coconut-ladoo
ଆବଶ୍ୟକ ସାମଗ୍ରୀ: ନଡ଼ିଆ, ଅଁଳା, ଗୁଡ଼, କାଜୁ, ଅଖ୍ରୋଟ, ପିସ୍ତାବାଦାମ୍, କିସ୍ମିସ୍ ଓ ଗୁଜୁରାତି ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ରଖନ୍ତୁ ଓ ଅଁଳାକୁ ଛୋଟ ଛୋଟ କରି କାଟି ଗରମ ପାଣିରେ ସିଝାଇ ଦିଅନ୍ତୁ। ଏବେ କରେଇରେ ତେଲ ଗରମ କରି କାଜୁ, ଅଖ୍ରୋଟ, ଓ ପିସ୍ତାବାଦାମକୁ ଅଳ୍ପ ଭାଜି ରଖନ୍ତୁ। ବର୍ତ୍ତମାନ ଏକ ମାଟିହାଣ୍ଡିକୁ ଚୁଲିରେ ଗରମ କରି ସେଥିରେ ଗୁଡ଼ ପକାନ୍ତୁ। ଗୁଡ଼ ପାଗ ହୋଇଆସିବାପରେ ସେଥିରେ ନଡ଼ିଆ କୋରା ପକାଇ ଗୋଳାନ୍ତୁ। ଏବେ ସେଥିରେ ଭଜାଯାଇଥିବା କାଜୁ, ଅଖ୍ରୋଟ, ପିସ୍ତାବାଦାମ୍, ସିଝା ଅଁଳା, କିସ୍ମିସ୍ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ। ଏସବୁ ଭଲକରି ପାଗ ହୋଇଯିବା ପରେ ତାକୁ ଗୋଲ୍ ଗୋଲ୍ ବଲ୍ ଆକାର କରି ଗଢ଼ନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଅଁଳା ନଡ଼ିଆ ଲଡ଼ୁ’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/coconut-ladoo.jpg)