pudding
ପ୍ରସ୍ତୁତି ସାମଗ୍ରୀ: ପାଚିଲା କଦଳୀ, କ୍ଷୀର, ଫ୍ରେସ୍ କ୍ରିମ୍, ଚିନି, ମଇଦା, ଅଣ୍ଡା, ଘିଅ ।
ପ୍ରଣାଳୀ: ପ୍ରଥମେ ଏକପାତ୍ରରେ କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ପରେ ଏଥିରେ ଫ୍ରେସ୍ କ୍ରିମ୍ ଚିନି ଏବଂ କିସ୍ମିସ୍ ପକାଇ କିଛି ସମୟ ଗୋଳାନ୍ତୁ। ଯେବେ ଏହା ଫୁଟିବା ଆରମ୍ଭ କରିବ ସେଥିରେ ଅଣ୍ଡାକୁ ଫେଣ୍ଟି ପକାନ୍ତୁ।ଏବେ ଏଥିରେ ମଇଦାକୁ ପକାଇ ଲଗାତାର ଗୋଳାନ୍ତୁ, ଯେମିତି ତଳେ ଲାଗି ନ ଯାଏ। ବର୍ତ୍ତମାନ ଏକ ପୁଡିଂ ପଟ୍ରେ ଘିଅ ମାରି ଏହା ଉପରେ କଦଳୀକୁ ଗୋଲ୍ ଗୋଲ୍ କରି କାଟି ରଖନ୍ତୁ। ଏହା ଉପରେ ପୁଡିଂ ମିଶ୍ରଣକୁ ଢାଳି ଏହାକୁ ମାଇକ୍ରୋ ଓଭନ୍ରେ ୫ ରୁ ୭ ମିନିଟ୍ ବେକ୍ କରନ୍ତୁ। ବର୍ତ୍ତମାନ ଏହାକୁ ବାହାରକୁ କାଢ଼ି ଫ୍ରିଜ୍ରେ ରଖି ଥଣ୍ଡା କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବାନାନା ପୁଡ଼ିଂ’।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/pudding.jpg)