ରାକୃତିକ ଉପାୟ ବା ଘରୋଇ ଉପଚାର ଆପଣାଇ ପାରିବେ ।
  • ଯଦି ଆପଣ ମଧ୍ୟ ଅସହ୍ୟ ସ୍ତନ ପୀଡ଼ା ହେଉଛି, ତେବେ କୁଣ୍ଠାବୋଧ ନ କରି କୌଣସି ମହିଳା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ କିଛି ଘରୋଇ ଉପଚାର ପ୍ରଣାଳୀ ରହିଛି, ଆପଣ ଚାହିଁଲେ ଏଗୁଡ଼ିକୁ ଆପଣାଇ ମଧ୍ୟ ଉପଶମ ପାଇପାରିବେ ।
  • 1 ଚାମଚ୍ ସୋରିଷ ତେଲରେ 3 ପାଖୁଡ଼ା ରସୁଣ, ଦୁଇ ଚିମୁଟା ଜୁଆଣି ଏବଂ ସାମାନ୍ୟ ମେଥି ପକାଇ ତେଲକୁ ଗରମ କରନ୍ତୁ । ଯେତେବେଳେ ତେଲ ଭଲ ଭାବରେ ଗରମ ହୋଇ ସବୁ ଏକାକାର ହୋଇଯିବ । ଏହାପରେ ତେଲକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଧୀରେ ଧୀରେ ନେଇ ସ୍ତନରେ ମାଲିସ କରନ୍ତୁ ।
  • ଏହି ଘରୋଇ ଉପଚାର ଆପଣାଇଲେ ସ୍ତନ ଯନ୍ତ୍ରଣାରୁ ଉପଶମ ମିଳିପାରିବ । ତଥାପି ଯଦି ଆପଣଙ୍କୁ କୌଣସି ଲାଭ ନ ମିଳେ ତେବେ ଆପଣଙ୍କୁ ଅଧିକ ସମୟ ନଷ୍ଟ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
  • ମହିଳାମାନେ ପ୍ରଥମ ସନ୍ତାନର ଜନନୀ ହେବାପରେ ସ୍ତନପାନ କରାଇଥାନ୍ତି । ସେହି ସମୟରେ ମଧ୍ୟ ବେଳେ ବେଳେ ଅସହ୍ୟ ସ୍ତନ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
  • ଏପରି କି ଠିକ୍ ସାଇଜ୍ ବ୍ରା ନ ପିନ୍ଧିଲେ ବି ସ୍ତନରେ ପୀଡ଼ା ହୋଇଥାଏ । କାରଣ ଅତି ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ତ୍ୱଚା ଏବଂ ମାଂସପେଶୀ ଲଗାତର ଚାପି ହୋଇ ରହିଥାଏ, ଯାହା ଫଳରେ କଷ୍ଟ ଅନୁଭବ ହୁଏ ।
  • ସେହିପରି ନିଜ ସାଇଜ୍ ତୁଳନାରେ ବଡ଼ ସାଇଜ୍ ବ୍ରା ପିନ୍ଧିଲେ ମଧ୍ୟ ସ୍ତନରେ ଯନ୍ତ୍ରଣା ହୋଇଥାଏ । ଏଣୁ ବ୍ରା କିଣିବା ସମୟରେ ଠିକ୍ ସାଇଜ୍ ବ୍ରା କିଣନ୍ତୁ ।
  • ମେନୋପୋଜ୍ ସମୟରେ ମଧ୍ୟ ମହିଳାମାନେ ବ୍ରେଷ୍ଟ ପେନ୍ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ସମୟରେ ନାରୀ ଜୀବନରେ ପୁଣି ଥରେ ଶରୀରରେ ହର୍ମୋନାଲ୍ ପରିବର୍ତ୍ତନ ହୋଇଥାଏ, ଯେଉଁ କାରଣରୁ ସ୍ତନ ଅଧିକ ସମ୍ବେଦନଶୀଳ ହୋଇଯାଏ ଏବଂ ସାମାନ୍ୟରୁ ଭୀଷଣ ଯନ୍ତ୍ରଣା ମଧ୍ୟ ହୋଇପାରେ ।
  • ସେହିପରି ଖାଦ୍ୟ-ପେୟ ଜନିତ ବଦଭ୍ୟାସରୁ ବା ଖରାପ ଜୀବନଶୈଳୀ ଯୋଗୁ ମଧ୍ୟ ସ୍ତନ ଯନ୍ତ୍ରଣା ହୋଇପାରେ । ଦୌଡ଼ିବା ସମୟରେ ବା ବ୍ୟାୟାମ କରିବା ବେଳେ ସଠିକ୍ ସାଇଜ୍ ବ୍ରା ନ ପିନ୍ଧିବା, ଶୋଇବା ସମୟରେ ଶରୀରର ସ୍ଥିତି ଠିକ୍ ନ ରହିବା ବା ଠିକ୍ ଢଙ୍ଗରେ ନ ଶୋଇବା, ଋତୁସ୍ରାବ ସମୟରେ ଖଟ୍ଟା କିମ୍ବା ଅଧିକ ଥଣ୍ଡା ଜିନିଷ ଖାଇବା ଦ୍ୱାରା ସ୍ତନରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
  • ଯେଉଁ ମହିଳାମାନେ ଚା’, କଫି, ସୋଡ଼ା ଏବଂ ମଦ୍ୟପାନ ଅଧିକ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ସାଧାରଣତଃ ସ୍ତନ ଯନ୍ତ୍ରଣା, ହେଭିନେସ୍, ଅଧିକ ସମ୍ବେଦନଶୀଳ ତଥା ଅସହଜ ଅନୁଭବ ହେବା ଭଳି ସମସ୍ୟା ଦେଖାଦେଇଥାଏ ।
  • ଯେଉଁ ମହିଳାମାନେ ଦୀର୍ଘ ସମୟ ଧରି ଆଣ୍ଟି-ଡିପ୍ରେଶନ ଔଷଧ ସେବନ କରୁଛନ୍ତି, ସେମାନଙ୍କୁ ମଧ୍ୟ ଅନେକ ସମୟରେ ସ୍ତନ ପୀଡ଼ା ହୋଇଥାଏ । ତେବେ ଏଭଳି କେସ୍ ବହୁତ କମ୍ ଦେଖିବାକୁ ମିଳିଛି । ଯେଉଁ ମହିଳାମାନେ ଏହି ଔଷଧ ସେବନରେ ଅବହେଳା କରିଥାନ୍ତି, ସେମାନଙ୍କ କ୍ଷେତ୍ରରେ ସ୍ତନ ପୀଡ଼ା ସମସ୍ୟା ଦେଖାଦେଇଥାଏ । ଏପରି ହେବା ପଛରେ କାରଣ ହେଲା, ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ଔଷଧଗୁଡ଼ିକ ଶରୀରରେ ହର୍ମୋନାଲ ସନ୍ତୁଳନ ରକ୍ଷା କରିବା ଦିଗରେ କାମ କରିଥାଏ । ଯଦି ଏହି ଔଷଧଗୁଡ଼ିକୁ ଅନିୟମିତ ସେବନ କରାଯାଏ, ତେବେ ଏହା ଆମ ଶରୀରର ହର୍ମୋନଗୁଡ଼ିକୁ ଅସନ୍ତୁଳନ କରିଥାଏ । ଫଳରେ ମହିଳାମାନେ ବ୍ରେଷ୍ଟ ପେନ୍ ବା ସ୍ତନ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

Related story