Advertisment

ଜାଣିଛନ୍ତି କି, ଭାତ ସହ ରୁଟି ଖାଇବା ଭଲ ନା ଖରାପ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ […]

ଅଦ୍ୟତନ ହୋଇଛି
ଜାଣିଛନ୍ତି କି, ଭାତ ସହ ରୁଟି ଖାଇବା ଭଲ ନା ଖରାପ?

33

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି।

Advertisment

କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ। ଆଜି ଆପଣଙ୍କୁ ଏହି ବିଷୟରେ କିଛି ସୂଚନା ଦେବୁ। ତାହାଲେ ଜାଣନ୍ତୁ ଭାତ ଏବଂ ରୁଟି ମିଶାଇ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ।

publive-image

ଉଭୟ ଭାତ ଏବଂ ରୁଟିରେ କ୍ୟାଲୋରି ରହିଥାଏ। ରୁଟିରେ ୭୦ରୁ ୮୦ ଭାଗ କ୍ୟାଲୋରି ଥାଏ। ସେହିପରି ଭାତ ଖାଇଲେ ୧୩୬ କ୍ୟାଲୋରି ଆମ ଶରୀରକୁ ମିଳିଥାଏ। ଆମେ ଯେତେବେଳେ ଏହାକୁ ଏକା ସହ ଖାଇଥାଉ ଶରୀରକୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରି ମିଳିଥାଏ।

Advertisment

ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହଜମ ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ଆମ ପାଚନତନ୍ତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ପାଚନତନ୍ତ୍ର ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥାଏ।

publive-image

ଆମେ ବାହାର ଖାଦ୍ୟ ଖାଇବା ଦ୍ୱାରା ମୋଟା ହେଇଥାଉ ବୋଲି ବିଶ୍ୱାସ କରୁ। କିନ୍ତୁ ଆମେ ଘରେ ମଧ୍ୟ ଭାତ ସହ ରୁଟି ଖାଇଲେ ମୋଟା ହେବାର ଆଶଙ୍କା ରହିଥାଏ। ଶରୀରରେ ଅଧିକ କ୍ୟାଲୋରି ଏକାଠି ହୋଇ ଫ୍ୟାଟ୍‌ ବଢ଼ାଇଥାଏ। ଆପଣ ଯଦି ଭାତ ସହ ରୁଟି ଖାଉଛନ୍ତି ତାହାଲେ ଏହାକୁ ଖାଇବା ବନ୍ଦ କରନ୍ତୁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ରାତିରେ ଏଭଳି ଖାଦ୍ୟ ଖାଇବା ଆବଶ୍ୟକ ଯାହା ସହଜରେ ହଜମ ହେଉଥିବ। ରାତିରେ ଭାତ ଖାଇବା ଦ୍ୱାରା ଆମକୁ ନିଦ କମ୍‌ ଆସେ। ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏହି ଅଭ୍ୟାସ ଯଦି ଲାଗି ରହେ ତାହାଲେ ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ।

publive-image

ଡାଇବେଟିସ୍‌ ଏବଂ  ଶ୍ୱାସ ରୋଗୀ ଭାତ ଖାଇବା ଉଚିତ ନୁହେଁ। ଭାତ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ପେଟ ଫୁଲିବା ସମସ୍ୟା ମଧ୍ୟ ଉପୁଜିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe