Advertisment

ନୂଆ ବର୍ଷରେ ତିଆରି କରନ୍ତୁ 'ଆପଲ୍‌ ମଫିନ୍'

ଆବଶ୍ୟକୀୟ ସାମଗ୍ରୀ: ସେଓ, ମଇଦା, କଣ୍ଡେନ୍ସଡ଼ ମିଲ୍କ, ଚିନି ପାଉଡର, ଗୁଜୁରାତି ଗୁଣ୍ଡ, କ୍ଷୀର, ଘିଅ, ବେକିଂ ପାଉଡର, ବେକିଂ ସୋଢ଼ା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସେଓକୁ ଭଲଭାବେ ଧୋଇ ସିଝାଇ ଦିଅନ୍ତୁ। ସେଓ ସିଝିଗଲା ପରେ ତାକୁ କାଢ଼ି ଚକଟି ଦିଅନ୍ତୁ। ତା’ପରେ ସେଥିରେ ମଇଦା ପକାନ୍ତୁ। ମଇଦା ପକାଇବା ପରେ ବେକିଂ ସୋଢ଼ା ଓ ପାଉଡର ପକାନ୍ତୁ ଏବଂ କ୍ଷୀର ପକାଇ ଗୋଳାଇ ଦିଅନ୍ତୁ। ତା’ପରେ କଣ୍ଡେନ୍ସଡ଼ ମିଲ୍କ, ଘିଅ, ଲୁଣ, […]

ନୂଆ ବର୍ଷରେ ତିଆରି କରନ୍ତୁ 'ଆପଲ୍‌ ମଫିନ୍'

apple-muffine

Advertisment

ଆବଶ୍ୟକୀୟ ସାମଗ୍ରୀ: ସେଓ, ମଇଦା, କଣ୍ଡେନ୍ସଡ଼ ମିଲ୍କ, ଚିନି ପାଉଡର, ଗୁଜୁରାତି ଗୁଣ୍ଡ, କ୍ଷୀର, ଘିଅ, ବେକିଂ ପାଉଡର, ବେକିଂ ସୋଢ଼ା ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସେଓକୁ ଭଲଭାବେ ଧୋଇ ସିଝାଇ ଦିଅନ୍ତୁ। ସେଓ ସିଝିଗଲା ପରେ ତାକୁ କାଢ଼ି ଚକଟି ଦିଅନ୍ତୁ। ତା’ପରେ ସେଥିରେ ମଇଦା ପକାନ୍ତୁ। ମଇଦା ପକାଇବା ପରେ ବେକିଂ ସୋଢ଼ା ଓ ପାଉଡର ପକାନ୍ତୁ ଏବଂ କ୍ଷୀର ପକାଇ ଗୋଳାଇ ଦିଅନ୍ତୁ। ତା’ପରେ କଣ୍ଡେନ୍ସଡ଼ ମିଲ୍କ, ଘିଅ, ଲୁଣ, ଚିନି ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାନ୍ତୁ। ଯଦି ମିଶ୍ରଣ ବହଳିଆ ଲାଗିବ, ତା’ହେଲେ ସେଥିରେ କିଛି କ୍ଷୀର ମିଶାଇ ପାରିବେ। ଏବେ ଓଭେନ୍‌କୁ ୧୮୦ ଡିଗ୍ରୀରେ ଗରମ କରନ୍ତୁ। ଏହାପରେ ମଫିନ୍‌ ଟ୍ରେ’ରେ ତେଲ କିମ୍ବା ବଟର୍‌ ଲଗାଇ କେକ୍‌ ମିଶ୍ରଣକୁ ପକାଇ ଓଭେନ୍‌ରେ ରଖନ୍ତୁ। ଏହା ବ୍ୟତୀତ ଆପଣ ପେପର କପ୍‌ ମଧ୍ୟ ବ୍ୟବହାର କରିପାରିବେ। ୨୦ ମିନିଟ୍‌ ପରେ ମଫିନ୍‌ ଟ୍ରେ’କୁ ଓଭେନ୍ ଭିତରୁ ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଆପଲ୍‌ ମଫିନ୍’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe