Advertisment

ବସା ଦହି ମଟନ୍‌

ଆବଶ୍ୟକ ସାମଗ୍ରୀ : ମାଂସ, ହଳଦୀ ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ବଟା, ଲବଙ୍ଗ, ଗୁଜୁରାତି ଗୁଣ୍ଡ, ହେଙ୍ଗୁ, ଧନିଆ ଗୁଣ୍ଡ, ଲୁଣ, ଜିରା ପାଉଡର୍‌, ତେଲ ଓ ବସା ଦହି। ପ୍ରସ୍ତୁତି ପ୍ରଣାଳୀ : ୧ କିଲୋଗ୍ରାମ୍‌ ମଟନ୍‌ ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍‌ ଲଗାଇ ଗୋଟିଏ ପାତ୍ରରେ ତେଲ ଗରମ କରନ୍ତୁ। ସେଥିରେ ୧୦୦ ଗ୍ରାମ୍‌ ଅଦା ବଟା, ଦେଢ଼ ଚାମଚ ହଳଦୀ ଗୁଣ୍ଡ, ୨ ଚାମଚ ଲଙ୍କା […]

ବସା ଦହି ମଟନ୍‌

dahi

Advertisment

ଆବଶ୍ୟକ ସାମଗ୍ରୀ : ମାଂସ, ହଳଦୀ ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ବଟା, ଲବଙ୍ଗ, ଗୁଜୁରାତି ଗୁଣ୍ଡ, ହେଙ୍ଗୁ, ଧନିଆ ଗୁଣ୍ଡ, ଲୁଣ, ଜିରା ପାଉଡର୍‌, ତେଲ ଓ ବସା ଦହି।

Advertisment

ପ୍ରସ୍ତୁତି ପ୍ରଣାଳୀ : ୧ କିଲୋଗ୍ରାମ୍‌ ମଟନ୍‌ ପ୍ରସ୍ତୁତ କରିବା ପାଇଁ ଗ୍ୟାସ୍‌ ଲଗାଇ ଗୋଟିଏ ପାତ୍ରରେ ତେଲ ଗରମ କରନ୍ତୁ। ସେଥିରେ ୧୦୦ ଗ୍ରାମ୍‌ ଅଦା ବଟା, ଦେଢ଼ ଚାମଚ ହଳଦୀ ଗୁଣ୍ଡ, ୨ ଚାମଚ ଲଙ୍କା ଗୁଣ୍ଡ ଓ ଗୋଟିଏ ଚାମଚ ହେଙ୍ଗୁ ପକାଇ ଫ୍ରାଏ କରନ୍ତୁ। ମସଲା ଫ୍ରାଏ ହେବା ପରେ ସେଥିରେ ମଟନ୍ ପକାଇ କଷନ୍ତୁ। ମଟନ୍‌ ଅଳ୍ପ କଷି ହେବା ପରେ ସେଥିରେ ୧ ଚାମଚ ପାନମହୁରୀ ଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ, ଅଧା ଚାମଚ ଡାଲଚିନି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ଏହା ପରେ ସେଥିରେ ୫୦୦ ଗ୍ରାମ୍ ବସାଦହି ମିଶାନ୍ତୁ। ଦହି ସହ ଭଲ ଭାବରେ ମଟନ୍ କଷି ହୋଇଯିବା ପରେ ଆବଶ୍ୟକ ଅନୁସାରେ ପାଣି ଦେଇ ୨୦ ମିନିଟ୍ ଚୁଲିରେ ବସାଇ ଢାଙ୍କୁଣୀ ଘୋଢ଼ାଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ଡାଲଚିନି ଗୁଣ୍ଡ ଓ ଲବଙ୍ଗ ପକାଇ ଚୁଲିରୁ କଡ଼େଇକୁ ବାହାର କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବସା ଦହି ମଟନ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe