Advertisment

ଚୁଡ଼ା ଚିତଉ

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ଚୁଡ଼ା, ନଡ଼ିଆ, ଲୁଣ, ଛେନା, ଗୁଡ଼, ଗୁଜରାତି ଗୁଣ୍ଡ, ତେଲ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଚୁଡ଼ାକୁ ଧୋଇ ସେଥିରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ଚାଉଳକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହି ଦୁଇଟି ଆଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପୁର ତିଆରି ପାଇଁ ପ୍ରଥମ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚୁଡ଼ା ଚିତଉ

chuda-chitau

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, ଚୁଡ଼ା, ନଡ଼ିଆ, ଲୁଣ, ଛେନା, ଗୁଡ଼, ଗୁଜରାତି ଗୁଣ୍ଡ, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଚୁଡ଼ାକୁ ଧୋଇ ସେଥିରେ ନଡ଼ିଆ କୋରା ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ଚାଉଳକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହି ଦୁଇଟି ଆଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ପୁର ତିଆରି ପାଇଁ ପ୍ରଥମ କରେଇକୁ ଗରମ କରନ୍ତୁ। ପରେ ସେଥିରେ ନଡ଼ିଆ କୋରା ପକାଇ ଭାଜନ୍ତୁ। ସେଥିରେ ଛେନା, ଗୁଡ଼ ଓ ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଗୁଡ଼ଟି ଛେନା ଓ ନଡ଼ିଆ କୋରା ସହ ମିଶିଗଲେ ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ।

Advertisment

ଏହାପରେ ତାୱାରେ ତେଲ ପକାଇ ଗରମ କରନ୍ତୁ। ପରେ ଚୁଡ଼ା ଆଣକୁ ପକାଇ ଚିତଉ ପରି ଗଢ଼ନ୍ତୁ। ପୂର୍ବରୁ ପ୍ରସ୍ତୁତ କରିଥିବା ପୁରକୁ ତା ’ ଉପରେ ପକାଇ ଢ଼ାଙ୍କି ଦିଅନ୍ତୁ। କିଛି ସମୟ ପରେ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚୁଡ଼ା ଚିତଉ।