Advertisment

ବାଉଁଶ ମାଛ

ଆବଶ୍ୟକ ସାମଗ୍ରୀ: ଚୁନା ମାଛ, ବାଉଁଶ ନଳୀ, ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦାରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁନା ମାଛରେ ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦାରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ବାଉଁଶ ନଳୀକୁ ସଫାକରି ଏଥିରେ ତେଲ ଲଗାଇ ରଖନ୍ତୁ। ଏହାପରେ ଏହି ବାଉଁଶ ନଳୀରେ ମସଲା ଗୋଳା […]

author-image
Chinmayee Roy
ବାଉଁଶ ମାଛ

fish

ଆବଶ୍ୟକ ସାମଗ୍ରୀ: ଚୁନା ମାଛ, ବାଉଁଶ ନଳୀ, ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦାରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁନା ମାଛରେ ହଳଦୀ ଗୁଣ୍ଡ, ବାଉଁଶ କରଡ଼ି, ଅଦାରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ବାଉଁଶ ନଳୀକୁ ସଫାକରି ଏଥିରେ ତେଲ ଲଗାଇ ରଖନ୍ତୁ। ଏହାପରେ ଏହି ବାଉଁଶ ନଳୀରେ ମସଲା ଗୋଳା ମାଛ ଭର୍ତ୍ତି କରି ଚକଟା ଅଟା ଦ୍ୱାରା ତା’ର ମୁହଁକୁ ବନ୍ଦ କରିଦିଅନ୍ତୁ। ଏହାପରେ ନିଆଁ ଅଙ୍ଗାରରେ ମାଛ ଭର୍ତ୍ତି ବାଉଁଶକୁ ୧୫ ମିନିଟ ଯାଏ ପୋଡ଼ନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ପ୍ଲେଟ୍‌କୁ କାଢ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବାଉଁଶ ମାଛ’।