/odisha-reporter/media/post_attachments/uploads/2019/11/amaloo.jpg)
amaloo
ଆବଶ୍ୟକ ସାମଗ୍ରୀ: ଦହି, ମଇଦା, ଘିଅ, ପାନ ମହୁରି, ଲୁଣ, ଚିନି ଓ ଲେମ୍ବୁ ରସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦହି, ମଇଦା, ଅଳ୍ପ ଲୁଣ ଓ ପାନ ମହୁରିକୁ ଗୋଳାଇ ଏକ ମିଶ୍ରଣ ତିଆରି କରନ୍ତୁ। ଏବେ ଏହି ମିଶ୍ରଣରୁ ଛୋଟଛୋଟ ଚେପଟା ଚେପଟା ଗୁଳା ତିଆରି କରି ରଖନ୍ତୁ। ବର୍ତ୍ତମାନ ଏକ କରେଇରେ ଘିଅ ଗରମ କରି ଗୁଳାଗୁଡ଼ିକୁ ପକାଇ ଛାଣନ୍ତୁ। ମନେରଖନ୍ତୁ ଏହାକୁ କମ୍ ଆଞ୍ଚରେ ଛାଣିବେ। ଏଗୁଡ଼ିକ ଲାଲ୍ ହୋଇ ଆସିଲେ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏବେ ଏକ ପାତ୍ରରେ ଚିନି ଓ ପାଣି ଫୁଟାଇ ସିରା ପ୍ରସ୍ତୁତ କରି ଏଗୁଡ଼ିକୁ ପକାଇଦିଅନ୍ତୁ। ଏଗୁଡ଼ିକୁ ସିରାରେ ବୁଡ଼ାଇ କିଛି ସମୟ ରଖିଦିଅନ୍ତୁ। ବର୍ତ୍ତମାନ ତିଆରି ହୋଇଗଲା ସ୍ୱାଦିଷ୍ଟ ‘ଅମାଲୁ’। ଏହା ଉପରେ ହାଲ୍କା ଲେମ୍ବୁ ରସ ଚିପୁଡ଼ି ପରଷନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
