ଆବଶ୍ୟକ ସାମଗ୍ରୀ: ବେସନ, ନଡ଼ିଆ କୋରା, ଗୁଆ ଘିଅ, ସୁଜି, କ୍ଷୀର, ଚିନି, କିସମିସ୍, ଆଲମଣ୍ଡ, ଗୁଜୁରାତି ଗୁଣ୍ଡ, ବାଦାମ
ପ୍ରସ୍ତତି ପ୍ରଣାଳୀ: ପ୍ରଥମେ କରେଇରେ ଗୁଆ ଘିଅ ପକାଇ ଗରମ କରନ୍ତୁ। ସେଥିରେ ବେସନ ଓ ସୁଜିକୁ ପକାନ୍ତୁ ।ଏହାପରେ ସେଥିରେ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜନ୍ତୁ। ଏହାର ରଙ୍ଗ ହାଲକା ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ ପରେ ସେଥିରେ କ୍ଷୀର, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହା ଟିକେ ଶୁଖିଲା ହେବା ପର୍ଯ୍ୟନ୍ତ ମିଶ୍ରଣକୁ ଭଲଭାବେ ଜନ୍ତନ୍ତୁ । ଏହା ଶୁଖିଲା ହୋଇ ଆସିଲା ପରେ ଏହାକୁ ପ୍ଲେଟକୁ କାଢ଼ି ଖେଳାଇ ଦିଅନ୍ତୁ। ଏହାପରେ ସେଥିରେ ଆଲମଣ୍ଡ, କିସମିସ ଓ ବାଦାମକୁ ଛୋଟ ଛୋଟ କରି କାଟି ମିଶ୍ରଣ ଉପରେ ପକାଇ ସଜାନ୍ତୁ।ଏହାପରେ ବେସନ ଓ ନଡିଆର ମିଶ୍ରଣକୁ ଫ୍ରିଜ୍ ରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ତା’ ପରେ ମିଶ୍ରଣକୁ ପ୍ଲେଟକୁ କାଢି ବର୍ଫି ଆକାରର ସେପ୍ ଦେଇ ଏହାକୁ କାଟି ରଖନ୍ତୁ । ପ୍ରସ୍ତୁତ ହୋଇଗଲା ‘ନଡ଼ିଆ ବେସନ ବର୍ଫି’
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...