Advertisment

ସିଝା ମାଛ ମସଲା- Recipe of Boiled Fish Masaala

ଆବଶ୍ୟକୀୟ ସାମଗ୍ରୀ : ମାଛ ଲୁଣ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ କଞ୍ଚାଲଙ୍କା ଦହି ପିଆଜ ଗରମ ମସଲା ଗୁଣ୍ଡ ପିଆଜ ସୋରିଷ ବଟା ଅଦା-ରସୁଣ ବଟା ତେଲ ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ […]

ଅଦ୍ୟତନ ହୋଇଛି
ସିଝା ମାଛ ମସଲା- Recipe of Boiled Fish Masaala

fish22

Advertisment

ଆବଶ୍ୟକୀୟ ସାମଗ୍ରୀ :

  • ମାଛ
  • ଲୁଣ
  • ହଳଦୀ ଗୁଣ୍ଡ
  • ଲଙ୍କା ଗୁଣ୍ଡ
  • କଞ୍ଚାଲଙ୍କା
  • ଦହି
  • ପିଆଜ
  • ଗରମ ମସଲା ଗୁଣ୍ଡ
  • ପିଆଜ
  • ସୋରିଷ ବଟା
  • ଅଦା-ରସୁଣ ବଟା
  • ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଅଧାଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ।

ପ୍ରାୟ ଅଧାଘଣ୍ଟା ପରେ ଗ୍ୟାସ୍‌ ଲଗାଇ କଡ଼େଇରେ ପାଣି ଫୁଟାନ୍ତୁ ଏବଂ ସେଥିରେ କିଛି ତେଲ ପକାନ୍ତୁ। ଏହାପରେ ସେଥିରେ ମ୍ୟାରିନେଟ୍‌ ହୋଇ ରହିଥିବା ମାଛକୁ ପକାଇ ଦିଅନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚାଲଙ୍କା ଓ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ।

Advertisment

୫ରୁ ୭ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛ ପିସ୍‌ ଗୁଡ଼ିକୁ ଲେଉଟାଇ ଦିଅନ୍ତୁ। ପୁଣି ୫ରୁ ୭ ମିନିଟ୍ ପରେ ଘୋଡ଼ଣୀ କାଢ଼ି ମାଛ ସିଝିକି ନାହିଁ ଦେଖି ନିଅନ୍ତୁ। ଏହା ପରେ କଡ଼େଇକୁ ଚୁଲିରୁ କାଢ଼ି ଆଣନ୍ତୁ ଓ ମାଛକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ଏହାକୁ ଗାର୍ନିସ୍‌ କରିବା ପାଇଁ ଏହା ଉପରେ ଧନିଆ ପତ୍ର ମଧ୍ୟ ପକାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସିଝା ମାଛ ମସଲା। ଏହାକୁ ଗରମ ଗରମ ଖା’ନ୍ତୁ ଓ ଖୁଆନ୍ତୁ।

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe