egg
ସାମଗ୍ରୀ-ଅଣ୍ଡା ସିଝା, ଲୁଣ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ , କଞ୍ଚାଲଙ୍କା, ଅଦା, ରସୁଣ ଓ ପିଆଜ ଚପ, ସୋରିଷ ତେଲ, ଜିରା ପାଉଡ଼ର, କଟା ଟମାଟୋ, ସୋରିଷ, ଅଦା ଓ ରସୁଣ ପେଷ୍ଟ।
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ସିଝା ଅଣ୍ଟାକୁ ଅଧା କାଟି ଦେବେ। ଏହାପରେ ସେଥିରେ ସୋରିଷ, ଅଦା, ରସୁଣ ପେଷ୍ଟ , ହଳଦି ପାଉଡର, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା, ରସୁଣ, ପିଆଜ ଚପ୍, ଜିରା ପାଉଡର, ଲୁଣ , କଟା ଟମାଟୋ ପକାଇ ଗୋଳାଇ ଦେବେ। ଏହାପରେ ପ୍ୟାନ୍ ଗରମ କରି ତେଲ ପକାଇବେ। ତେଲ ଗରମ ହେବା ପରେ ଅଣ୍ଟାକୁ ପକାଇବେ। ହାଲକା ଫ୍ରାଏ ହେବା ପରେ ଅଳ୍ପ ପାଣି ଦେଇ ୩,୪ ମିନିଟ ପର୍ଯ୍ୟନ୍ତ ଘୋଡ଼ଣୀ ଘୋଡ଼ାଇ ଦେବେ।
କିଛି ସମୟ ଫୁଟିବା ପରେ ପ୍ରସ୍ତୁତ ହୋଇଯିବ ଅଣ୍ଡା ବେସର ଚମଚମ। ଏବେ ଏହାକୁ ଗରମାଗରମ ପ୍ଲେଟରେ ସର୍ଭ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/egg.jpg)