Advertisment

ସନ୍ଧ୍ୟାବେଳେ ଚା’ ସହ ପରଷନ୍ତୁ ‘ଆଳୁ ମୁଖରୁଚି’

ଆବଶ୍ୟକ ସାମଗ୍ରୀ: ଆଳୁ, ଗ୍ରୀନ୍‌ ମଟର୍‌, କର୍ଣ୍ଣଫ୍ଲୋର୍‌, ମଇଦା, ବିଟ୍‌ ଲୁଣ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା ଗୁଣ୍ଡ, ଚାଟ୍‌ ମସଲା କଟା ପିଆଜ, ସିମେଇଁ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଗ୍ରୀନ୍‌ ମଟର୍‌ରେ ଲୁଣ ମିଶାଇ ସିଝାଇ ଦିଅନ୍ତୁ। ତା’ପରେ କର୍ଣ୍ଣଫ୍ଲୋର୍‌ ଓ ମଇଦାରେ ଲୁଣ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ। ସିଝା ଆଳୁରେ ଲୁଣ, ବିଟ୍‌ ଲୁଣ, ଜୀରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ […]

ଅଦ୍ୟତନ ହୋଇଛି
ସନ୍ଧ୍ୟାବେଳେ ଚା’ ସହ ପରଷନ୍ତୁ ‘ଆଳୁ ମୁଖରୁଚି’

patato

Advertisment

ଆବଶ୍ୟକ ସାମଗ୍ରୀ: ଆଳୁ, ଗ୍ରୀନ୍‌ ମଟର୍‌, କର୍ଣ୍ଣଫ୍ଲୋର୍‌, ମଇଦା, ବିଟ୍‌ ଲୁଣ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା ଗୁଣ୍ଡ, ଚାଟ୍‌ ମସଲା କଟା ପିଆଜ, ସିମେଇଁ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁ ଓ ଗ୍ରୀନ୍‌ ମଟର୍‌ରେ ଲୁଣ ମିଶାଇ ସିଝାଇ ଦିଅନ୍ତୁ। ତା’ପରେ କର୍ଣ୍ଣଫ୍ଲୋର୍‌ ଓ ମଇଦାରେ ଲୁଣ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ।

ସିଝା ଆଳୁରେ ଲୁଣ, ବିଟ୍‌ ଲୁଣ, ଜୀରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ତା’ସହିତ ସିଝା ମଟରରେ କଟା ପିଆଜ, ଶୁଖିଲା ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍‌ ମସଲା, ବିଟ୍‌ ଲୁଣ ଓ ଲୁଣ ପକାଇ ଭାଲ ଭାବେ ଗୋଳାନ୍ତୁ।

Advertisment

ଏହାପରେ ଆଳୁ ଚକଟାକୁ ଗୋଲ୍‌ ଗୋଲ୍‌ କରି ସେଥିରେ ମସଲା ଗୋଳା ମଟରର ପୁର ଦେଇ ପିଠା ଆକାର କରି ଗଢ଼ି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଗଢ଼ା ପିଠାକୁ ପ୍ରସ୍ତୁତ ଆଣରେ ବୁଡ଼ାଇ ଓ ସିମେଇଁର କୋଟିଂ ଦେଇ ଛାଣି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଆଳୁ ମୁଖରୁଚି’। ଏହାକୁ ଟମାଟୋ ଓ ଚିଲି ସସ୍‌ ସହ ଗରମ ଗରମ ପରଷନ୍ତୁ।                                                                                                                                                                                                               

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe